କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

Published By : Prameya-News7 Bureau | December 16, 2018 IST

 କେନ୍ଦ୍ରାପଡ଼ା ୧୬/୧୨: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମଅଭିଯୋଗହୋଇଛି। ୬ ଜଣ ଦୁର୍ବୃତ୍ତମହିଳା ଓ ତାଙ୍କର ୨ ଜଣ ସଂପର୍କୀୟଙ୍କୁ  ନିସ୍ତୁକ ମାଡ଼ ମାରିବା ସହିତ ଏକ ବୋଲେରୋ ଗାଡ଼ିରେ ନେଇ ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ରାମନଗରରେ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ୬ ଜଣ ଦୁର୍ବୃତ୍ତମହିଳାଙ୍କୁ ଦୁଷ୍କର୍ମ କରିବା ସହିତ ତାଙ୍କ ସହିତ ନାରକୀୟ କାଣ୍ଡ ଘଟାଇବାକୁ ଚେଷ୍ଟା କରିଥିଲେ। ମହିଳାଙ୍କ ସାଙ୍ଗରେ ଥିବା ତାଙ୍କ ଜ୍ବାଇଁ ଏବଂ କାମକରାଇବାକୁଆଣିଥିବା ମାଲିକଙ୍କୁମଧ୍ୟ ନିର୍ଧୁମ ମାଡ଼ମାରି ସେହି ବୋଲେରୋରେ ଆଣି ବଡ଼ପାଳ ଗୋଡ଼ା ନିକଟରେ ରାସ୍ତାକଡ଼ରେପକାଇ ଚାଲିଯାଇଥିଲେ। ପୀଡିତା ମହିଳା ଜଣକ ଚଣ୍ଡିଖୋଲର ଏକ ଘରୋଇ ହସ୍ପିଟାଲରେସୁଇପର ଭାବେ କାମ କରୁଥିଲେ । ତେବେ ଜଣେ ଯୁବକଙ୍କ ସହିତ ଏହି ପୀଡ଼ିତାଙ୍କ ସଂପର୍କ ସନ୍ଦେହ କରି ଯୁବକଙ୍କ ପତ୍ନୀ  ତାଙ୍କର ୨ ଭାଇ ଓ ଅନ୍ୟ ୪ ଜଣ ଯୁବକଙ୍କୁ ଲଗାଇ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି।   ମାର୍ଶାଘାଇଥାନା ପଳାସପୁର ଗ୍ରାମର ଜଣେ ଯୁବକ ପୀଡିତା ମହିଳାଙ୍କୁ ନିଜ ଚାଷ କାମରେ ଲଗାଇବାକୁ କହି ଡାକି ଆଣିଥିଲେ । ମହିଳା ଜଣଙ୍କ ଉକ୍ତ ଯୁବକଙ୍କ ପାଖରେ ରହି ୧୫ ଦିନ ହେବ କାମ କରୁଥିଲେ । ମାତ୍ର ଏହାକୁ ଉକ୍ତ ଯୁବକଙ୍କ ସ୍ତ୍ରୀ ସଂନ୍ଦେହ କରି ମହିଳାଙ୍କ ଠାରୁ ଦୂରେଇ ରହିବାକୁ କହୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.