ସୁନା ଗହଣା ବଦଳରେ ପାକିସ୍ତାନୀ ବୋହୂ ପିନ୍ଧିଲେ ବିଲାତି ବାଇଗଣର ଗହଣା : ଜାଣନ୍ତୁ କାହିଁକି?

Published By : Prameya-News7 Bureau | November 21, 2019 IST

ଲାହୋର ୨୧/୧୧: ବିଲାତି ବାଇଗଣର ଗହଣା । ଶୁଣିବାକୁ ଖଟକା ଲାଗୁଥିଲେ ମଧ୍ୟ ଏହା ସତ । ଏକ ପାକିସ୍ତାନୀ ବାହାଘରରେ କନ୍ୟା ବିଲାତି ବାଇଗଣର ଗହଣା ପିନ୍ଧି ଫଟୋ ଉଠାଇଛନ୍ତି ।  ବିଲାତି ବାଇଗଣରେ ମଥା ମଣି, କାନ  ଫୁଲ, ବେକର ହାର ଓ ବ୍ରେସଲେଟ୍ ପିନ୍ଧି କନ୍ୟା ଜଣକ ପୂରା ଭିନ୍ନ ରୂପରେ ନିଜକୁ ସଜାଇଛନ୍ତି । ପାକିସ୍ତାନୀ ସାମ୍ବାଦିକା ନଇଲା ଇନାୟତ ତାଙ୍କ ଆକାଉଣ୍ଟରେ ଏହି କନ୍ୟାର ଫଟୋ ଛାଡିବା ସହିତ ଟ୍ୱିଟ୍ କରିଛନ୍ତି । 

{"id":187676,"width":588,"height":395,"sizeSlug":"large"}

ଖାଲି ସେତିକି ନୁହେଁ କନ୍ୟା ଜଣକ ସାକ୍ଷାତକାରରେ କହିଛନ୍ତି ଯେ ପାକିସ୍ତାନରେ ସୁନାର ଦର ଆକାଶ ଛୁଆଁ । ସେତିକି ବେଳେ  ବିଲାତି ବାଇଗଣ ଦର ମଧ୍ୟ ମାତ୍ରାଧିକ । ତେଣୁ ସେ ଏଭଳି ଗହଣା ପିନ୍ଧି ବାହାହେବାକୁ ମନସ୍ଥ କଲେ । ଉପହାର ଆକାରରେ ସେହି କନ୍ୟାଙ୍କୁ ପାଇନ୍ ମଞ୍ଜି ମଧ୍ୟ ମିଳିଥିବା କହିଛନ୍ତି । ପାକିସ୍ତାନର ଆର୍ଥିକ ସ୍ଥିତି ଏଭଳି ଅବସ୍ଥାରେ ପହଞ୍ଚିଛି ଯେ ଏହା ଏକ ପ୍ରତିବାଦର ପ୍ରତୀକ ଭାବେ ଗ୍ରହଣ କରାଯାଉଛି । ତେବେ ପାକିସ୍ତାନୀ କନ୍ୟାର ବିଲାତି ବାଇଗଣର ଗହଣା ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚିତ ହୋଇଛି ।

{"id":187677,"width":590,"height":356,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.