Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଏମତି କ’ଣ ହେଲା ଯେ ଚଳନ୍ତା ଟ୍ରେନରୁ ଡେଇଁଲେ ଦୁଇ ଯୁବତୀ – ପୁଲିସ କରୁଛି ତଦନ୍ତ, ଚିକିତ୍ସା ପାଇଁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି

16/12/2019 at 3:10 PM

ଝାରସୁଗୁଡା ୧୬।୧୨ – ଝାରସୁଗୁଡା ଜିଲ୍ଲା ବାଗଡିହି ଷ୍ଟେସନ ନିକଟରେ ଉତ୍କଳ ଏକ୍ସପ୍ରେସରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍‌ରୁ ଡେଇଁଲେ ଦୁଇ ଯୁବତୀ । ଦୁଇଜଣ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଯୁବତୀଙ୍କ ଘର ସୁନ୍ଦରଗଡ଼ର ଧନମତୀ ମାଝୀ ଓ ଜ୍ୟୋସ୍ନା ନାଏକ ବୋଲି ଜଣାପଡିଛି । ତେବେ କଣ ପାଇଁ ଟ୍ରେନରୁ ଡେଇଁଲେ ତାହାର କାରଣ ଅସ୍ପଷ୍ଟ ରହିଛି ।

ଆଜି ଦିନ ପ୍ରାୟ ସାଢେ୧୧ ଟା ସମଯରେ ଝାରସୁଗୁଡା ଜିଲ୍ଲା ବାଗଡିହି ଷ୍ଟେସନ ଦେଇ ଯାଉଥିବା ପୁରୀ-ନିଜାମୁଦ୍ଦିନ ଉତ୍କଳ ଏକ୍ସପ୍ରେସରୁ ଦୁଇଜଣ ଯୁବତୀ ପ୍ଲାଟଫର୍ମ ଆଡକୁ ଡେଇଁ ପଡିଥିଲେ |ସେମାନଙ୍କ ମଧ୍ୟରୁ ଜଣକର ଗୋଡ କଟିଥିବା ବେଳେ ଅନ୍ୟ ଜଣକର ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଗୁରୁତର ଅବସ୍ଥାରେ ଥିବା ଜଣେ ଯୁବତୀ ଧନମତୀ ମାଝୀ ଓ ଜ୍ୟୋତ୍ସ୍ନା ନାଏକ୍ |ଉଭୟେ ଟ୍ରେନରେ କୁଆଡେ ଯାଉଥିଲେ ଓ କଣ ପାଇଁ ଚଳନ୍ତା ଟ୍ରେନରୁ ଡେଇଁଲେ ତାହା ଜଣା ପଡି ନଥିବା ବେଳେ ଉତ୍କଳ ଏକ୍ସପ୍ରେସ ଟ୍ରେନ ବାଗଡିହି ପାର୍ ହେବା ପରେ ଟ୍ରାକରେ ଯୁବତୀ ଦ୍ୱୟ ପଡିଥିବା ଖବରପାଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଓ ରେଳ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧର କରି ପ୍ରଥମେ ବାଗଡିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ |

ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଝାରସୁଗୁଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |କିନ୍ତୁ ଦୁଇଜଣ ଯୁବତୀ ସଜ୍ଞ|ହୀନ ଅବସ୍ଥାରେ ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି |ଯୁବତୀଙ୍କ ମୋବାଇଲରୁ ସେମାନଙ୍କ ପରିବାର ଲୋକଙ୍କ ସହ ସଂପର୍କ କରି ସେମାନଙ୍କୁ ଚିହ୍ନଟ କରିଛି ରେଳ ପ୍ରଶାସନ |ବର୍ତ୍ତମାନ ସୁଦ୍ଧା ଏହି ଘଟଣା କାହିଁକି ଘଟିଲା ତାହା ଜଣାପଡିନାହିଁ |ଅପରପକ୍ଷରେ ଏଭଳି ଏକ ଅଭାବନୀୟ ଘଟଣା ପାଇଁ ରେଳ ବିଭାଗକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ |

ଟ୍ରେନ ବଗି ମଧ୍ୟରେ କିଛି ଅଘଟଣରୁ ସେମାନ ଡେଇଁ ପଡିଥିବା ଚର୍ଚ୍ଚା ହୋଇଥିବାବେଳେ । ପ୍ଲାଟଫର୍ମରେ ଓହ୍ଲାଇବା ପାଇଁ ହୁଏତ ସେମାନ ଡେଇଁ ପଡି ପାରି ଥାଆନ୍ତି ବୋଲି ଚର୍ଚ୍ଚା ହୋଇଛି ।

ଏହିପରି ଏକ ଘଟଣା ଉତ୍ତରପ୍ରଦେଶରେ ଘଟିଥିଲା । ଜିଆରପିର ସୂଚନା ଅନୁସାରେ ଗତ କିଛିଦିନ ତଳେ ମା’-ଝିଅ ହାଉଡ଼ା ଆନନ୍ଦ ବିହାର ଏକ୍ସପ୍ରେସରେ ଦିଲ୍ଲୀ ଫେରୁଥିଲେ। ଏମାନେ ବସିଥିବା ବଗିରେ କିଛି ନିଶାସକ୍ତ ଯୁବକ ମଧ୍ୟ ବସି ଥିଲେ। ଅଚାନକ ନିଶାସକ୍ତ ଯୁବକମାନେ ମା-ଝିଅଙ୍କୁ ଅଶ୍ଳୀଳ ଢ଼ଙ୍ଗରେ ଇଶାରା କରିଥିଲେ। ମୁଗଲସରାୟରେ ଟ୍ରେନ ରହିବା ପରେ ମା ଓ ଝିଅ ଭୟଭୀତ ହୋଇ ଜିଆରପି ନିକଟରେ ଅଭିଯୋଗ କରିଥିଲେ। ଜିଆରପି ​‌‌ ମା -ଝିଅଙ୍କୁ ଅନ୍ୟ ଟ୍ରେନ ଅର୍ଥାତ ଆଲ୍ଲାହାବାଦ- ଉଧମପୁର ଏକ୍ସପ୍ରେସରେ ବସାଇ ଦେଇଥିଲେ। ପୁଣି ଏହି ଟ୍ରେନରେ ମଧ୍ୟ କିଛି ବଦ୍‌ମାସ ଲୋକ ତାଙ୍କୁ ଏକୁଟିଆ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ।

ସୂଚନା ଅନୁସାରେ ପୀଡ଼ିତା ମହିଳା ଦିଲ୍ଲୀର ଏକ ପ୍ରାଇଭେଟ୍‌ କମ୍ପାନୀରେ କାମ କରନ୍ତି। ମହିଳା ଓ ତାଙ୍କ ୧୨ ବର୍ଷର ଝିଅ ହାଉଡା- ଆନନ୍ଦ ବିହାର ଏକ୍ସପ୍ରେସରେ ଫେରୁଥିଲେ। ଟ୍ରେନ ଗୋଟିଏ ପ୍ଳାଟଫର୍ମ ରହିଥିଲା। ଟ୍ରେନ ଛାଡିବା ସମୟରେ ମାଆ ଓ ଝିଅ ଭୟରେ ଟ୍ରେନରୁ ଡେଇଁ ପଡ଼ିଥିଲେ। ଷ୍ଟେସନରେ ଥିବା ଜିଆରପି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ମା-ଝିଅ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଅଳ୍ପକେ ମା ଓ ଝିଅ ବଞ୍ଚି ଯାଇଛନ୍ତି । ମାତ୍ର ଏହି ଘଟଣା ପରେ ଟ୍ରେନରେ ଏକୁଟିଆ ମହିଳାମାନେ ଯାତ୍ରା କରିବା ଓ ସେମାନଙ୍କର ସୁରକ୍ଷା ନେଇ ପ୍ରଶ୍ନ ଉଠିଛି ।

   Related Posts