Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

୪୯ ବର୍ଷ ବୟସରେ ବଲିଓଡ ଅଭିନେତା ଗୋବିନ୍ଦା କାହିଁକି କଲେ ଦ୍ବିତୀୟ ବିବାହ, ଜାଣନ୍ତୁ

29/07/2019 at 4:53 PM

ମୁମ୍ବାଇ୨୯|୭: ବଲିଉଡ ସୁପରଷ୍ଟାର ଗୋବିନ୍ଦା ଜଣେ ଲୋକପ୍ରିୟ ଅଭିନେତା ଭାବରେ ଦର୍ଶକଙ୍କ ପାଖରେ ପରିଚିତ। ତାଙ୍କର ନିଖୁଣ ଅଭିନୟ ମାଧ୍ୟମରେ ସେ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ରିଲିଜ ହେବା ମାତ୍ରକେ ହଲରେ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ। ଗୋବିନ୍ଦଙ୍କ କମେଡି ଟାଇମିଂ ସେନ୍ସ ସମସ୍ତଙ୍କଠାରୁ ଭିନ୍ନ । ଗୋବିନ୍ଦାଙ୍କ ଅଭିନୀତ କମେଡି ଫିଲ୍ମ ଦର୍ଶକଙ୍କ ପାଖରେ ବେଶ ଆଦୃତ ଲାଭ କରିଛି। ଗୋବିନ୍ଦାଙ୍କ ଦ୍ବିତୀୟ ବିବାହକୁ ନେଇ ଦର୍ଶକଙ୍କ ମନରେ ଲାଗି ରହିଥିବା ଦ୍ବନ୍ଦର ପର୍ଦ୍ଦାଫାଶ ହୋଇଛି । ଗୋବିନ୍ଦା ଇଣ୍ଡିଆ ଟିଭିର ପ୍ରସାରିତ ‘ଆପ୍ କି ଅଦାଲତ’ ‘ସୋ’ରେ ସେ ନିଜେ ଏହାର ପର୍ଦ୍ଦାଫାଶ କରିଛନ୍ତି।

୨୦୧୫ ଜାନୁଆରିରେ ଗୋବିନ୍ଦା ତାଙ୍କ ପତ୍ନୀ ସୁନୀତାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ଏହି ଦ୍ବିତୀୟ ବିବାହକୁ ନେଇ ଗୋବିନ୍ଦା ବେଶ କିଛିଦିନ ଚର୍ଚ୍ଚାରେ ରହିଥିଲେ। ଗୋବିନ୍ଦା କହିଛନ୍ତି, ତାଙ୍କ ମାଆଙ୍କ କଥାନୁସାରେ ସେ ଦ୍ବିତୀୟ ବିବାହ କରିଛନ୍ତି। ୪୯ ବର୍ଷରେ ସେ ଦ୍ବିତୀୟ ବିବାହ କରନ୍ତୁ ବୋଲି ତାଙ୍କ ମାଆଙ୍କ ଇଚ୍ଛା ଥିଲା। ତେଣୁ ସେ ସୁନୀତାଙ୍କୁ ଦ୍ବିତୀୟ ବିବାହ କରିଥିଲେ ବୋଲି ସେ କହିଛନ୍ତି।

ଗୋବିନ୍ଦା କହିଛନ୍ତି, ସୁନୀତାଙ୍କ ସହ ପ୍ରଥମ ଦେଖାରେ ତାଙ୍କ ହାତରେ ମୋ ହାତ ବାଜି ଯାଇଥିଲା। ସେହିଦିନ ଠାରୁ ପରସ୍ପର ମଧ୍ୟରେ କେହି କାହାର ହାତ ଛାଡି ନାହାନ୍ତି ବୋଲି ଗୋବିନ୍ଦା ‘ଆପ୍ କି ଅଦାଲତ’ ‘ସୋ’ରେ କହିଥିଲେ।

   Related Posts