କାହିଁକି ଥାଏ ରେଳଗାଡି ପଛରେ X ବା କ୍ରସ ଚିହ୍ନ , ଜାଣନ୍ତୁ କାରଣ
31/12/2018 at 5:15 PM

ରେଳଗାଡି ଅତିକ୍ରମ କରିବା ପରେ ତାର ପଛପଟକୁ ଆପଣ ନିଶ୍ଟୟ ଦେଖିଥିବେ । ଟ୍ରେନର ପଛ ଡବାରେ X ଏହି ଭଳି ଏକ କ୍ରସ ଚିହ୍ନ ଥାଏ। ଭାରତରେ ଚାଲୁଥିବା ସବୁ ରେଳ ପଛରେ ଏଭଳି ଚିହ୍ନ ରହିଥାଏ । ତେବେ ଏହାର କାରଣ କଣ । କିଛି ନିର୍ଦ୍ଦିଷ୍ଚ କାରଣ ପାଇଁ ଏମିତି ଚିହ୍ନ ସବୁ ରେଳଗାଡିରେ ଥାଏ ନା ଏମିତି ହିଁ ଏ ଚିହ୍ନ ରହିଛି ଜାଣିବା ପାଇଁ ପଢନ୍ତୁ ଏହି ପୂରା ରିପୋର୍ଟ।

ଭାରତରେ ଥିବା ସବୁ ରେଳ ଗାଡିର ଶେଷ ଡବା ପଛରେ ହଳଦିଆ ରଂଗର ବଡ X ଚିହ୍ନ ଥାଏ। ଏହା ଏକ ସାଂକେତିକ ଭାଷା ବୋଲି କୁହାଯାଇପାରେ। ଯାହାର ଷ୍ଟେଶନ ମାଷ୍ଟରଙ୍କ ପାଇଁ ଉଦ୍ଦିଷ୍ଟ ଥାଏ । ଷ୍ଟେଶନରୁ ଗାଡି ବାହାରିଗଲା ବୋଲି ଏହି ଚିହ୍ନ ହିଁ ସୂଚନା ଦେଇଥାଏ । ଷ୍ଟେଶନରୁ ଗାଡି ଗଲା ପରେ କୌଣସି ଗାଡି ବ୍ଲକ ସେକ୍ସନ ମଧ୍ୟରେ ଆଉ ନାହିଁ ବୋଲି ଏହି ସଂକେତରୁ ସୂଚନା ପାଇବା ପରେ ଷ୍ଟେଶନ ମାଷ୍ଟର ପରବର୍ତ୍ତି ଗାଡି ଛାଡିବା ପାଇଁ ଅନ୍ୟ ,ଷ୍ଟଟେଶନକୁ ସବୁଜ ସଂକେତ ଦେଇଥାନ୍ତି । ତେବେ ଏହି ବ୍ଲକ ଷ୍ଟେଶନର ଅର୍ଥ କଣ । ୨ଟି ରେଲୱେ ଷ୍ଟେଶନ ମଧ୍ୟରେ ଥିବା ଟ୍ରାକକୁ ବ୍ଲକ ଷ୍ଟେଶନ ବୋଲି କୁହାଯାଏ । ଏହି କ୍ରସ ସଂକେତର ଅର୍ଥ ବ୍ଲକ ଷ୍ଟେଶନ କ୍ଲିଅର ହୋଇଗଲା । ସାଧାରଣତଃ ଏହାକୁ ଲାଇନ କ୍ଲିୟର ବୋଲି ମଧ୍ୟ କୁହାଯାଏ।
