ଓ୍ବେଷ୍ଟର୍ଣ୍ଣ ଟୟେଲେଟର ଫ୍ଲାଶରେ ଦୁଇଟି ବଟନ୍ କାହିଁକି ରହିଥାଏ : ଜାଣନ୍ତୁ

Published By : Prameya-News7 Bureau | June 02, 2019 IST

ବର୍ତ୍ତମାନ ସମୟରେ ଦେଖାଯାଉଛି ଅଧିକାଂଶ ଶୈାଚାଳୟରେ ଓ୍ବେଷ୍ଟର୍ଣ୍ଣ ଟୟେଲେଟ୍ ବ୍ୟବହାର କରାଯାଉଛି। ଗାଁମାନଙ୍କରେ ଓ୍ବେଷ୍ଟର୍ଣ୍ଣ ଟୟେଲେଟକୁ ଇଂରାଜୀ ଟୟେଲେଟ୍ ଭାବରେ ଜଣାଯାଇଥାଏ। ଆପଣ କେବେ ନା କେବେ ଓ୍ବେଷ୍ଟର୍ଣ୍ଣ ଟୟେଲେଟ୍ ବ୍ୟବହାର କରିଥିବେ। କିନ୍ତୁ ଆପଣ କେବେ ନୋଟିସ୍ କରିଛନ୍ତି କି ଓ୍ବେଷ୍ଟର୍ଣ୍ଣ ଟୟେଲେଟର ଫ୍ଲାଶରେ ଦୁଇଟି ବଟନ ରହିଥାଏ ଯେଉଁଥିରେ ଗୋଟିଏ ଛୋଟ ଏବଂ ଗୋଟିଏ ବଡ଼। ଏହା ପଛରେ କ’ଣ କାରଣ ରହିଛି। ଆଜି ଆମେ ଏହା ପଛର କାରଣ ବିଷୟରେ କହିବା ଯାହା ଆପଣଙ୍କୁ ଚିସ୍ତା କରିବାକୁ ବାଧ୍ୟ କରିବ। ଆସନ୍ତୁ ଜାଣିବା ଏହା ବିଷୟରେ

{"id":118711,"width":594,"height":394}

ଆମେରିକାର ଜଣେ ଔଦ୍ୟୋଗିକ ଡିଜାଇନର ଭିକ୍ଟର ପାପାନେକ ଟୟେଲେଟରେ ଡୁଆଲ୍ ଫ୍ଲାଶ୍ ଅର୍ଥାତ୍ ଦୁଇଟି ବଟମ୍ ଥିବା ଫ୍ଲାଶର ଆଇଡିଆ ଦେଇଥିଲେ। ଆରମ୍ଭରେ ଏହାକୁ ଛୋଟ ସ୍ତରରେ ଟେଷ୍ଟ କରାଯାଇଥିଲା। ଏହା ସଫଳ ହେବା ପରେ ଏହାକୁ ବିଶ୍ବ ସାରା ବ୍ୟବହାର କରାଗଲା।

{"id":118712,"width":594,"height":395}

ପ୍ରକୃତରେ ପୃଥିବୀରେ ଉତ୍କଟ ପାଣି ସମସ୍ୟା ସୃଷ୍ଟି ହୋଇଛି। ପାଣି ସଞ୍ଚୟ କରିବା ନିମନ୍ତେ ବିଭିନ୍ନ ପ୍ରକାରର ଉପାୟ କରାଯାଉଛି। ଓ୍ବେଷ୍ଟର୍ଣ୍ଣ ଟୟେଲେଟରେ ଡୁଆଲ୍ ଫ୍ଲାଶ୍ ଅର୍ଥାତ୍ ଦୁଇଟି ବଟମ୍ ଥିବା ଫ୍ଲାଶର ବ୍ୟବହାର ମଧ୍ୟ ପାଣି ସଞ୍ଚୟ କରିବା ପାଇଁ କରାଯାଇଥାଏ।

{"id":118713,"width":595,"height":334}

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଓ୍ବେଷ୍ଟର୍ଣ୍ଣ ଟୟେଲେଟର ଫ୍ଲାଶରେ ବଡ଼ ବଟନ୍ କଠିନ ପଦାର୍ଥ ରିମୁଭାଲ୍ ପାଇଁ ହୋଇଥାଏ,ଯାହା ପ୍ରେସ୍ କରିବା ଦ୍ବାରା ୬ରୁ ୯ଲିଟର ପାଣି ବୋହିଥାଏ କିନ୍ତୁ ଛୋଟ ବଟମ୍ ପ୍ରେସ୍ କରିବା ଦ୍ବାରା ପାଣିର ମାତ୍ରା ୩ରୁ ୪ଲିଟର ହୋଇଥାଏ।

{"id":118714,"width":594,"height":402}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.