Thursday, May 23, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଷୟ ତୃତୀୟାରେ କାହିଁକି କିଣାଯାଏ ସୁନା : ଜାଣନ୍ତୁ ୫ଟି କାରଣ

ଭୁବନେଶ୍ୱର ୨୩/୪ : ବୈଶାଖ ଶୁକ୍ଲା ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଏ | ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଅନେକ ମହତ୍ୱ ରହିଛି | ଏହି ଦିନ କରାଯାଇଥିବା ସ୍ନାନ, ଦାନ, ଯଜ୍ଞ, ଜପ-ତପ ଆଦି କର୍ମର ପୁଣ୍ୟ ପ୍ରାପ୍ତ ହୋଇଥାଏ | ଚଳିତବର୍ଷ ଅକ୍ଷୟ ତୃତୀୟା ମେ ୭ ତାରିଖରେ ପଡୁଛି | ମେ ୭ ତାରିଖ, ମଙ୍ଗଳବାର ଦିନ ଅକ୍ଷୟ ତୃତୀୟା ପାଳନ କରାଯିବ | ଅକ୍ଷୟ ତୃତୀୟା ଦିନ ସୁନା କିଣା ଯାଇଥାଏ | ସେହିଦିନ ସୁନାର ଚାହିଦା ବହୁତ ବଢିଯାଏ | ପ୍ରତ୍ୟେକ ସୁନା ଦୋକାନରେ ଲୋକଙ୍କ ଭିଡ ଜମିଥାଏ | ଏପରିକି ସୁନା ଦୋକାନୀ ସେଦିନ ଗ୍ରାହକଙ୍କୁ ବିଭିନ୍ନ ଅଫର ମଧ୍ୟ ଦେଇଥାନ୍ତି | ବିଶେଷ ରିହାତି ସହ ଗ୍ରାହକଙ୍କୁ ଉପହାର ମଧ୍ୟ ଦେଇଥାନ୍ତି | ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ୫ଟି ବିଶେଷ କାରଣ :


୧. କୌଣସି ଶୁଭ କାମ ପାଇଁ ଲୋକେ ସାଧାରଣତଃ ଅକ୍ଷୟ ତୃତୀୟା ଦିନଟି କୁ ବଞ୍ଚିଥାନ୍ତି | କାରଣ ଏହି ଦିନ କୌଣସି ଶୁଭ କାମ କରିବା ପାଇଁ କିମ୍ବା କୌଣସି ଜଗାକୁ ଯିବା ପାଇଁ କୌଣସି ମୁହୂର୍ତ୍ତ ଦେଖିବାକୁ ପଡ଼ିନଥାଏ | ଏପରିକି କୌଣସି ନୂଆ ଜିନିଷ ଯେପରିକି ସୁନା, ଗାଡି, ଘର ଆଦି କିଣିବା ପାଇଁ ମଧ୍ୟ ଶୁଭ ମୁହୂର୍ତ୍ତ ଦେଖିବା ଦରକାର ପଡ଼ିନଥାଏ | ଗ୍ରହ ଚକ୍ରରେ ଏହି ଦିନ ଅତ୍ୟନ୍ତ ଶୁଭ | ଏହି ଦିନ ଯେଉଁ କାମ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ |


୨. ଅକ୍ଷୟ ତୃତୀୟା ଦିନ ସୁନା କିଣିଲେ ଜୀବନରେ ଅନନ୍ତ ସମୃଦ୍ଧି ପ୍ରାପ୍ତ ହୋଇଥାଏ | ଏହାର ଶୁଭଫଳ ନିଜ ସହ ପରିବାରକୁ ମଧ୍ୟ ମିଳିଥାଏ | ଏହି ଦିନ କିଣାଯାଇଥିବା ସୁନା ପିଢୀ ପରେ ପିଢୀ ବଢି ବଢି ଚାଲିଥାଏ |


୩. ବୈଦିକ ଯୁଗରୁ ସିନା ଅନୟନଟ ମୂଲ୍ୟବାନ ଧାତୁ ମଧ୍ୟରୁ ଗୋଟିଏ | ସୁନା ଧନ ଓ ସମୃଦ୍ଧିର ପ୍ରତୀକ | ସୁନାର ମୂଲ୍ୟ ଦିନକୁ ଦିନ ବଢି ବଢି ଚାଲେ |


୪. ଅକ୍ଷୟ ତୃତୀୟା ଦିନ ପ୍ରଖର ସୂର୍ଯ୍ୟ କିରଣ ପୃଥିବୀ ପୃଷ୍ଠରେ ପଡିଥାଏ | ଯେହେତୁ ସୂର୍ଯ୍ୟ ବହୁତ ଶକ୍ତିଶାଳୀ, ସେଥିପାଇଁ ଏହି ଦିନ ସୁନା କିଣିବା ଶକ୍ତି ଶୁଭ ପ୍ରତୀକ ବୋଲି ବିଚାର କରାଯାଏ |


୫. ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ଆଉ ଏକ ଲାଭ ରହିଛି | ଯେହେତୁ ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ବିଶେଷ ମହତ୍ୱ ରହିଛି ସେହିଦିନ ସୁନା ଦୋକାନୀ ଗ୍ରାହକଙ୍କୁ ବେଶଷ ଅଫର ଦେଇଥାନ୍ତି |

509 Views

   ସମ୍ବନ୍ଧିତ ଖବର