ରାତିରେ କାହାକୁ ଭେଟନ୍ତି ନାହିଁ ବସୁନ୍ଧରା ରାଜେ : ଜାଣନ୍ତୁ ଏହା ପଛରେ ଥିବା କାରଣ

Published By : Prameya-News7 Bureau | November 13, 2019 IST

ଜୟପୁର ୧୩/୧୧: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ରାତି ୧୦ଟା ପରେ ଲୋକଙ୍କୁ ଭେଟନ୍ତି ନାହିଁ। ବସୁନ୍ଧରା ଗତକାଲି ଏହା ପଛର ଥିବା କାରଣ ବିଷୟରେ କହିଛନ୍ତି।

{"id":183462,"sizeSlug":"large"}

ବସୁନ୍ଧରା ରାଜେ କହିଛନ୍ତି ଯେ ,‘ ଏପରି ବ୍ୟକ୍ତିଙ୍କୁ ବୁଝିବା ଉଚିତ୍ ଯେ ମହିଳା ଏବଂ ପୁରୁଷ ନେତା କାମ କରିବାରେ ପାର୍ଥକ୍ୟ ରହିଥାଏ। ପୁରୁଷମାନେ ଲୁଙ୍ଗି ପିନ୍ଧି ମଧ୍ୟ ଯେକୌଣସି ବ୍ୟକ୍ତିଙ୍କୁ ଭେଟି ପାରିବେ। କିନ୍ତୁ ମହିଳାମାନେ ରାତିରେ ଲୋକଙ୍କୁ ଭେଟି ପାରିବେ ନାହିଁ। ତାଙ୍କୁ ମର୍ଯ୍ୟାଦାରେ ରହିବାକୁ ପଡ଼ିଥାଏ।’

{"id":183463,"sizeSlug":"large"}

ବସୁନ୍ଧରା ରାଜସ୍ଥାନରେ ଅଖିଳ ଭାରତୀୟ କ୍ଷତ୍ରିୟ ମହାସଭା କାର୍ଯ୍ୟକ୍ରମରେ ଏହା ବିଷୟରେ କହିଥିଲେ। ସେ ମହିଳା ଆରକ୍ଷଣ ବିଷୟରେ ମଧ୍ୟ କହିଥିଲେ।

{"id":183464,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.