Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାନୁ ମଣ୍ଡଲଙ୍କୁ ତାଙ୍କ ଝିଅ କାହିଁକି ଛାଡ଼ିଥିଲେ ରେଲଓ୍ବେ ଷ୍ଟେସନରେ : କାରଣ ଜାଣି ଲୋମ ଟାଙ୍କୁରି ଯିବ ଆପଣଙ୍କର

31/08/2019 at 5:19 PM

କୋଲକାତା ୩୧/୮: ରାନୁ ମଣ୍ଡଲଙ୍କୁ ତ ଆପଣ ସମସ୍ତେ ଚିହ୍ନି ସାରିଥିବେ। ଯିଏ କିଛି ସମୟ ପୂର୍ବରୁ ରେଲଓ୍ବେ ଷ୍ଟେସନରେ ଗୀତ ଗାଉଥିଲେ ସେ ଆଜି କୋଟି କୋଟି ଜନତାଙ୍କ ମଧ୍ୟରେ ନିଜ ପାଇଁ ଏକ ସ୍ବତସ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏକଥା ତ ଆପଣମାନେ ସମସ୍ତେ ଜାଣିଥିବେ ଯେ ମଣିଷକୁ ଆଜିକାଲି ଟଙ୍କା ସହ ତୁଳନା କରାଯାଉଛି ଅର୍ଥାତ୍ ଯେଉଁମାନଙ୍କ ପାଖରେ ଧନ ନାହିଁ ସେମାନଙ୍କ ଏହି ସମାଜରେ କୌଣସି ମୂଲ୍ୟ ନାହିଁ। ତାଙ୍କର କୌଣସି ଇଜ୍ଜତ ନଥାଏ ଏବଂ ଠିକ୍ ଏପରି କିଛି ରାନୁ ମଣ୍ଡଲଙ୍କ ସହ ଘଟିଛି।

ରାନୁ ରାତାରାତି ଜଣେ ଷ୍ଟାର ପାଲଟି ଯାଇଛନ୍ତି। ସେ ରେଲଓ୍ବେ ଷ୍ଟେସନରେ ‘ଏକ ପ୍ୟାର କା ନଗମା’ ଗୀତ ଗାଇଥିଲେ ଯାହା ଲତା ମଙ୍ଗେଶକର ଗାଇଥିଲେ। ସେହି ଗୀତ ଜଣେ ଯୁବକ ରେକର୍ଡ଼ କରି ଟିକଟକରେ ଅପଲୋଡ କରିଥିଲେ ଯାହା ବହୁତ ହିଟ୍ ହୋଇଯାଇଥିଲା। ଏହାର କିଛି ସମୟ ପରେ ରାନୁ ରାତାରାତି ଷ୍ଟାର ପାଲଟିଯାଇଥିଲେ।

ରାନୁ ପ୍ରସିଦ୍ଧ ହେବା କଥା ଜାଣିବା ପରେ ରାନୁଙ୍କ ଝିଅ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ଯେତେବେଳେ ତାଙ୍କ ଝିଅଙ୍କୁ ପଚରାଯାଇଥିଲା ଯେ ସେ ତାଙ୍କ ମାଆଙ୍କୁ କାହିଁକି ରେଲଓ୍ବେ ଷ୍ଟେସନରେ ଛାଡ଼ିଥିଲେ ସେତେବେଳେ ତାଙ୍କ ଝିଅ କହିଥିଲେ ଯେ ତାଙ୍କ ମାଆ ଦେଖିବାକୁ ଅସୁନ୍ଦର। ସେଥିପାଇଁ ସେମାନେ ତାଙ୍କୁ ଘରେ ନ ରଖି ରେଲଓ୍ବେ ଷ୍ଟେସନରେ ଛାଡ଼ି ଦେଇଥିଲେ।

   Related Posts