ମହାମାରୀ କରୁଛି କଲବଲ: କରୋନାରେ ଚାଲିଗଲେ ସ୍ୱାମୀ, ପାଣିକୁ ଡେଇଁ ଜୀବନ ହାରିଲା ସ୍ତ୍ରୀ, ପଛେ ପଛେ ଡେଇଁପଡିଲା ୩ ବର୍ଷର ଶିଶୁ

Published By : Prameya-News7 Bureau | April 16, 2021 IST

ମୁମ୍ୱାଇ ୧୬/୪ : ଭୂତାଣୁ ପାଇଁ ଉଜୁଡି ଯାଉଛି ସୁନାର ସଂସାର । କେଉଁଠି ମାଆ କୋଳ ଶୂନ୍ୟ ହୋଇପଡୁଛି ତ ଆଉ କେଉଁଠି ପୁଅ ମୁଣ୍ଡରୁ ହଟିଯାଉଛି ବାପାର ଛତ୍ରଛାୟା । ଏବେ ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । କରୋନାରେ ସ୍ୱାମୀ ମୃତ୍ୟୁ ପରେ ପାଣିକୁ ଡେଇଁ ଜୀବନ ହାରିଛି ସ୍ତ୍ରୀ । ତେବେ ଦୁଃଖର ବିଷୟ ମାଆ ଡେଇଁବା ପରେ ପଛେ ପଛେ ପୁଅ ମଧ୍ୟ ପାଣିକୁ ଡେଇଁ ପଡିଥିଲା । ହେଲେ ଦୀର୍ଘ ସମୟରେ ତାର ମଧ୍ୟ ମୃତ୍ୟୁ ହୋଇଥିଲା ।

ମହାରାଷ୍ଟ୍ରର ନାନ୍ଦେଡରେ ଘଟିଛି ଏଭଳି ଦୁଃଖଦ ଘଟଣା । ନାନ୍ଦେଡରୁ ୪୦ କିଲୋମିଟର ଲୋହା ଗାଁରେ କରୋନା ପାଇଁ ଗୋଟିଏ ପରିବାରର ୩ ଜୀବନ ଚାଲିଛି । ପୋଲିସ କହିବା ମୁତାବକ ପରିବାର ପେଟପାଟମା ପାଇଁ ତେଲେଙ୍ଗାନାରୁ ଆସି ମହାରାଷ୍ଟ୍ରରେ ରହୁଥିଲେ । ତେବେ ମହାରାଷ୍ଟ୍ରରେ ମିନି ଲକଡାଉନ ହେବା ପରେ ସ୍ୱାମୀ କରୋନା ପଜିଟିଭ ହୋଇ ଏପ୍ରିଲ ୧୩ ତାରିଖରେ ଆଖି ବୁଜିଥିଲେ । 

ତେବେ ସ୍ୱାମୀ ଚାଲିଯିବା ପରେ ଭାଙ୍ଗିପଡିଥିଲେ ସ୍ତ୍ରୀ । ଶେଷରେ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଲେ । ସେ ସୁନେଗାଓସ୍ଥିତ ଏକ ହ୍ରଦକୁ ଡେଇଁପଡ଼ି ଆତ୍ମହତ୍ୟା କକିଥିଲେ । ତେବେ ମାଆ ଡେଇଁବା ଦେଖି ୩ ବର୍ଷର ପୁଅ ବି ପାଣିକୁ ଡେଇଁ ପଡ଼ିଥିଲା । ପୋଲିସ ଉଭୟଙ୍କର ମୃତଦେହ ଜବତ କରିଛି । ଏବେ ପରିବାରରେ ଗୋଟିଏ ପୁଅ ଓ ଝିଅ ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.