କାହିଁକି ପଡ଼ିଆରେ ପଣ୍ଟିଂ-କୋହଲିଙ୍କ ମଧ୍ୟରେ ହୋଇଥିଲା ଯୁକ୍ତିତର୍କ ? କାରଣ କହିଲେ ଅଶ୍ବିନ

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧: ଆଇପିଏଲ୍‌ର ୧୩ ତମ ସଂସ୍କରଣ ସରିଥିବା ବେଳେ ଟ୍ରଫି ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ପଞ୍ଚମ ଥର ଟୁର୍ଣ୍ଣାମେଣ୍ଟ ଟାଇଟଲ୍‌ ଜିଣିଛି ଏମଆଇ। କରୋନା କାଳରେ ଆଇପିଏଲ-୨୦୨୦ ଆୟୋଜନକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ବହୁ ବିଚାର ବିମର୍ଶ ପରେ ବିନା ଦର୍ଶକରେ ଦୁବାଇରେ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ତେବେ ଆଇପିଏଲ୍‌-୨୦୨୦ ସମୟରେ ବହୁତ କିଛି ଘଟଣା  ଘଟିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଘଟଣାର ଖୁଲାସା କରିଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ୍‌।

ନଭେମ୍ବର ୨ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେଉଥିବା ମ୍ୟାଚ୍‌ରେ ଏହି ଘଟଣାଟି ଘଟିଥିବା ନେଇ ରବିଚନ୍ଦ୍ରନ ଅଶ୍ବିନ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଖୁଲାସା କରିଛନ୍ତି। ନଭେମ୍ବର ୨ରେ ହୋଇଥିବା ମ୍ୟାଚ୍‌ରେ ଆରସିବି ଅଧିନାୟକ ବିରାଟ କୋହଲି ଓ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍‌ ରିକି ପଣ୍ଟିଂଙ୍କ ମଧ୍ୟରେ ପଡ଼ିଆରେ ଯୁକ୍ତିତର୍କ ହୋଇଥିଲା।

wp:html /wp:html

ମ୍ୟାଚ୍‌ ଖେଳିବାରେ ବିଳମ୍ବ ହୋଇଥିବା ନେଇ ଆରସିବି ସମେତ ବିରାଟ କୋହଲି ନାରାଜ ଥିଲେ। ତେବେ ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କୁ ପଚାରିବାରୁ ପାଟିତୁଣ୍ଡ ହୋଇଥିଲା। ଟାଇମ୍‌ ଆଉଟ୍‌ ସମୟରେ ମ୍ୟାଚ୍‌ ବିଳମ୍ବ ନେଇ ଅମ୍ପାୟରକୁ କାରଣ ପଚାରିବାକୁ ଯାଇଥିଲେ କୋହଲି। ସେହି ସମୟରେ ରିକି ତାଙ୍କୁ ଜବାବ ଦେଇଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ବୋଲି ଅଶ୍ବିନ କହିଛନ୍ତି। ସେହି ମ୍ୟାଚ୍‌ରେ ପ୍ରଥମ ଥର ଆଇପିଏଲ୍‌ରେ ଅଶ୍ବିନି ବିରାଟ କୋହଲିକଙ୍କୁ ଆଉଟ କରିବାରେ ସକ୍ଷମ ହୋଇଥିଲେ ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.