ସ୍ବାମୀଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଅଭିଯୋଗ, ଆଣିଲେ ସାଙ୍ଘାତିକ ପରକୀୟା ପ୍ରୀତିର ଆରୋପ

Published By : Prameya-News7 Bureau | November 18, 2020 IST

ଭୁବନେଶ୍ୱର୧୮/ ୧୧: ସ୍ବାମୀଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ଅଭିଯୋଗ ଆଣିଲେ ସ୍ତ୍ରୀ ।  ଦେବଗଡ଼ରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି। ଖାଲି ସେତିକି ନୁହେଁ, ନିର୍ଯାତନା ସହ ତାଙ୍କୁ ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ବାରମ୍ବାର ନିର୍ଯାତନାର ଶିକାର ହେବା ପରେ ମହିଳା ଜଣଙ୍କ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି।

{"id":363766,"sizeSlug":"large"}

ପୁଲିସ୍‌ ଆଇପିସି ଧାରା ୩୦୭, ୨୯୪, ୩୫୪, ୩୫୪ (ଏ), ୩୨୩, ୪୯୮(ଏ) ଓ ଧାରା ୩୪ ଭଳି ସଙ୍ଗୀନ ଦଫା ଲଗାଇ ମାମଲା ରୁଜୁ କରିଛି। ଏପଟେ ସ୍ବାମୀ ପ୍ରଦୀପ ଫେରାର ଥିବା ପୋଲିସ୍ ସୂଚନା ଦେଇଛି। ଏହି ଘଟଣାରେ ପୋଲିସ୍ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ନିର୍ଯାତନାର ଶିକାର ହୋଇଥିବା ମହିଳା। ସେ କହିଛନ୍ତି ଯେ ଜାଣିଶୁଣି ପୋଲିସ୍ ତାଙ୍କୁ ଗିରଫ କରୁ ନାହିଁ।

{"id":363767,"sizeSlug":"large"}

ସୂଚନାଥାଉକି ବବିତାଙ୍କ ଘର ନୟାଗଡ଼ ଜିଲ୍ଳା ରାଜା ବଗିଚା ଅଞ୍ଚଳରେ। ୨୦୦୮ ମେ’ରେ ତାଙ୍କର ଚନ୍ଦକା ଗାଁର ମହେଶ୍ୱର ମହାନ୍ତିଙ୍କ ପୁଅ ପ୍ରଦୀପଙ୍କ ସହ ବିବାହ ହୋଇଥିଲା। ବାହାଘର ସମୟରେ ଯୌତୁକ ଭାବେ ୮ ଲକ୍ଷ ଟଙ୍କା, ସୁନା, ରୁପା ଓ ଅନ୍ୟ ସାମଗ୍ରୀ ଦିଆଯାଇଥିଲା। କିଛି ଦିନ ପରେ ବିଳମ୍ବିତ ରାତିରେ ପ୍ରଦୀପଙ୍କ ମୋବାଇଲ୍‌କୁ ଏକ ଫୋନ୍‌ ଆସିଥିଲା। ଉକ୍ତ ଫୋନ୍‌ କଲ୍‌ ବବିତା ଉଠାଇଥିଲେ। ସେପଟେ ଜଣେ ମହିଳା ତାଙ୍କୁ ଏଣୁତେଣୁ କଥା କହିଥିଲେ। ତେବେ ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ପରିବାର ଦ୍ୱାରା ଆପୋଷ ବୁଝାମଣା ହୋଇଥିଲା।

{"id":363768,"sizeSlug":"large"}

ତେବେ ୨୦୧୦ରେ ପ୍ରଦୀପଙ୍କ ସମ୍ପର୍କୀୟ ଭାଇଙ୍କର ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ତାଙ୍କ ପତ୍ନୀଙ୍କ ସମ୍ପୂର୍ଣ୍ଣ ଭରଣପୋଷଣ ପ୍ରଦୀପ କରୁଥିଲେ। ତେବେ ଲକ୍‌ଡାଉନ୍‌ ସମୟରେ ଭାଇବୋହୂଙ୍କ ସହ ପ୍ରଦୀପଙ୍କ ସମ୍ପର୍କ ଥିବା ଖବର ବବିତାଙ୍କୁ ମିଳିଥିଲା। ଏହାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ତୁମୂଳକାଣ୍ଡ। ବବିତାଙ୍କ ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଭୟରେ ବବିତା ନୟାଗଡ଼ ପଳାଇ ଥିଲେ। ଏନେଇ ବବିତା ନୟାଗଡ଼ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ପୁଲିସ୍‌ ତାଙ୍କୁ ଭୁବନେଶ୍ୱର ମହିଳା ଥାନା ଯିବାକୁ କହିଥିଲା। ତେଣୁ ବବିତା ମହିଳା ଥାନାରେ ଏତଲା ଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.