ଆପଣ ସିଙ୍ଗଲ କାହିଁକି ଅଛନ୍ତି ? ଜାଣନ୍ତୁ କ'ଣ କହୁଛି ଆପଣଙ୍କ ରାଶି

Published By : Prameya-News7 Bureau | January 07, 2021 IST

ଭୁବନେଶ୍ୱର ୦୭/୦୧ : ବହୁ ଦିନ ଧରି ସିଙ୍ଗଲ ରହିବା ପରେ ଜୀବନରେ ଅନେକ ପରିବର୍ତ୍ତନ ଦେଖାଦେଇଥାଏ। ଲୋକଙ୍କ ସହ ବାହାରକୁ ବୁଲିବାକୁ ଯିବା, ଛୁଟି ମନାଇବା, ନୂଆ ଲୋକଙ୍କ ସହ ମିଶିବା କିମ୍ବା ଡେଟିଂ ଆପ୍ ଜରିଆରେ ବିଭିନ୍ନ ଲୋକଙ୍କ ସହ ଯୋଡ଼ିହେବା ସତ୍ତ୍ୱେ ଠାରେ ସମ୍ପର୍କ ଭାଙ୍ଗିଯିବା ପରେ ସିଙ୍ଗଲ ରହିବା ଏକ ସହଜ ବିକଳ୍ପ ଭଳି ମାନେ ହୋଇଥାଏ। ଆପଣଙ୍କୁ ଏକାକୀତ୍ୱ ପସନ୍ଦ ହେଉ କି କୌଣସି ନୂଆ ସମ୍ପର୍କରେ ଯୋଡ଼ିହେବାର ଭୟ ହେଉ ଏହା ପଛରେ ଅନେକ କାରଣ ଲୁଚି ରହିଥାଏ ଯେ ଆପଣ କାହିଁକି ସିଙ୍ଗଲ ରହିବାକୁ ଚାହୁଁଛନ୍ତି। ରାଶି ଚକ୍ରରୁ ଜାଣନ୍ତୁ ସିଙ୍ଗଲ ରହିବାର କାରଣ

{"id":388365,"sizeSlug":"large","linkDestination":"none"}

ମେଷ ରାଶି - ଆଉ କାହା ପାଇଁ ନିଜର ବହୁମୂଲ୍ୟ ସମୟ ନଷ୍ଟ କରିବାକୁ ମେଷ ରାଶି ବ୍ୟକ୍ତି ପସନ୍ଦ କରିନଥାନ୍ତି। ଏହାର କାରଣ ଶାରୀରିକ କିମ୍ବା ଭାବନାତ୍ମକ ରୂପରେ କାହାର ଦାବି ପୁରା କରିବାକୁ ଅସମର୍ଥ ହେବା। ଠିକ୍ ସମୟ ବାହାର କରିବା ମେଷ ରାଶି ବ୍ୟକ୍ତିଙ୍କ ପାଇଁ ମୁସକିଲ ହୋଇଥାଏ। ସେଥିପାଇଁ ଆପୋଷ ବୁଝାମଣାକୁ ପ୍ରାଥମିକତା ଦିଅନ୍ତିନି। ସେଥିପାଇଁ ସିଙ୍ଗଲ ରୁହନ୍ତି।

{"id":388363,"sizeSlug":"large","linkDestination":"none"}

ବୃଷ ରାଶି - ବୃଷ ରାଶି ବ୍ୟକ୍ତି ଟିକିଏ କଠୋର ସ୍ୱଭାବ ଦେଖାଇବାକୁ ଚେଷ୍ଟା କରିଥାନ୍ତି। ଯଦି କେହି ଆପଣଙ୍କ ରାସ୍ତାରେ ଆସେ ଏବଂ ଆପଣଙ୍କର ମାନସିକ ଯାଞ୍ଚରେ ସଠିକ ମନେ ହୁଏନି ତାହେଲେ ଏହି ରାଶି ବ୍ୟକ୍ତି ଅବିବାହିତ ରହିବାକୁ ପସନ୍ଦ କରିଥାନ୍ତି। ଏହିଭଳି ସ୍ଥିତିରେ ଏମାନେ ରୋମାଣ୍ଟିକ୍ ପାର୍ଟନର ପରିବର୍ତ୍ତେ ଭଲ ସାଙ୍ଗ ହେବାକୁ ପସନ୍ଦ କରିଥାନ୍ତି।

କନ୍ୟା ରାଶି - କନ୍ୟା ରାଶି ବ୍ୟକ୍ତି ସାଥୀ ପାଇଁ ବହୁତ ଉଚ୍ଚ ମାନକ ରଖିଥାନ୍ତି। ଉଚ୍ଚ ମାନକ ଏବଂ ଆଶା କାରଣରୁ ଆପଣ କାହା ସହ ରହିବାକୁ ପସନ୍ଦ ନ କରି ସିଙ୍ଗଲ ରହିବାକୁ ପସନ୍ଦ କରିଥାନ୍ତି। କନ୍ୟା ରାଶି ବ୍ୟକ୍ତି ନିଜ ପସନ୍ଦର ପାର୍ଟନର ପାଇଁ ଅପେକ୍ଷା କରିଥାନ୍ତି।

{"id":388366,"sizeSlug":"large","linkDestination":"none"}

ତୁଳା ରାଶି - ତୁଳା ରାଶି ବ୍ୟକ୍ତିଙ୍କ ଭାବନା ଯେ ଅତୀତରେ ଘଟିଥିବା ଘଟଣା ଯୋଗୁଁ ଆପଣ କାହା ପ୍ରେମର ଯୋଗ୍ୟ ନୁହନ୍ତି। ଏହି ଭାବନା ଆପଣଙ୍କୁ ନିରାଶ କରିଥାଏ ଏବଂ ସିଙ୍ଗଲ ରହିବା ସବୁଠାରୁ ଭଲ ବୋଲି ଏମାନେ ଭାବି ନେଇଥାନ୍ତି। ନିଜକୁ କଷ୍ଟ ଦେବା କିମ୍ବା ଆଉ କାହାକୁ କଷ୍ଟ ଦେବା ବଦଳରେ ସିଙ୍ଗଲ ରହିବାକୁ ମନସ୍ଥ କରିଥାନ୍ତି।

ବିଛା ରାଶି - ସମ୍ପର୍କରେ ପ୍ରତିଶୃତି କଥା ଆସିଲେ ବିଛା ରାଶି ବ୍ୟକ୍ତି ସତର୍କ ହୋଇଯାନ୍ତି। ବିଛା ରାଶି ବ୍ୟକ୍ତି ଏ ସମ୍ବନ୍ଧରେ ଅଧିକ ଚିନ୍ତା କରିଥାନ୍ତି ଏବଂ ଏହା ମନରେ ନକାରାତ୍ମକ ସମ୍ଭାବନା ସୃଷ୍ଟି କରିଥାଏ। ନକାରାତ୍ମକ ଭାବନା ସହ ସମ୍ପର୍କ ଆରମ୍ଭ କଲେ ନାନା ସମସ୍ୟା ସୃଷ୍ଟି ହୋଇଥାଏ। ସେଥିପାଇଁ ସିଙ୍ଗଲ ରହିଯାନ୍ତି।

{"id":388364,"sizeSlug":"large","linkDestination":"none"}

ଧନୁ ରାଶି - ଧନୁ ରାଶି ବ୍ୟକ୍ତି ପ୍ରେମ ଜୀବନରେ ବିରକ୍ତିକର ଅନୁଭବ କରିଥାନ୍ତି ଏବଂ ସେହି ସମାନ ଦୃଷ୍ଟିକୋଣରୁ ଦେଖିବା ଆରମ୍ଭ କରିଥାନ୍ତି। ଧନୁ ରାଶି ବ୍ୟକ୍ତି ଭାବିଥାନ୍ତି ଯେ ସମ୍ପର୍କରେ ରହିବାର କିଛି ସମୟ ପରେ ଏହା କଦାପି ଆକର୍ଷଣୀୟ କିମ୍ବା ରୋମାଞ୍ଚକ ହେବ ନାହିଁ। ସେଥିପାଇଁ ଅଧିକ ସମୟରେ ସିଙ୍ଗଲ ରହିଯାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.