ନିଆଳି ରତନପୁରର ସହିଦ ମନୋଜ ବେହେରାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିବା ପାଇଁ ପ୍ରତିଯୋଗିତା

Published By : Prameya-News7 Bureau | March 02, 2019 IST

ନିଆଳି ୨|୩: ଦେଶରେ ଏବେ ବୀର ଯବାନଙ୍କ ପ୍ରତି ଯେଉଁ ଆବେଗ ଓ ସମ୍ମାନ ବଢିଛି ସେଥିରୁ ଫାଇଦା ନେବାକୁ ଚାଲିଲାଣି ରାଜନୈତିକ ଅଙ୍କ କଷା । ଏହି କ୍ରମରେ ନିଆଳୀ ରତନପୁରର ବୀର ସହିଦ ମନୋଜ ବେହେରାଙ୍କ ପତ୍ନିଙ୍କୁ ଟିକେଟ ଦେଇ ଅନୁକମ୍ପା ଗୋଟାଇବାକୁ ଗୋଟି ଚାଳନା ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ବେଶୀ ଛକାପଞ୍ଛାରେ ମାତିଛନ୍ତି ବିଜେପି ଓ ବିଜେଡି । କୁହାଯାଉଛି, ନିଆଳି ଏକ ସଂରକ୍ଷିତ ଆସନ ହୋଇଥିବାରୁ ସହିଦ ମନୋଜ ବେହେରା ପତ୍ନୀ ଇଲିତଲା  ଏଠାରୁ ଫିଟ୍ ହେବେ । ଏହାସହିତ ମହିଳା କୋଟା ବି ପୂରଣ ହୋଇଯିବ । ଅର୍ଥାତ ଗୋଟିଏ ଗୁଳିରେ ଦୁଇଟି ଶିକାର । ଅବଶ୍ୟ ସହିଦ୍ ମନୋଜ ବେହେରାଙ୍କ ପତ୍ନି ଇଲିତଲା ଏନେଇ କିଛି ସ୍ପଷ୍ଟ କରିନାହାଁନ୍ତି ।

ଏବେ  ନିଆଳି ବିଧାୟକ ଅଛନ୍ତି ବିଜେଡି ପ୍ରମୋଦ ମଲ୍ଲିକ । ସେ ଲଗାତର ୨ ଥର ଜିତିଛନ୍ତି । ଏଥର ତାଙ୍କୁ ବିଜେଡି ଟିକେଟ ନମିଳିବା ନେଇ ଚର୍ଚା ହେଉଛି । ତାଙ୍କ ବଦଳରେ ନୂଆ ମୁହଁ ଦେବା ଯୋଜନାରେ ରହିଛି ବିଜେଡି । ଏମିତିକି ଅର୍ଥମନ୍ତ୍ରୀ ଶଷି ଭୁଷଣ ବେହେରାଙ୍କୁ ଦଳ ନିଆଳିରେ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି । କିନ୍ତୁ ଏବେ ଦଳ ସହିଦଙ୍କ ପତ୍ନିଙ୍କ ଉପରେ ଅଧିକ ଭରସା କରୁଥିବା କୁହାଯାଉଛି । ତାଙ୍କୁ ମନେଇବାକୁ କିଛି ନେତାଙ୍କୁ ଦଳ ଦାଇତ୍ବ ଦେଇଥିବା ଜଣାପଡିଛି । ସେପଟେ ବିଜେପିରେ ଛବି ମଲ୍ଲିକ ଓ ବେଣୁଧର ବେହେରାଙ୍କ ଭିତରେ ଟିକେଟ ପାଇଁ ଲବି ଚାଲିଛି । ଏହି ଦୁଇ ନେତାଙ୍କୁ ବାଦ ଦେଇ ସହିଦଙ୍କ ପତ୍ନିଙ୍କ ନାଁ ସାମ୍ନାକୁ ଆଣିବାକୁ ଚାହୁଛି ବିଜେପି । କଂଗ୍ରେସ ବି ପଛରେ ପଡିନି । ସହିଦଙ୍କ ପରିବାର ଲୋକଙ୍କୁ ଟିକେଟ ଦେଲେ ଫାଇଦା ହେବ ବୋଲି କଂଗ୍ରେସର ବରିଷ୍ଠ ନେତାଙ୍କ ମତ ।

ଏଥର ନିର୍ବାଚନ କାଣ୍ଟେ କା ଟକ୍କର ହେବାକୁ ଯାଉଛି । ସେଥିପାଇଁ  ଜିତିବା  ସବୁ ଦଳର ମୁଖ୍ୟ କ୍ରାଇଟେରିଆ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.