ବିବାହ ପରେ ଏହିସବୁ କାରଣରୁ ମୋଟା ହୋଇଯାନ୍ତି ମହିଳାମାନେ : ଜାଣନ୍ତୁ କାରଣ,ଲକ୍ଷଣ ଏବଂ ଉପଚାର

Published By : Prameya-News7 Bureau | January 16, 2019 IST

ଯଦି ଆପଣ ବିବାହ ପରେ ଓଜନ ବଢ଼ିବା ସମସ୍ୟାକୁ ନେଇ ଚିନ୍ତିତ ତେବେ ଆପଣ ଏକୁଟିଆ ନୁହନ୍ତି , ଅଧିକାଂଶ ମହିଳା ଏହି ଅଭିଯୋଗ କରିଥାନ୍ତି। ଏହାର ବିଭିନ୍ନ କାରଣ ଥାଇପାରେ। ଏପରି କ୍ଷେତ୍ରରେ ଜୀବନଶୖଳୀରେ ପରିବର୍ତ୍ତନ ଏବଂ କେତେକ ଅନ୍ୟ ଉପାୟ ଅବଲମ୍ବନ କରି ଆପଣ ଓଜନ ନିୟନ୍ତ୍ରଣ କରିପାରିବେ। ସାଧାରଣତଃ ଦେଖାଯାଇଛି ଯେ ବିବାହ ପରେ ମହିଳାଙ୍କ ଓଜନ ବଢ଼ିଥାଏ। କିନ୍ତୁ ଏହା ସତ ନୁହେଁ। ଯଦି କିଛି କଥା ପ୍ରତି ଧ୍ୟାନ ଦିଆଯାଏ ତେବେ ଓଜନ ନିୟନ୍ତ୍ରଣ କରାଯାଇପାରିବ।

ଓଜନ ବଢ଼ିବାର କାରଣ: ବିବାହ ପରେ ୫ବର୍ଷ ମଧ୍ୟରେ ୮୨ପ୍ରତିଶତ ଦମ୍ପତ୍ତିଙ୍କ ୫-୧୦କିଲୋ ଓଜନ ବଢ଼ିଯାଇଥାଏ। ମହିଳାଙ୍କ ସହ ଏହି ସମସ୍ୟା ଅଧିକ ହୋଇଥାଏ। କେତେକ ଲୋକଙ୍କ କହିବା ଅନୁସାରେ ବିବାହ ପରେ ହରମୋନ ପରିବର୍ତ୍ତନ ଯୋଗୁଁ ଓଜନ ବଢ଼ିଥାଏ। କିନ୍ତୁ ଏହା ଏକମାତ୍ର କାରଣ ନୁହେଁ। ବିଭିନ୍ନ କାରଣ ରହିଛି ଯାହା ମହିଳାଙ୍କ ଓଜନ ବଢ଼ିବା ପାଇଁ ଦାୟୀ।

wp:gallery {"ids":[74635]} /wp:gallery

୧.ଶାରିରୀକ –ମାନସିକ ପରିବର୍ତ୍ତନ: ଡାକ୍ତରଙ୍କ କହିବା ଅନୁସାରେ , ଯେତେବେଳେ କୈାଣସି ମହିଳା ଶାରିରୀକ –ଭାବନାତ୍ମକ ସମ୍ପର୍କରେ ପ୍ରବେଶ କରିଥାଏ,ସେତେବେଳେ ତାଙ୍କ ଶରୀର ଏବଂ ମସ୍ତିଷ୍କରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ଦେଖାଯାଇଥାଏ।

wp:gallery {"ids":[74645]} /wp:gallery

୨.ହରମୋନ୍ ପରିବର୍ତ୍ତନ : ବିବାହ ପରେ ଶରୀରରେ ବିଭିନ୍ନ ପ୍ରକାର ହରମୋନ୍ ସମ୍ବନ୍ଧୀୟ ପରିବର୍ତ୍ତନ ହୋଇଥାଏ। ଅଣ୍ଟାର ଚଉଡା କିଛି ଇଞ୍ଚ ବଢ଼ିଯାଇଥାଏ। ଏହା ସହିତ ଭୋକ ବଢ଼ିଯାଇଥାଏ। ଏହି ସବୁର ପ୍ରଭାବ ଅତ୍ୟଧିକ ଓଜନ ଭାବରେ ଦେଖାଯାଇଥାଏ।

wp:gallery {"ids":[74654]} /wp:gallery

୩. ପ୍ରାଥମିକତା ବଦଳି ଯିବା: ଅଧିକାଂଶ ଝିଅମାନେ ବିବାହ ପୂର୍ବରୁ ନିଜ ଲୁକକୁ ନେଇ ସତର୍କ ଥାଆନ୍ତି କିନ୍ତୁ ବିବାହ ପରେ ବେଖାତିର ହୋଇଯାଆନ୍ତି। କାରଣ ତାଙ୍କ ପ୍ରାଥମିକତା ବଦଳିଥାଏ। ତାଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ସ୍ବାମୀ ଏବଂ ପରିବାର ସଦସ୍ୟଙ୍କ ହିସାବରେ ଚାଲିଥାଏ। ଠିକ୍ ଏଥିପାଇଁ ତାଙ୍କୁ ନିଜ ପାଇଁ ସମୟ ମିଳିନଥାଏ। ସେ ବ୍ୟାୟାମ ଏବଂ ଚାଲିବା ବନ୍ଦ କରି ଦେଇଥାନ୍ତି।

wp:gallery {"ids":[74647]} /wp:gallery

୪.ନିଦ୍ରାର ଅଭାବ: ବିବାହ ପରେ ମହିଳାଙ୍କ ଶୋଇବା ସମୟ ଏବଂ ଶୈଳୀ ବଦଳିଯାଇଥାଏ। ଅଧିକାଂଶ ସମୟ ତାଙ୍କ ନିଦ ପୂରା ହୋଇନଥାଏ। ନିଦ୍ରାର ଅଭାବ ମୋଟାପଣ ହେବାର ପ୍ରମୁଖ କାରଣ ଅଟେ।

wp:gallery {"ids":[74648]} /wp:gallery

୫.ଅତ୍ୟଧିକ ଖାଦ୍ୟ: ବିବାହ ପରେ ଅଧିକାଂଶ ସ୍ବାମୀ -ସ୍ତ୍ରୀ ସପ୍ତାହ ଶେଷରେ ବାହାରେ ଖାଇବାକୁ ପସନ୍ଦ କରିଥାନ୍ତି। ଏହି ପ୍ରୀତିଭୋଜନରେ ଅତ୍ୟଧିକ ଖାଦ୍ୟ କାରଣରୁ କ୍ୟାଲୋରୀ ପରିମାଣ ବଢ଼ିଯାଇଥାଏ। ଅତ୍ୟଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପେଟ ଆଖପାଖରେ ଚର୍ବି ସ୍ତର ବଢ଼ିବାକୁ ଲାଗିଥାଏ।

wp:gallery {"ids":[74649]} /wp:gallery

୬.ବୟସ ବୃଦ୍ଧି: ଆଜିକାଲି ଅଧିକାଂଶ ମହିଳା ୩୦ବର୍ଷ ବୟସ ପରେ ବିବାହ କରୁଛନ୍ତି। କେତେକ ଗବେଷଣାରୁ ଜଣା ପଡ଼ିଛି ଯେ ୩୦ବର୍ଷ ବୟସ ପରେ ଆମ ଶରୀରରେ ମେଟାବଲିକ୍ ରେଟ୍ କମ୍ ହୋଇଥାଏ  ଯାହା ଦ୍ବାରା ଓଜନ ବୃଦ୍ଧି ହୋଇଥାଏ। ଏପରି କ୍ଷେତ୍ରରେ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ପରିବର୍ତ୍ତନ ମୋଟା ହେବାର କାରଣ ହୋଇଥାଏ।

wp:gallery {"ids":[74650]} /wp:gallery

୭.ଅବସାଦ: ବିବାହ ପରେ କୈାଣସି ଅନ୍ୟ ପରିବାର ସହିତ ସମ୍ପର୍କ ଯୋଡ଼ିବା ମହିଳାଙ୍କ ପାଇଁ ସବୁଠୁ କଠିନ କାମ ହୋଇଥାଏ। କେତେ ଥର ମହିଳାଙ୍କ ପାଇଁ ନୂଆ ଘର ଏବଂ ନୂଆ ପରିବେଶ ସହିତ ଖାପ ଖୁଆଇ ଚଳିବାକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିଯୋଗୁଁ ମହିଳାମାନେ ଅବସାଦଗ୍ରସ୍ତ ହୋଇଥାନ୍ତି। ଅବସାଦ ପାଇଁ ତାଙ୍କୁ ରାତିରେ ନିଦ ହୋଇନଥାଏ। ଏବଂ ତାଙ୍କ ଡାୟେଟ୍ ବଢ଼ିଯାଇଥାଏ ଯାହାଦ୍ବାରା ତାଙ୍କର ଓଜନ ବଢ଼ିଥାଏ।

wp:gallery {"ids":[74651]} /wp:gallery

୮.ଗର୍ଭାବସ୍ଥା: ଗର୍ଭାବସ୍ଥା ମଧ୍ୟ ମହିଳାଙ୍କୁ ମୋଟା କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଅଧିକାଂଶ ସ୍ବାମୀ ସ୍ତ୍ରୀ ବିବାହ ପରେ ୧-୨ବର୍ଷ ମଧ୍ୟରେ ଫ୍ୟାମିଲି ପ୍ଲାନିଂ କରିଥାନ୍ତି। ଏଥିପାଇଁ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଇଥାଏ। ଏଥିପାଇଁ ମହିଳାଙ୍କ ଓଜନ ମଧ୍ୟ ଯଥେଷ୍ଟ ବଢ଼ିଯାଇଥାଏ। ଛୁଆ ଜନ୍ମ ପରେ ଅଧିକାଂଶ ମହିଳା ଓଜନ କମ୍ କରିନଥାନ୍ତି।

କ’ଣ କଲେ ଓଜନ ବଢ଼ିବ ନାହିଁ:

ବିବାହ ଅର୍ଥ ଏହା ନୁହେଁ ଯେ ଆପଣ ଆପଣଙ୍କ ସ୍ବାମୀ ଏବଂ ପରିବାର ସହ ଏତେ ବ୍ୟସ୍ତ ହୋଇଯିବେ ଯେ ନିଜକୁ ନଜରଅନ୍ଦାଜ କରିବାକୁ ଲାଗିବେ। ଆପଣଙ୍କୁ ଏହା ବୁଝିବାକୁ ହେବ ଯେ ଯଦି ଆପଣ ନିଜେ ସୁସ୍ଥ ଏବଂ ଖୁସି ରହିବେ ତେବେ ଆପଣ ନିଜ ପ୍ରିୟଜନଙ୍କ ଯତ୍ନ ନେଇପାରିବେ। ଏଥିପାଇଁ ନିମ୍ନଲିଖିତ ଜିନିଷ ପ୍ରତି ଧ୍ୟାନ ରଖନ୍ତୁ

-ନିଜ ଖାଦ୍ୟରେ ଫାଇବରର ମାତ୍ରା ବଢ଼ାନ୍ତୁ। ଫାଇବର ଶରୀରର ମେଟାବଲିକକୁ ସୁସ୍ଥ ରଖିବା ସହ ଭୋକ କମ୍ କରିଥାଏ।

-ପାଣି ଏବଂ ଅନ୍ୟ ତରଳ ପଦାର୍ଥ ଯେପରିକି ସୁପ୍,ଆର୍ୟୁବେଦିକ ଚାହା,ଫଳ ଏବଂ ପନିପରିବାର ଜୁସ୍ ପିଅନ୍ତୁ।

-ଇମୋସନାଲ୍ ଇଟିଙ୍ଗରୁ ବର୍ତ୍ତନ୍ତୁ।

-ଯେତେବେଳେ ଆପଣଙ୍କୁ ଭୋକ ଲାଗିବ ସେତେବେଳେ  ଖାଆନ୍ତୁ ଏବଂ ପର୍ଯ୍ୟାପ୍ତ ପରିମାଣରେ ଖାଆନ୍ତୁ ନାହିଁ।

-ଖାଇବା ପୂର୍ବରୁ ଗୋଟିଏ ଗିନାରେ ସାଲାଡ ଏବଂ ସୁପ୍ ପିଅନ୍ତୁ, ଏହାଦ୍ବାରା କ୍ୟାଲୋରୀର ପରିମାଣ କମ୍ ହେବ।

-ଥରକରେ ବେଶୀ ଖାଇବା ପରିବର୍ତ୍ତେ ଅଳ୍ପ ଅଳ୍ପ କରି ଖାଆନ୍ତୁ।

-ଯେଉଁ ଦିନ ଆପଣଙ୍କୁ ରାତିରେ ଡିନର ଯିବାର ଥିବ, ସେଦିନ ସ୍ନାକ୍ସ ଏବଂ ଲଞ୍ଚ୍ କମ୍ କରନ୍ତୁ।

-ଶାରିରୀକ ଭାବେ କ୍ରିୟାଶୀଳ ରୁହନ୍ତୁ। ନିୟମିତ ଭାବରେ ବ୍ୟାୟାମ କରନ୍ତୁ ଏବଂ ଚାଲନ୍ତୁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.