ମଟର ସାଇକେଲ୍ ଅଟୋକୁ ନାଲି ଆଖି, ହେଲେ ବସ୍ ଟ୍ରକ୍ ଉପରେ ଯାଞ୍ଚ ହେଉ ନଥିବା ଅଭିଯୋଗ

Published By : Prameya-News7 Bureau | September 08, 2019 IST

କଟକ ୮।୯: ନୂଆ ମୋଟର ଯାନ ଆଇନ୍ ଲାଗୁ କରିବା ପଛରେ ମୂଳ ଉଦ୍ଦେଶ୍ୟ କଅଣ। ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମାଇବା , ନାଁ ପୋଲିସ୍ ର ଦବଙ୍ଗଗିରି ଦେଖାଇ ଲୋକଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବା.. ପୋଲିସ୍  କମିଶନର ବାରମ୍ବାର କହିଲେଣି ଜରିମାନା ଆଦାୟ କରିବା  ପୋଲିସ୍ ର ଲକ୍ଷ୍ୟ ନୁହେଁ..ତେବେ ଯଦି ସଡକ ସୁରକ୍ଷା ଓ ଟ୍ରାଫିକ୍ ସଜାଡିବା ପାଇଁ ବାସ୍ତବରେ ପୋଲିସ୍ ନୂଆ ନିୟମକୁ କଡା କଡି ଲାଗୁ କରିବାକୁ ଚେଷ୍ଟା କରୁଛି, ତେବେ ପୋଲିସ୍ ର ଅସଲ ଉଦ୍ଦେଶ୍ୟ  କଅଣ ତାକୁ ନେଇ ଅନେକ ଚିନ୍ତା ବ୍ୟକ୍ତ କରିଛନ୍ତି ।

୧୬ ନମ୍ବର ଜାତୀୟ ରାଜପଥର କଟକ-ଭୁନେଶ୍ୱର ରାସ୍ତା।ଟ୍ୱିନ ସିଟି ର ଦୁର୍ଘଟଣା ଗ୍ରାଫ୍ ଉପରେ ନଜର ପକାଇଲେ ଜଣା ପଡେ ଯେ ଏହି ୧୬ ନମ୍ବର ଜାତୀୟ ରାଜପଥରେ ରେ ହିଁ ଅଧିକ ଦୁର୍ଘଟଣା ଘଟୁଛି।। ୧୬ ନମ୍ବର ଜାତୀୟ ରାଜପଥରେ ବସ୍ ,ଟ୍ରକ୍ ,କାର୍ ଓ ବାଇକ୍ ଗୁଡିକ ଦୃତ ଗତି ରେ ଯାଉଛନ୍ତି । ଏହା ସହ ନୂଆ ଓଭରଟେକିଂ ନିୟମକୁ ବି ଖାତିର୍ ନାହିଁ।ବେପରୁଆ ଡ୍ରାଇଭିଂ ସବୁଠୁ ବେଶୀ ଜାତୀୟ ରାଜପଥ ଉପରେ ଦେଖଇବାକୁ ମିଳୁଛି।ତେବେ ଏଠି ପ୍ରଶ୍ନ ଉଠୁଛି ସଡକ ନିରାପତ୍ତା ପାଇଁ ଯଦି କମିଶନରେଟ୍ ପୋଲିସ୍ ଏତେ ତତ୍ପର , ତେବେ ଜାତୀୟ ରାଜପଥରେ କାହିଁକି ହେଲମେଟ୍, ଡ୍ରାଇଭିଂ ଲାଇସେନ୍ସ ,ଇନସ୍ୟୁରାନ୍ସ ଇତ୍ୟାଦି ଯାଞ୍ଚ ହେଉ ନାହିଁ।ଏହା ସହ ଟ୍ରକ୍ ଓ ବସ୍ ଗୁଡିକ ଅଧିକାଂଶ ସମୟରେ ଦୁର୍ଘଟଣାର ମୂଳ କରାଣ ପଲଟି ଥାଆନ୍ତି।ମାତ୍ର ଏଯାଏ କମିସନରେଟ୍ ପୋଲିସ୍ ବାଇକ୍ ଓ ଟେମ୍ପୋ ଗୁଡିକ ଉପରେ ଯେମିତି ନାଲି ଆଖି ଦେଖାଉଛି, ଟ୍ରକ୍ କିମ୍ବା ବସ୍ ଉପରେ ସେମିତି ନାଲି ଆଖି ଦେଖାଇ ପାରୁ ନାହଁ।କାରଣ ଏପର୍ଯ୍ୟନ୍ତ ଟ୍ୱିନ ସିଟିରେ ଗୋଟିଏ ବି ବସ୍ କୁ  ଯାଞ୍ଚ କରାଯାଇ ନାହିଁ। ଅଭିଯୋଗ ହେଉଛି ବସ୍ ଓ ଟ୍ରକ୍ ଗୁଡିକ ପ୍ରଭାବଶାଳୀ ଲୋକଙ୍କର ହୋଇଥିବାରୁ ପୋଲିସ୍ ସେମାନଙ୍କ ଦେହରେ ହାତ ମାରିବାକୁ ସାହସ କରୁ ନାହିଁ ।

ସେପଟେ ୧୬ ନମ୍ବର ଜାତୀୟ ରାଜପଥରେ ବଡ ବଡ ଦୁର୍ଘଟଣା ଗାଈ ଗୋରୁଙ୍କ ପାଇଁ ଘଟୁଛି । ଗତ ବର୍ଷ ନଭେମ୍ବର ୨୦ ତାରିଖରେ ମହାନଦୀ ପୋଲ ଉପରେ ଏକ ମଇଁଷି ପାଇଁ ହିଁ ବଡ ଧରଣର ବସ୍ ଦୁର୍ଘଟଣା ଘଟିଥିଲା ।ଏହା ସତ୍ତ୍ୱେ ବି ମହାନଗର ନିଗମ କିମ୍ବା ଜାତୀୟ ରାଜପଥ ପ୍ରାଧିକରଣ ରାଜପଥରୁ ଗାଈ ଗୋରୁ ହଟାଇବା ପାଇଁ କୌଣସି ପଦକ୍ଷେପ ନେଉ ନାହାଁନ୍ତି। ଅନ୍ୟପଟେ ହେଲମେଟ୍ ଚେକିଙ୍ଗ ନାଁ ରେ ପୋଲିସ୍ର କାର୍ଯ୍ୟାନୁଷ୍ଠାନ ଦେଶର ହିତରେ ହେଉଛି ଏବଂ ଗଣମାଧ୍ୟମ ଏପରି କାର୍ଯ୍ୟର ସକାରାତ୍ମକ ଦିଗ ଦେଖାଇବା କଥା ବୋଲି କହିଛନ୍ତି ପୋଲିସ୍ କମିସନର।

ଏପରି ସ୍ଥଳେ ପ୍ରଶ୍ନ ଉଠିବା ସ୍ୱାଭାବିକ୍ ଯେ, ଟ୍ରାଫିକ୍ କୁ ଶୃଙ୍ଖଳିତ କରି ଦୁର୍ଘଟଣା କମାଇବା ପାଇଁ ପୋଲିସ, ନୂଆ ମୋଟର ଯାନ ଆଇନ୍ କୁ କଡା କଡି ଲାଗୁ କରୁଛି।ନା ଏହି ଆଇନ୍ ଆଳରେ କିଛି ପୋଲିସ୍ କର୍ମଚାରୀ ପୋଲିସ୍‌ଗିରି ଦେଖାଇ ସାଧାରଣ ଲୋକଙ୍କ ଉପରେ ଦାଉ ସାଧୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.