ଲାଲ ଚନ୍ଦ୍ରକୁ ଦେଖି କାହିଁକି ଭୁକନ୍ତି ଗଧିଆ, ଜାଣନ୍ତୁ କିଛି ଅଜଣା ତଥ୍ୟ

Published By : Prameya-News7 Bureau | January 21, 2019 IST

ଭୁବନେଶ୍ୱର ୨୧/୧ : ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ | ଏହି ଚନ୍ଦ୍ରଗ୍ରହଣକୁ ସୁପର ବ୍ଲଡ଼ ଉଲଫ ମୁନ ମଧ୍ୟ କୁହାଯାଇଥାଏ | ଆକାଶରେ ଲାଲ ଚନ୍ଦ୍ର ଦେଖି ଗଧିଆ ଭୁକିବା ଦୃଶ୍ୟ ଆପଣମାନେ ଫିଲ୍ମରେ କିମ୍ବା ସତସତିକା ମଧ୍ୟ ଦେଖିଥିବେ | ତେବେ ଲାଲ ଚନ୍ଦ୍ର ଦେଖି ଗଧିଆ କାହିଁକି ଭୁକିଥାଏ ଆସନ୍ତୁ ଜାଣିବା |

ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ଅନୁସାରେ, ସୁପର ମୁନ ବା ଚନ୍ଦ୍ରଗ୍ରହଣରେ ଚନ୍ଦ୍ରମା ବାକୁ ଦିନ ଅପେକ୍ଷା ପୃଥିବୀର ନିକଟତର ହୋଇଥାଏ | ସେହିଦିନ ପୃଥିବୀ ଏବଂ ଚନ୍ଦ୍ରମାର ଦୂରତା ୩୬୩୦୦୦ କି:ମି: ରହିଥାଏ | ଯେତେବେଳେ ଚନ୍ଦ୍ରମା ପୃଥିବୀର ସର୍ବାଧିକ ଦୂରତାରେ ରହିଥାଏ ସେତେବେଳେ ପୃଥିବୀ ଏବଂ ଚନ୍ଦ୍ରମା ମଧ୍ୟରେ ଦୂରତା ୪୦୫୦୦୦ କି:ମି: ରହିଥାଏ | ଚନ୍ଦ୍ରମାର ଏହି ପୁରା ପ୍ରକ୍ରିୟାକୁ ନାସା ମୋଷ୍ଟ ଡେଜଲିଂ ଶୋ ବା ସବୁଠାରୁ ଚମକଦାର ଶୋ ବୋଲି ନାଁ ଦେଇଛି |

{"id":76435,"width":589,"height":331}

ନାସାର ଗୋଡର୍ଡ ସ୍ପେସ ଫ୍ଲାଇଟ ସେଣ୍ଟରର ରିସର୍ଚ୍ଚ ବୈଜ୍ଞାନିକ ଡ. ନୋଆହ ପେଟ୍ରୋଙ୍କ କହିବାନୁଯାୟୀ ସୁପର ମୁନରେ ବା ଚନ୍ଦ୍ରଗ୍ରହଣ ଦିନ ଅନ୍ୟ ଦିନ ତୁଳନାରେ ୧୪ ପ୍ରତିଶତ ବଡ ଏବଂ  ୩୦ ପ୍ରତିଶତ ଅଧିକ ଚମକଦାର ହୋଇଥାଏ | ଏହି ସମୟରେ ଚନ୍ଦ୍ରର ସମ୍ପୂର୍ଣ ଲାଲ ଅର୍ଥାତ ତମ୍ବା ଭଳି ଦେଖାଦେଇଥାଏ, ସେଥିପାଇଁ ଏହାକୁ ବ୍ଲଡ଼ ମୁନ କୁହାଯାଇଥାଏ |

ଗ୍ରହଣ ଦିନ ଚନ୍ଦ୍ରମାର ରଙ୍ଗ ବଦଳାଇବାକୁ ନେଇ ବୈଜ୍ଞାନିକ ମତ ରଖିଛନ୍ତି ଯେ, ଗ୍ରହଣବେଳେ ସୂର୍ଯ୍ୟଙ୍କ କିରଣ ପୃଥିବୀ ଦେଇ ଚନ୍ଦ୍ର ଉପରେ ପଡିଥାଏ | ଗ୍ରହର ଛାଇ ପଡିବା ଯୋଗୁଁ ଚନ୍ଦ୍ରମାର ରଙ୍ଗ ଗ୍ରହଣବେଳେ ବଦଳି ଯାଇଥାଏ |

{"id":76436,"width":587,"height":352}

ବୈଜ୍ଞାନିକଙ୍କ କହିବାନୁଯାୟୀ, ୩ଟି ଘଟଣା ସଂଯୋଗରେ ହେଉଥିବା ଏହି ପୁର୍ଣ ଚନ୍ଦ୍ରଗ୍ରହଣ ରାତିରେ ଆକାଶରେ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିବ | ଏହି ଗ୍ରହଣର ପ୍ରଭାବ ଭାରତରେ ପଡ଼ିବନାହିଁ ବୋଲି ବୈଜ୍ଞାନିକ କହିଛନ୍ତି | ଆଜିର ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନାହିଁ | କିନ୍ତୁ ଗ୍ରହଣ ଯେଉଁ ସ୍ଥାନରେ ବି ଦେଖାଦେବ ଚନ୍ଦ୍ରମାକୁ କୌଣସି ଉପକରଣ ବିନା ଦେଖାଯାଇପାରିବ | ଚନ୍ଦ୍ରମାକୁ ଖାଲି ଆଖିରେ ଦେଖାଯାଇପାରିବ |

{"id":76437,"width":584,"height":584}

ଏହି ଗ୍ରହଣକୁ ଆମେରିକାବାସୀ ଫୁଲ ମୁନ ବୋଲି କହିଥାନ୍ତି | ରାତିରେ ଭୋଜନ ଖୋଜିବା ପାଇଁ ବାହାରୁଥିବା ଗଧିଆ ଏହି ଚନ୍ଦ୍ରମା ଆଡକୁ ଦେଖି ଭୁକିଥାନ୍ତି |ରକ୍ତ ବର୍ଣ୍ଣର ଚନ୍ଦ୍ରମାକୁ ଗଧିଆ ଖାଦ୍ୟ ପଦାର୍ଥ ବୋଲି ଭାବି ରଡି ଛାଡିଥାଏ । ସେଥିପାଇଁ ଏହି ଗ୍ରହଣକୁ ଉଲଫ ମୁନ ମଧ୍ୟ କୁହାଯାଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.