ବିଧବା ମହିଳାଙ୍କ ସହ ଗଣଦୁଷ୍କର୍ମ କରି ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ଛାଡି ଚାଲିଗଲେ ୪ ଅଟୋ ଡ୍ରାଇଭର ଏବଂ ତାଙ୍କର ଜଣେ ସାଥି

Published By : Prameya-News7 Bureau | January 01, 2019 IST

ଗୁରୁଗ୍ରାମ ୧/୧ : ହରିୟାଣା ଗୁରୁଗ୍ରାମରେ ଅଟୋରେ ଯାଉଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ୪ ଜଣ ଅଟୋ ଡ୍ରାଇଭର ଏବଂ ତାଙ୍କର ଜଣେ ସାଥି ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି | ମହିଳା ଜଣକ ନାଖଡୌଲାରୁ ଆଇଏମଟି ମାନେସର ସ୍ଥିତ କମ୍ପାନୀକୁ ଯାଉଥିଲେ | ମହିଳା ନାଖଡୌଲାରୁ ଏକ ଅଟୋ ଧରିଥିଲେ | ଅଟୋ ଡ୍ରାଇଭର ମହିଳାଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳକୁ ନନେଇ ଅନ୍ୟ କେଉଁଆଡେ ନେଇଯାଇଥିଲା | ସେଠାରେ ଏକ କୋଠରୀ ଭିତରେ ୪ଜଣ ଅଟୋ ଡ୍ରାଇଭର ଏବଂ ତାଙ୍କର ଏହୁ ଜଣେ ସାଥି ମିଶି ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ |


ମହିଳା ଏନେନି ମାନେସର ଥାନାରେ ମାମଲା ରୁଜ୍ଜୁ କରିଛନ୍ତି | ମହିଳା ଦିଲ୍ଲୀର ନଜଫଗଡ଼ ଅଂଚଳରେ ରୁହନ୍ତି | ୨୦୧୩ ମସିହାରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା | ତାଙ୍କ ସ୍ୱାମୀ ଆଇଏମଟିର ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି | ସ୍ୱାମୀଙ୍କ ମୃତ୍ୟୁ ପରେ କମ୍ପାନୀରେ ତାଙ୍କର କିଛି ଟଙ୍କା ବାକିଥିଲା | ଏହି ଟଙ୍କା ନେବା ପାଇଁ ମହିଳା ଶନିବାର ଦିନ କମ୍ପାନୀ ଅଭିମୁଖେ ଯାଇଥିଲେ |


ମହିଳା ଅଭିଯୋଗରେ କହିଛନ୍ତି ଯେ. ଅଟୋରେ ଡ୍ରାଇଭରଙ୍କ ଛଡା ଅନ୍ୟ ଜଣେ ଯୁବକ ମଧ୍ୟ ଥିଲେ | ଉଭୟ ମହିଳାଙ୍କୁ ଭାଙ୍ଗରୋୖଲା ନିକଟସ୍ଥ ଏକ କୋଠରୀକୁ ନେଇଯାଇ ସେଠାରୁ ଗଣଦୁଷ୍କର୍ମ କରିଥିଲେ | ସେଠାରେ ଅନ୍ୟ ଏକ ଯୁବକ ଆସି ମଧ୍ୟ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ | ଏହାପରେ ରାତିରେ ସେମାନେ ମହିଳାଙ୍କୁ ଅଟୋରେ ବସାଇ ରାମପୁରା ନେଇଯାଇଥିଲେ | ସେଠାରେ ଅନ୍ୟ ଏକ ଅଟୋରେ ବସିଥିବା ଦୁଇଜଣ ଯୁବକ ପୁଣିଥରେ ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ | ଏହାପରେ ସେମାନେ ମହିଳାଙ୍କୁ ଏକ ଅଜ୍ଞାନ ସ୍ଥାନରେ ଚେତାଶୂନ୍ୟ ଅବସ୍ଥାରେ ଛାଡି ଚାଲିଯାଇଥିଲେ | ରବିବାର ସକାଳୁ ମହିଳାଙ୍କ ହୋସ ଆସିଥିଲା | ହୋସ ଆସିବା ପରେ ମହିଳା ମାନେସର ମହିଳା ଥାନାରେ ମାମଲା ରୁଜ୍ଜୁ କରିଥିଲେ |


ମହିଳାଙ୍କ ଡାକ୍ତରୀ ମଇନା କରାଯିବ ସହ ପୋଲିସ ତଦନ୍ତ ଆରମ୍ଭ କରିଥିଲା | ପୋଲିସ ୩ଜଣ ଅଭିଯୁକ୍ତ ଅଙ୍କିତ, ଦୀପକ ଏବଂ ମହୀପାଳକୁ ଷୋମବାର ଦିନ ଗିରଫ କରିଥିଲା | ୩ ଜଣଙ୍କୁ ଗିରଫ କରି ପୋଲିସ ପଚରାଉଚୁରା କରୁଛି | ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି | ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ତାଙ୍କୁ ଖୋଜୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.