Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସକାଳୁ ଉଠି କାହିଁକି ନିଜ ପାପୁଲି ଦର୍ଶନ କରିବା ଜାଣନ୍ତୁ

27/04/2019 at 6:59 PM

ଭୁବନେଶ୍ୱର ୨୮/୪ : ମଣିଷ ଜୀବନ ସୁଖୀ, ସମୃଦ୍ଧ ଏବଂ ଆନନ୍ଦମୟ ହେବାପାଇଁ ସଂସ୍କାର ରଚନା କରାଯାଇଛି | ଏଥିପାଇଁ ଦିନ ଚର୍ଯ୍ୟା ମଧ୍ୟ ପ୍ରସ୍ତୁତ କରାଯାଇଛି | ହିନ୍ଦୁ ଶାସ୍ତ୍ରରେ ଏହିଭଳି ଏକ ଦିନଚର୍ଯ୍ୟା ସମ୍ପର୍କରେ କହାଯାଇଛି | ଦିନଚର୍ଯ୍ୟା ଆରମ୍ଭ ହୁଏ ନିଦରୁ ଉଠିବା ପରେ | ଦିନ ଆରମ୍ଭ କରିବାର ପ୍ରଥମ କାମ ହେଲା କର ଦର୍ଶନମ | ସକାଳୁ ଉଠିବା ପରେ ପ୍ରତ୍ୟେକ ମଣିଷକୁ ପ୍ରଥମେ ନିଜ ହାତ ପାପୁଲି ଦର୍ଶନ କରିବା ଉଚିତ | ସକାଳୁ ଉଠି ପ୍ରଥମେ ହାତ ପାପୁଲି ଦର୍ଶନ କଲେ ଦିନ ତମାମ ଭଲରେ କଟିଥାଏ |


ସକାଳ ଭଲ ଯଦି ପୁରା ଦିନ ଭଲ | ଦିନ ଭଲ କରିବା ପାଇଁ ଆମକୁ ସକାଳୁ ନିଜ ଭିତରେ ଏବଂ ବାହାରେ ଅର୍ଥାତ ମନ ଏବଂ ଘରେ ଶାନ୍ତି ଓ ପ୍ରସନ୍ନତା ଚାହୁଁଥାଉ | ଘରେ ଶାନ୍ତି ଓ ଖୁସିର ମାହୋଲ ଥିଲେ ମଣିଷ ମନରେ ମଧ୍ୟ ଶାନ୍ତି ରହିଥାଏ | ଯାହାଫଳରେ ଦିନ ମଧ୍ୟ ଭଲ ବିତିଥାଏ | ସକାଳୁ ଉଠିବା ମାତ୍ରେ ଆମେ ଏମିତି କୌଣସି ଜିନିଷ ବା ବ୍ୟକ୍ତିଙ୍କୁ ଦେଖିବାକୁ ପସନ୍ଦ କରିନଥାଉ ଯାହାଫଳରେ ଦିନ ଖରାପ କଟିବ | ଆମ ଦିନ ଆମ ପାଇଁ କେଉଁଭଳି ଶୁଭ ରହିବ ସେଥିପାଇଁ ଋଷି ଆମକୁ କର ଦର୍ଶନ ସଂସ୍କାର ଦେଇଛନ୍ତି |

କେମିତି କରିବେ ଦର୍ଶନ ଜାଣନ୍ତୁ:

ସକାଳୁ ନିଦରୁ ଉଠିବା ମାତ୍ରେ ଦୁଇ ହାତର ପାପୁଲିକୁ ପରସ୍ପର ସହ ଯୋଡି ପୁସ୍ତକ ଭଳି ଖୋଲିବେ | ପାପୁଲି ଖୋଲି ନିମ୍ନଲିଖିତ ଶ୍ଳୋକ ନିଶ୍ଚୟ ପଢିବେ | କରାଗ୍ରେ ବସତେ ଲକ୍ଷ୍ମୀ, କର ମଧ୍ୟେ ସରସ୍ବତୀ, କର ମୂଳେ ସ୍ତିତୋ ବ୍ରହ୍ମା


ପାପୁଲି ଦର୍ଶନ କାହିଁକି କରିବା :

ଭାରତୀୟ ସଂସ୍କୃତି ସବୁବେଳେ ଆମକୁ କର୍ମର ସନ୍ଦେଶ ଦେଇଥାଏ | ଜୀବନର ୪ଟି ଆଧାର ଧର୍ମ, ଅର୍ଥ, କର୍ମ ଓ ମୋକ୍ଷକୁ ପୁରୁଷାର୍ଥ କୁହାଯାଇଛି | ଭଗବାନଙ୍କ କୃପା ପୁରୁଷାର୍ଥ ମନୁଷ୍ୟଙ୍କ ଉପରେ ହିଁ ରହିଥାଏ | ପୁରୁଷାର୍ଥ ମଣିଷକୁ ଭଗବାନ ସର୍ବଦା ସାହାଯ୍ୟ କରନ୍ତି | ଭଲ କର୍ମ କରି ମଣିଷ ନିଜ ଜୀବନକୁ ସ୍ୱର୍ଗ ଭଳି କରିପାରେ |


ଏହି ସନ୍ଦେଶରୁ କଣ ଶିଖିବା :

ସକାଳୁ ଉଠି ନିଜ ପାପୁଲି ଦର୍ଶନ କରି ଭଲ କର୍ମ କରିବା ସଂକଳ୍ପ ନେବା ଉଚିତ | ଯେପରିକି ଦିନ ସାରା ଆମ ମନରେ କୌଣସି ଖରାପ ଚିନ୍ତାଧାରା ନ ଆସି ଭଲ ବିଚାରଧାରା ଆସିବ | ଭଲ କର୍ମ କରିବା ଦ୍ୱାରା ଆମରକୁ ଭଲ ପରିଚୟ ମିଳିବ ଏବଂ ଆମେ ଶାନ୍ତିରେ ବଂଚି ପରିବା |

   Related Posts