ଟି ୨୦ ବିଶ୍ବକପ : ପଥୁମ ନିଶାଙ୍କା ଏବଂ ଚରିଥ୍‌ ଆଶାଲଙ୍କାଙ୍କ ଅର୍ଦ୍ଧଶତକ, ଓ୍ବେଷ୍ଟଇଣ୍ଡିଜକୁ ବିଜୟ ଲକ୍ଷ୍ୟ…

Published By : Prameya-News7 Bureau | November 04, 2021 IST

ଶାରଜାହା ୦୪/୧୧ : ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପର ଆଜିର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀଲଙ୍କା ଏବଂ ଓ୍ବେଷ୍ଟଇଣ୍ଡିଜ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓ୍ବେଷ୍ଟଇଣ୍ଡିଜ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୩ ଓ୍ବିକେଟ ହରାଇ ସଂଗ୍ରହ କରିଛି ୧୮୯ ରନ । ପଥୁମ ନିଶାଙ୍କା ୫୧ରନ ଏବଂ ଚରିଥ୍‌ ଆଶାଲଙ୍କା ୬୮ରନ ଦମଦାର ଅର୍ଦ୍ଧଶତକ ବଳରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି ଦଳ ।  କିଶଲ ପେରେରା ୨୯ ରନ କରି ଆଉଟ ହୋଇଛନ୍ତି । ଦାସୁନ୍‌ ସାନାକା ୨୫ରନ ଏବଂ ଚାମିକା କରୁଣାରତ୍ନେ ୩ ରନ କରି ଅପରାଜିତ ଅଛନ୍ତି । ଇଣ୍ଡିଜ ପକ୍ଷରୁ ରସେଲ ୪ ଓଭରରେ ୩୩ ରନ ଦେଇ ସର୍ବାଧିକ ୨ଟି ଓ୍ବିକେଟ ନେଇଛନ୍ତି । ଡ୍ବେନ୍ ବ୍ରାଭୋ ୪ ଓଭରରେ ୪୨ ରନ ୧ ଓ୍ବିକେଟ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.