Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ବିବାହିତ ହୋଇ ବି ଅନେକ ଯୁବତୀଙ୍କୁ ଫସାଉଛନ୍ତି ପ୍ରେମ ଜାଲରେ… ସ୍ବାମୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା

5/11/2020 at 12:25 PM

ଜୟପୁର ୫।୧୧: ଜୟପୁର ଟାଉନ ଥାନାରେ ପହଞ୍ଚିଛି ଭିନ୍ନ ଏକ ମାମଲା । ଏହି ମାମଲାର ସମାଧାନ କରିବାକୁ ପୋଲିସକୁ ବି ନାକେଦମ ହେବାକୁ ପଡିଛି । ତଥାପି ସମାଧାନର ବାଟ ବାହାରି ପାରିନି ।

‘ମୋ ସ୍ବାମୀଙ୍କ ୨୦ରୁ ଉର୍ଦ୍ଧ୍ବ ସ୍ତ୍ରୀ । ସେ ବିବାହିତ ହୋଇ ମଧ୍ୟ ନିଜ ପ୍ରେମ ଜାଲରେ ଅନେକ ଯୁବତୀଙ୍କୁ ଫସାଉଛନ୍ତି ।’ ଏମିତି କିଛି ଅଭିଯୋଗ ଆଣି ନିଜ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଜୟପୁର ଟାଉନ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ଜୟପୁରର ଜଣେ ମହିଳା ।

କେବଳ ଏତିକି ନୁହଁ ବାପା ଜଣେ ମହା ଠକ ବୋଲି ମଧ୍ୟ ତାଙ୍କ ନାଁରେ ଅଭିଯୋଗ ଆସିଛି । ସେ ଜାଲ୍ ନୋଟ୍‌ କାରବାରର ମାଷ୍ଟର ମାଇଣ୍ଡ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କ ଝିଅ ।

ସେହିପରି ନିଜ ଶ୍ବଶୁରଙ୍କର ବୋହୂ ପ୍ରତି ଅଶାଳୀନ ବ୍ୟବହାର ଅଭିଯୋଗ ଆଣିଛନ୍ତି ସଂପୃକ୍ତ ବ୍ୟକ୍ତିଙ୍କ ବୋହୂ । ତେଣୁ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମା’, ଝିଅ ଓ ବୋହୂ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts