Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଲଗାତାର ୩ଟି ଓ୍ବିକେଟ ଖସିବା ପରେ ବି ଶାମିଙ୍କ ହ୍ୟାଟ୍ରିକ୍‌ ହେଲା ନାହିଁ, ଏମିତି ହେଲା କେମିତି ?

5/11/2021 at 10:15 PM

ଦୁବାଇ ୦୫/୧୧: ଶୁକ୍ରବାର ଦୁବାଇରେ ଭାରତ ଏବଂ ସ୍କଟଲାଣ୍ଡ ମଧ୍ୟରେ ହୋଇଥିବା ମୁକାବିଲା ଅତ୍ୟନ୍ତ ରୋମାଞ୍ଚକର ହୋଇଛି । ୮୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବିରାଟ ବାହିନୀ କେବଳ ୩୯ ବଲରେ ୮୯ ରନ୍‌ ସହ ବିଜୟୀ ହୋଇଛି । ପ୍ରଥମେ ବୋଲରଙ୍କ କମାଲ ପରେ ପରେ କେଏଲ ରାହୁଲ ଏବଂ ରୋହିତ ଶର୍ମାଙ୍କ ଯୋଡ଼ି ମ୍ୟାଚ୍‌କୁ ରୋମାଞ୍ଚିତ କରିଛି । ତେବେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷତ୍ତି ନେଇଥିବା ଭାରତ ପୁଣି ଥରେ ସଠିକ୍‌ ସାବ୍ୟସ୍ତ ହୋଇଛି।

ପ୍ରଥମେ ବୋଲିଂ କରି ଭାରତ ସ୍କଟଲାଣ୍ଡକୁ କେବଳ ୮୫ ରନ୍‌ରେ ଅଟକାଇଥିଲା। ଆଜିର ଏହି ମ୍ୟାଚ୍‌ରେ ମହମ୍ମଦ ଶାମି ୩ଟି ଓ୍ବିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩ ଏବଂ ବୁମରା ୨ଟି ଓ୍ବିକେଟ ଅକ୍ତିଆର କରିଥିଲେ। କିନ୍ତୁ ଶାମି ୩ଟି ବଲ୍‌ରେ ୩ଟି ଓ୍ବିକେଟ ନେଇଥିଲେ ବି ହ୍ୟାଟ୍ରିକ୍ ହୋଇପାରିଲା ନାହିଁ। ସ୍କଟଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୧୭ ଓଭର ବେଳକୁ ଏବଂ  ନିଜର ତୃତୀୟ ଓଭରରେ ଶାମି ୩ଟି ବଲ୍‌ରେ ତିନୋଟି ଓ୍ବିକେଟ ନେଇଥିଲେ । କିନ୍ତୁ ଏହା ସତ୍ବେ ଶାମିଙ୍କ ହ୍ୟାଟ୍ରିକ୍‌ ପୂରା ହୋଇପାରିଲା ନାହିଁ।

ପ୍ରଥମେ ଶାମି କ୍ୟାଲମ ମାକଲଏଡ୍‌ଙ୍କୁ ବୋଲ୍ଡ କରି ପାଭିଲିୟନ୍‌ ଫେରାଇଥିଲେ। ପରବର୍ତ୍ତୀ ବଲ୍‌ରେ ସାଫ୍ୟାନ ଶରିଫ ଖାତା ନଖୋଲି ଆଉଟ୍‌ ହୋଇଗଲେ । କିନ୍ତୁ ସେ ରନ୍‌ ଆଉଟ୍‌ ହୋଇଥିଲେ। ଶରିଫ ରନଆଉଟ୍‌ ହେବା ପରେ ଶାମି ଏଲସଡେୟାର ଇଭାନ୍ସଙ୍କୁ ବୋଲ୍ଡ କରିଥିଲେ। ଆଜିର ମ୍ୟାଚ୍‌ରେ ୧୫ ରନ୍‌ ଦେଇ ଶାମି ୩ଟି ଓ୍ବିକେଟ ନେଇଥିଲେ। ତେବେ ଶରିଫ ରନ୍‌ ଆଉଟ୍‌ ହୋଇଥିବାରୁ ଶାମିଙ୍କ ହ୍ୟାଟ୍ରିକ୍‌ ହୋଇପାରିଲା ନାହିଁ ।    

   Related Posts