Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

କାହିଁକି ସୀମାରେ ବଢାଗଲା BSF ଯବାନଙ୍କ ଅଧିକାର କ୍ଷମତା; କାରଣ ଦର୍ଶାଇଲେ କେନ୍ଦ୍ର ସରକାର

7/12/2021 at 10:27 PM

ନୂଆଦିଲ୍ଲୀ ୦୭/୧୨ : ବର୍ତ୍ତମାନ ଆମ ଦେଶରେ କିଛି ରାଜ୍ୟରେ ସୀମା ସୁରକ୍ଷା ବଳ(BSF) ର କ୍ଷେତ୍ରୀୟ ଅଧିକାର ଓ କାର୍ଯ୍ୟ କ୍ଷମତାକୁ ବଢ଼ାଇ ଦିଆଯାଇଛି। ଏନେଇ କେନ୍ଦ୍ର ସରକାର ଲୋକସଭାରେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ରାଜ୍ୟଗୁଡ଼ିକର ସୀମା ଦେଇ ହେଉଥିବା ଚୋରା ଅସ୍ତ୍ରଶସ୍ତ୍ର ବ୍ୟବସାୟ, ନିଶାଦ୍ରବ୍ୟ ଚାଲାଣ,ଜାଲ ନୋଟ୍ କାରବାରକୁ ରୋକିବାପାଇଁ ବିଏସ୍ଏଫ୍‌ର କ୍ଷମତା ପରିସରକୁ ବଢ଼ାଇ ଦିଆଯାଇଛି।

ସରକାର କହିଛନ୍ତି ଭାରତର ସୀମାରେ ଦେଶବିରୋଧୀ ଶତୃମାନଙ୍କ ଦ୍ୱାରା ପଠାଯାଉଥିବା, ଡ୍ରୋନ, ଚାଳକ ବିହୀନ ବିମାନ ଇତ୍ୟାଦି ବୈଷୟିକ ଜ୍ଞାନ କୌଶଳକୁ ପ୍ରଭାବହୀନ କରିବା ପାଇଁ ସୀମା ସୁରକ୍ଷା ବଳର ଅଧିକାର ସମ୍ପ୍ରସାରଣ ନିହାତି ଆବଶ୍ୟକ ଥିଲା। ଏହି ନୂତନ ପଦକ୍ଷେପ ଦ୍ୱାରା ସୀମା ସୁରକ୍ଷାରେ ଥିବା ଯବାନମାନେ ଅଧିକ ଶକ୍ତିଶାଳୀ ହେବେ ବୋଲି ସରକାର ଲୋକସଭାରେ ଦର୍ଶାଇଛନ୍ତି।

ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପୂର୍ବରୁ ପଞ୍ଜାବ, ପଶ୍ଚିମବଙ୍ଗ, ଆସାମରେ ବିଏସଏଫ ଯବାନମାନଙ୍କୁ ଚଢ଼ଉ ଓ ଗିରଫ କରିବାର ଅଧିକାର କ୍ଷେତ୍ରକୁ ବଢ଼ାଇ ଦିଆଯାଇଥିଲା। ପୂର୍ବରୁ ଯବାନମାନଙ୍କ ନିକଟରେ ରାଜ୍ୟ ସୀମା ଅନ୍ତର୍ଗତ ୧୫ କି.ମି. ଭିତରେ ଏହି କ୍ଷମତା ସୀମିତ ଥିଲା। କିନ୍ତୁ ଏବେ ଏହାକୁ ବଢ଼ାଇ ୫୦ କି.ମି. କରି ଦିଆଯାଇଛି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟ ପୋଲିସ ବାହିନୀ ସହ ମିଶି ଅପରାଧ ଓ ଅପରାଧି ମାନଙ୍କ ଉପରେ ଅଧିକ ପ୍ରଭାବି ନିୟନ୍ତ୍ରଣ କରିବା ପାଇଁ ବିଏସଏଫର କାର୍ଯ୍ୟ କ୍ଷମତାରୁ ସମ୍ପ୍ରସାରିତ କରାଯାଇଛି।

   Related Posts