Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୧୪କୁ ବୃଦ୍ଧି
  • ||
  • ରାଜ୍ୟରେ ୯ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮୪୫ କୋଭିଡ୍ ପଜିଟିଭ୍, ୧୧୯୬୧୪୦ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଓଭରବ୍ରିଜ୍‌ରୁ ୩୦ଫୁଟ ତଳକୁ ଖସିଲା କାର୍, ଦୁର୍ଘଟଣାରେ ଗାଡି ଭାଙ୍ଗିରୁଜି ଚୁରମାର୍
  • ||
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

‘ମୋତେ ଦୁନିଆକୁ ଆଣିଲ କାହିଁକି’: ମା’ର ଡାକ୍ତରଙ୍କ ବିରୋଧରେ କେସ୍‌ କଲେ ଯୁବତୀ, ପାଇଲେ କୋଟି କୋଟି ଟଙ୍କାର କ୍ଷତିପୂରଣ

2/12/2021 at 9:19 PM

ଲଣ୍ଡନ ୦୨/୧୨:  ମା’ ଗର୍ଭବତୀ ଥିବା ବେଳେ ଡାକ୍ତରଙ୍କ ଭୁଲ ପରାମର୍ଶ ଯୋଗୁଁ ଝିଅ ଦିବ୍ୟାଙ୍ଗ ହୋଇ ଜନ୍ମ ହୋଇଥିଲା। ଝିଅ ବଡ଼ ହୋଇଯିବା ପରେ ଏନେଇ ମାଙ୍କ ପାଖରୁ ଶୁଣିବାକୁ ପାଇଥିଲା। ତାପରେ ଏହାକୁ ନେଇ ଡାକ୍ତରଙ୍କ ବିରୋଧରେ କୋର୍ଟରେ ପହଞ୍ଚିଥିଲା ଝିଅ । କୋର୍ଟଙ୍କ ରାୟ ଝିଅ ସପକ୍ଷରେ ଆସିଥିବା ବେଳେ ଡାକ୍ତର ତାଙ୍କୁ କୋଟି କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦେଇଛନ୍ତି। ଏମିତି ଏକ ଅଜବ ମାମଲା ବ୍ରିଟେନରୁ ସାମ୍ନାକୁ ଆସିଛି ।

ଏବେ ଏହି ମାମଲା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ପରେ ୨୦ ବର୍ଷୀୟ ଦିବ୍ୟାଙ୍ଗ ଯୁବତୀ ଏଭି ଟୁମ୍ବସ୍‌ଙ୍କୁ ଲୋକେ ପ୍ରଶ୍ନ କରୁଛନ୍ତି ଯେ ​‌ସେ କାହିଁକି ଏମିତି କଲେ। ଏହାର ଜାବବ  ଦଇେ ଏଭି କହିଛନ୍ତି, ୨୦୦୧ରେ ତାଙ୍କର ଜନ୍ମ ‘ଲିପୋମାଇଲୋମୋନିଂଗୋସେଲେ’ ସହିତ ହୋଇଥିଲା। ଏହା ଏକ ପ୍ରକାର ବିକାଳାଙ୍ଗ ପରିସ୍ଥିତି ଯାହାକୁ ମେଡିକାଲ୍‌ ଭାଷାରେ ସ୍ପାଇନା ବିଫିଡା ବୋଲି କୁହାଯାଏ। ଏହି ରୋଗ ପାଇଁ ଏଭି ଡାକ୍ତରଙ୍କ ବିରୋଧରେ ମାମଲା କରି କ୍ଷତିପୂରଣ ଦାବି କରିଥିଲେ।

ଏଭିଙ୍କ ଅନୁସାରେ ଡାକ୍ତର ଫିଲିଫ୍‌ ମିଶେଲ ତାଙ୍କ ମାଙ୍କୁ ପ୍ରସବ ପୂର୍ବରୁ ସଠିକ୍‌ ଔଷଧ ଖାଇବାକୁ ପରାମର୍ଶ ଦେଇନଥିଲେ। ଯଦି ତାଙ୍କ ମାଙ୍କ ଗର୍ଭାବସ୍ଥା ସମୟରେ ସେ ଭଲ ଔଷଧ ଖାଇବାକୁ ପରାମର୍ଶ ଦେଇଥାନ୍ତେ ତେବେ ଆଜି ସେ ବିକଳାଙ୍ଗ ହୋଇ ଜନ୍ମ ହୋଇ ନଥାନ୍ତେ ବୋଲି କହିଛନ୍ତି। ଏପରିକି ତାଙ୍କ ମା ଜଣେ ଦିବ୍ୟାଙ୍ଗ ପିଲା ଜନ୍ମ ଦେବା ନେଇ ଡାକ୍ତର ମିଶେଲ ଜାଣିଥିଲେ ବୋଲି  ଏଭି କହିଛନ୍ତି।

ଡାକ୍ତର ଚାହିଁଥିଲେ ତାଙ୍କର ଜନ୍ମ ହୋଇନଥାନ୍ତା କି ସେ ଏତେ କଷ୍ଟ ପାଇନଥାନ୍ତେ ବୋଲି ଏଭି ଟୁମ୍ବସ୍‌ ଅଭିଯୋଗ ମଧ୍ୟ କରିଛନ୍ତି। ସେପଟେ ଲଣ୍ଡନ ହାଇକୋର୍ଟର ଜଷ୍ଟିସ୍‌ ରୋଜାଲିଣ୍ଡ କୋଏ କ୍ୟୁସି ଏଭିଙ୍କୁ ସମର୍ଥନ କରିବା ସହ ଅଭିଯୁକ୍ତ ଡାକ୍ତରଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଏଭି ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଜଣେ ଭଲ ଅଶ୍ବାରୋହୀ । ଇନଷ୍ଟଗ୍ରାମରେ ତାଙ୍କର ବହୁତ ଫଲୋୟର୍ସ ଥିବା ବେଳେ ୟୁଜର୍ସ ତାଙ୍କୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

   Related Posts