ସଙ୍କଟରେ ଏବେ ଦେଶର ଅର୍ଥବ୍ୟବସ୍ଥା ! କିନ୍ତୁ କାହିଁକି ସେୟାର ବଜାରରେ ବୃଦ୍ଧି ପାଉଛି ? ଜାଣନ୍ତୁ କାରଣ…
9/01/2021 at 12:07 PM

ନୂଆଦିଲ୍ଲୀ,୦୯/୦୧: ଆପଣ ନିଶ୍ଚୟ ଜାଣିଥିବେ ଯେ କରୋନା କାରଣରୁ ଦେଶର ଅର୍ଥବ୍ୟବସ୍ଥା ଖରାପ ପରିସ୍ଥିତି ଦେଇ ଗତି କରୁଛି। ଅନ୍ୟପଟେ ଏପରି ସଙ୍କଟ ସମୟରେ ଦେଶର ସେୟାର ବଜାର ଆକାଶ ଛୁଆଁ ରହୁଥିବା ଦେଖିବାକୁ ମିଳୁଛି। ପୂର୍ବ ବର୍ଷ ଜିଡିପି ୨୪ ପ୍ରତିଶତ ତଳକୁ ଖସି ଯାଇଥିଲା, ସେହି ସମୟରେ ମଧ୍ୟ ସେୟାର ବଜାରରେ ଦବ୍ଦବା ଦେଖିବାକୁ ମିଳିଥିଲା । ବଜାରର ବୃଦ୍ଧିକୁ ଦେଖି କେବଳ ନିବେଶକ ନୁହଁନ୍ତି । ବରଂ ଅଧିକ ଟଙ୍କା ମଧ୍ୟ ନିବେଶ କରୁଛନ୍ତି । ବର୍ତ୍ତମାନ କରୋନା ମହାମାରୀ ଶେଷ ହୋଇନାହିଁ । କେବଳ ଭ୍ୟାକ୍ସିନ୍ର ଘୋଷଣା ହୋଇଛି । କିନ୍ତୁ ଏଭଳି ସ୍ଥିତିରେ ସେୟାର ବଜାରରେ ଅହେତୁକ ବୃଦ୍ଧି ପରୀଲିଖିତ ହେଉଛି।
ଚଳିତ ବର୍ଷର ପ୍ରଥମ ଦିନରେ ସେୟାର ବଜାରରେ ୦.୨୫ ପ୍ରତିଶତ ବୃଦ୍ଧି ହୋଇଥିଲା । ସରକାର ଏକ ସଙ୍ଗରେ ଦୁଇ ଦୁଇଟି ଟିକାର ଘୋଷଣା କରିବା ଦ୍ୱାରା ସେୟାର ବଜାରରେ ନିଆଁ ଲାଗିଯାଇଥିଲା। ବିଶ୍ୱ ବ୍ୟାଙ୍କ ଏକ ରିପୋର୍ଟ ଜାରି କରି କହିଛି ଯେ, ସାରା ବିଶ୍ୱର ଅର୍ଥବ୍ୟବସ୍ଥାରେ ୫.୨ ପ୍ରତିଶତ ହ୍ରାସ ହେବ। ଭାରତରେ ୩.୨ ପ୍ରତିଶତ ହ୍ରାସ ପାଇବ। ଏପରି ପରିସ୍ଥିତିରେ କେତେକ କମ୍ପାନୀ ଖରାପ ସ୍ଥିତି ଦେଇ ଗତି କରୁଛନ୍ତି। ତଥାପି ସେୟାର ବଜାରରେ ବୃଦ୍ଧି ହେଇଛି। ଏହାର କାରଣ ଭାରତରେ କେବଳ ବିଦେଶୀ ନୁହନ୍ତି କ୍ଷୁଦ୍ର ନିବେଶକ ମଧ୍ୟ ସେୟାର ବଜାରରେ ନିବେଶ କରୁଛନ୍ତି। ରିଜର୍ଭ ବ୍ୟାଙ୍କ ଆଠଲକ୍ଷ କୋଟି ଟଙ୍କାର ଲିକ୍ୱିଡିଟି ବଜାରକୁ ଛାଡ଼ିବା କାରଣରୁ ଘରେ ବସି ଟଙ୍କା କମାଉଥିବା ବ୍ୟକ୍ତିଙ୍କୁ ସେୟାର ବଜାର ନିରାଶ କରିନାହିଁ। ପୂର୍ବ ବର୍ଷ ଅପେକ୍ଷା ୨୦୨୦ ବର୍ଷରେ ବଜାରରେ ୧୫ ପ୍ରତିଶତ ବୃଦ୍ଧି ହେଇଥିଲା। ଗତ ବର୍ଷ ଶେଷ ଦିନରେ ସେନ୍ସେକ୍ସ ୪୭,୭୫୧ରେ ବନ୍ଦ ହୋଇଥିବା ବେଳେ ନିଫ୍ଟି ୫୦,୧୩,୯୮୧ ରେ ବନ୍ଦ ହୋଇଥିଲା।
ସେୟାର ବଜାରକୁ ଅନ୍ୟ ଏକ ଦିଗ ମଧ୍ୟ ଆଗକୁ ବଢ଼ାଇବାରେ ସହାୟକ ହେଉଛି। ତାହା ହେଉଛି ଦୁନିଆର ବଡ଼ ସେୟାର ବଜାରରେ ଆସିଥିବା ପରିବର୍ତ୍ତନ। ଭାରତୀୟ ସେୟାର ବଜାର ପରୋକ୍ଷ ଭାବେ ଅନ୍ତରାଷ୍ଟ୍ରୀୟ ସେୟାର ବଜାର ସହିତ ଯୋଡ଼ି ହୋଇ ରହିଛି ଏବଂ ଏହାର ଟ୍ରେଣ୍ଡକୁ ଅନୁକରଣ କରୁଛି। ଏହାସହିତ ଭାରତୀୟ କମ୍ପାନୀଗୁଡ଼ିକ ଦେଶ ବାହାରେ ସେମାନଙ୍କର ଶାଖା ଅଫିସ୍ ଖୋଲିଛନ୍ତି। ଯାହାକି ବିଦେଶୀ ନିବେଶକଙ୍କୁ ଭାରତରେ ନିବେଶ ପାଇଁ ଆକର୍ଶିତ କରୁଛି ଏବଂ ସେୟାର ବଜାରରେ ନିବେଶ ବୃଦ୍ଧି ହୋଇପାରୁଛି।