ବିଧବା ମହିଳାଙ୍କ ଆତ୍ମହତ୍ୟା, ସ୍ବାମୀଙ୍କ ମୃତ୍ୟୁ ଓ ରୋଗିଣା ଶାଶୁଙ୍କୁ ନେଇ ଥିଲେ ଚିନ୍ତାରେ

Published By : Prameya-News7 Bureau | May 25, 2021 IST

ପାଟଣା ୨୫।୫: ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କଲେ ବିଧବା ମହିଳା । କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଧପୁର ଗ୍ରାମର ମୁଣ୍ଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ୩୫ ବର୍ଷ ବୟସ୍କା ବିଧବା ମହିଳା କୁନି ମୁଣ୍ଡା ନିଜ ପିନ୍ଧା ଲୁଗାକୁ ବେକରେ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲକୁ ଆଣିବା ପରେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, କୁନି ମୁଣ୍ଡାଙ୍କ ସ୍ବାମୀ ଯୁଗଳ ମୁଣ୍ଡାଙ୍କର ୬ ମାସ ତଳେ ମୃତ୍ୟୁ ଘଟିଥିଲା । ସ୍ବାମୀଙ୍କ ମୃତ୍ୟ ପରେ କୁନି ମାନସିକ ସ୍ତରରେ ଭାଙ୍ଗି ପଡିଥିବା ବେଳେ ଘରେ ରୋଗୀଣା ଶାଶୁଙ୍କୁ ନେଇ ଚିନ୍ତିତ ଥିଲେ । ଉଭୟ ଘଟଣାକୁ ନେଇ ମାନସିକ ଭାରସାମ୍ୟ ହରାଇ କୁନି ଆତ୍ମହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।ଖବର ପାଇ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ପାଟଣା ଥାନାରେ ୧୩/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.