Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଜାଣନ୍ତୁ ବେଙ୍ଗଲ, ଓଡିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ କାହିଁକି ବିତ୍ପାତ ସୃଷ୍ଟି କରେ ବାତ୍ୟା

29/04/2019 at 10:02 PM

ସାମୁଦ୍ରିକ ବାତ୍ୟା ଫନୀ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ନିକଟବର୍ତ୍ତି ହେଉଛି । ଏହି ସୂଚନା ଦେଇଛନ୍ତି ପାଣିପାଗ ବିଭାଗ । ଏହି ବାତ୍ୟା ଭିଷଣ ରୂପ ନେବା ସହ ବ୍ୟାପକ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ଆଶଙ୍କା ବ୍ୟକ୍ତ କରିଛନ୍ତି । ଗତବର୍ଷ ବାତ୍ୟା ଗାଜା ତାମିଲନାଡୁ ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଥିଲା। ବିଭିନ୍ନ ସ୍ଥାନରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘରଦ୍ବାର ଭାଙ୍ଗିଥିଲା। ତେବେ ଆପଣ ଜାଣନ୍ତି କି ଦେଶର ପୂର୍ବ ଉପକୂଳରେ କାହିଁକି ଏପରି ପ୍ରାକୃତିକ ବିତ୍ପାତ ସୃଷ୍ଟି ହୁଏ। ଯେଉଁଥି ପାଇଁ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ କେରଳ ବିଶେଷ ପ୍ରଭାବିତ  ହୁଅନ୍ତି । ତେବେ ଏହାର କାରଣ ଜାଣିବା ପୂର୍ବରୁ ଆସନ୍ତୁ ଜାଣିବା ସାଇକ୍ଲୋନ ବା ଘୂର୍ଣ୍ଣିବାତ୍ୟା କ’ଣ ?

ପଶ୍ଚିମ ପ୍ରଶାନ୍ତ ମହାସାଗର ଓ ଭାରତର ବଙ୍ଗୋପସାଗରରେ ଉଠୁଥିବା ଘୂର୍ଣ୍ଣି ଝଡ ହିଁ ହେଉଛି ସାଇକ୍ଲୋନ। ସମୁଦ୍ରରେ ସାଇକ୍ଲୋନ ସେହି ସ୍ଥାନରେ ସୃଷ୍ଟି ହୁଏ ଯେଉଁ ସ୍ଥାନର ତାପମାତ୍ରା ସମୁଦ୍ରର ଅନ୍ୟସ୍ଥାନ ଅପେକ୍ଷା ଅଧିକ ହୁଏ। ଉତ୍ତର ଗୋଲାର୍ଦ୍ଧ ନିକଟବର୍ତ୍ତି ଅଞ୍ଚଳରେ ସାଇକ୍ଲୋନ ଘଡି ଓଲଟା ଦିଗରେ ଗତି କରିଥାଏ । ତେବେ ଭାରତୀୟ ଉପମହାଦ୍ବୀପ ଆଖପାଖରେ ଏହି ଘଡି ସିଧା ଦିଗରେ ଗତି କରେ। ଏଣୁ ବଙ୍ଗୋପସାଗରରେ ଅଧିକାଂଶ ସାଇକ୍ଲୋନ  ସୃଷ୍ଟି ହୋଇଥାଏ।

ଇତିହାସରୁ ଜଣାଯାଏ ବିଶ୍ବରେ ସୃଷ୍ଟି ହୋଇଥିବା  ୩୫ ଘାତକ ଉଷ୍ଣ କଟିବନ୍ଧିୟ ଘୂର୍ଣ୍ଣି ଝଡରୁ ୨୬ଟି କେବଳ ବଙ୍ଗୋପସାଗରରୁ ଉଠିଛି ।  ଏହି ସବୁ ତୋଫାନ ଯୋଗୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ବାଂଲାଦେଶ। ଏଠାରେ ସବୁଠୁ ଅଧିକ ଲୋକ ବାତ୍ୟାରେ ପ୍ରାଣ ହରାଇଛନ୍ତି । ଗତ ୨ଶହ ବର୍ଷରେ ସମଗ୍ର ବିଶ୍ବରେ ଯେତିକି ଉଷ୍ଣ କଟିବନ୍ଧିୟ ଘୂର୍ଣ୍ଣି ଝଡ ସୃଷ୍ଟି ହୋଇଛି ଓ ଏଥିଯୋଗୁ ହୋଇଥିବା କ୍ଷୟକ୍ଷତିର ୪୦ ପ୍ରତିଶତ କେବଳ ବାଂଲାଦେଶରେ ହୋଇଥିବା ଜଣାପଡେ। ଏହା ପଛକୁ ରହିଛି ଭାରତ।

ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ଓଡିଶା
୧୮୯୧ ମସିହାରୁ ୨୦୦୨ ମଧ୍ୟରେ ଓଡିଶାକୁ ୯୮ଟି ଘୂର୍ଣ୍ଣିବାତ୍ୟା ପ୍ରଭାବିତ କରିଛି । ତେବେ ଏହି ସବୁ ଘୂର୍ଣ୍ଣିଝଡରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁରେ ଅଧିକ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆରବ ସାଗର ଅପେକ୍ଷା ବଙ୍ଗୋପ ସାଗରରେ ଅଧିକ  ଘୂର୍ଣ୍ଣିଝଡର କାରଣ  ହେଉଛି ବାୟୁ ପ୍ରବାହ। ପଶ୍ଚିମ ସାଗରର ଥଣ୍ଡା ପବନ ଉତପ୍ତ ହୋଇ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ ସୃଷ୍ଟି କରେ। ତେବେ ପୂର୍ବ ତଟରେ କ୍ଷୟକ୍ଷତିର ମୁଖ୍ୟ କାରଣ ହେଉଛି ଉଚ୍ଚ ସମୁଦ୍ର ଲହଡି ଓ ସମତଳ ଭୂଭାଗ। ସମତଳ ଭୂମି ତୋଫାନର ଦିଗ ପରିବର୍ତନରେ ବିଫଳ ହେଉଥିବା ବେଳେ ସାମୁଦ୍ରିକ ଲହଡି ଉପକୂଳରେ କ୍ଷୟକ୍ଷତି କରେ। ସମୁ୍ଦ୍ର ତଟର ପ୍ରାକୃତିକ ସଂରଚନା ଓ ସମୁଦ୍ର ତଳ ଯୋଗୁ ଉପକୂଳରେ ବିପର୍ଯ୍ୟୟ ସୃଷ୍ଟି କରେ ବାତ୍ୟା

   Related Posts