Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଚଉଠି ରାତିରେ ସ୍ତ୍ରୀ ସହ ସ୍ବାମୀ କଲା ଏମିତି କାମ ,ମାମଲା ଥାନାରେ ..ନବବଧୂ ବାପଘରେ

19/03/2019 at 5:50 PM

ବରେଲୀ ୧୯/୩- ଜଣେ ନବବିବାହିତା ସ୍ତ୍ରୀ ଆଣିଛି ସ୍ଵାମୀ ବିରୋଧରେ ଅଭିଯୋଗ ।ଚଉଠି ରାତିରେ ଘଟିଥିବା ଏମିତି କିଛି କଥା ପରିବାର ଲୋକଙ୍କ ପାଖରେ କହିବା ପରେ କେହି ଶୁଣି ନଥିଲେ । ପରେ ଏହି ଘଟଣା ଅଧିକ ଜଟିଳ ହେବାରୁ ବାଧ୍ୟହୋଇ ଥାନାରେ ଏତାଲା ଦେଇଛନ୍ତି ନବବିବାହିତା ।

ବରେଲୀର ଏକ ଅଂଚଳରେ ଘଟିଛି ଏହି ଲଜ୍ୟାଜନକ ଘଟଣା । ଶେରଗଡ଼ ଅଂଚଳର ଜଣେ ଯୁବତୀ ଫେବୃଆରୀ ୨୩ ତାରିଖରେ ଦେବରନିଆରେ ବିବାହ କରିଥିଲେ । ବିବାହର ପରଦିନ ଚଉଠି ରାତିରେ ସାମନା କରିବାକୁ ପଡ଼ିଥିଲା ଅଭାବନୀୟ ଘଟଣା ।

ନବବିବାହିତାଙ୍କ ସହ ଚଉଠି ରାତିରେ  ସ୍ବାମୀ ରଖିଥିଲେ ଅପ୍ରାକୃତିକ ଯୌନ ସଂପର୍କ । ନବବିବାହିତା ଏହି ଘଟଣାର ବିରୋଧ କରିଥିଲେ । କିନ୍ତୁ ନବବିବାହିତାଙ୍କ ସ୍ବାମୀ ମାନି ନଥିଲେ । ଏବାବଦରେ ପରିବାର ଲୋକଙ୍କ ପାଖରେ କହିଥିଲେ ନବବିବାହିତା । କିନ୍ତୁ କେହି ଏଘଟଣାରେ ଗୁରୁତ୍ବ ଦେଇ ନଥିଲେ ।

ସ୍ବାମୀ ପ୍ରତ୍ୟେକଦିନ ଏଭଳି ଆଚରଣ କରୁଥିବାରୁ ଅତିଷ୍ଠ ହୋଇ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ନବବିବାହିତା । ଥାନାରେ ମାମଲା ରୁଜୁ ପରେ ଥାନାଧିକାରୀ ଘଟଣା ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ।

   Related Posts