Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବାମ ହାତରେ କାହିଁକି ଘଣ୍ଟା ପିନ୍ଧନ୍ତି, ଜାଣନ୍ତୁ ଏହା ପଛର କାରଣ…

20/09/2019 at 9:50 PM

ବ୍ୟସ୍ତ ବହୁଳ ଜୀବନରେ ସମୟର ଜ୍ଞାନ ରହିବା ଆବଶ୍ୟକ ରହିଛି। ଛାତ୍ରଛାତ୍ରୀ, ବ୍ୟବସାୟୀ ଏବଂ ସରକାରୀ ଓ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ସବୁ ବ୍ୟକ୍ତି ସମୟ ଜାଣିବା ପାଇଁ ବାମ ହାତରେ ଘଣ୍ଟା ପିନ୍ଧି ଥାନ୍ତି। ବେଳେ ବେଳେ ମନକୁ ପ୍ରଶ୍ନ ଆସେ କାହିଁକି ବାମ ହାତରେ ଘଣ୍ଟା ବନ୍ଧା ଯାଏ। ଏହା ପଛରେ ଥିବା କାରଣ ସଂପର୍କରେ ଜାଣନ୍ତୁ…

ବାମ ହାତରେ ଘଣ୍ଟା ପିନ୍ଧିବା ପୂର୍ବରୁ ଘଣ୍ଟାକୁ ପକେଟରେ ରଖି ଆବଶ୍ୟକ ପଡିଲେ ବାହାରକରି ସମୟ ଜାଣୁଥିଲେ। ପୁରୁଣା କାଳରେ କଡ଼ିଲଗା ଘଣ୍ଟା ବ୍ୟବହାର କରାଯାଉଥିଲା।

ପ୍ରଥମରୁ କିଛି ଲୋକ କଡ଼ିଲଗା ଘଣ୍ଟାକୁ ବାମ ହାତରେ ବାନ୍ଧିବା ଆରମ୍ଭ କରିଦେଲେ । ଏହା ପରଠାରୁ ଧୀରେ ଧୀରେ ସମସ୍ତେ ବାମ ହାତରେ ଘଣ୍ଟା ପିନ୍ଧିଲେ। ସାଧାରଣତଃ ଡାହାଣ ହାତରେ ଘଣ୍ଟା ପନ୍ଧିବା ଦ୍ବାରା ଆପଣ କରୁଥିବା କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଲୋକମାନେ ସମୟ ଜାଣିବା ଲାଗି ବାମ ହାତରେ ଘଣ୍ଟା ପିନ୍ଧିଥାନ୍ତି।

ଆଗ କାଳରେ ଲୋକମାନେ ଅଧିକ କାମ ପ୍ରତି ଧ୍ୟାନ ଦେଉଥିଲେ। ସେତେବେଳେ ଚକାଚକ୍ ଚାକିରି ନଥିଲା। ତେଣୁ କାମ କରିବା ପାଇଁ ହେଲେ ଡାହଣ ହାତକୁ ଅପରିସ୍କାର କରିବାକୁ ପଡ଼ୁଥିଲା। ବାମ ହାତରେ ପିନ୍ଧିଥିବା ଘଣ୍ଟାରେ ଅତି ସହଜରେ ସମୟ ଜାଣି ପାରୁଥିଲେ।

ଏହା ବ୍ୟତୀତ ଆଗକାଳରେ ଥିବା ଘଣ୍ଟା ଏବେ ପିନ୍ଧା ଯାଉଥିବା ଘଣ୍ଟାଠାରୁ ଅଧିକ ଓଜନ ଥିଲା। ଯାହାଫଳରେ ଡାହଣ ହାତରେ ପିନ୍ଧି ସହଜରେ କୌଣସି କାମ କରି ହେଉ ନଥିଲା। ତେଣୁ ଏହାର ବିକଳ୍ପ ପାଇଁ କିଛି ଲୋକ ବାମ ହାତରେ ଘଣ୍ଟା ପିନ୍ଧିବା ଆରମ୍ଭ କରିଥିଲେ। ସେବେଠାରୁ ଏହି ଟ୍ରେଣ୍ଡ ଚାଲି ଆସିଛି।  

   Related Posts