Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋଟିଏ ଉନ୍ନତ ଦେଶକୁ ଦୁଇ ଭାଗ କରିଥିଲା ଏହି ପାଚେରୀ- ଆଜିକୁ ଠିକ୍ ୩୦ ବର୍ଷ ତଳେ କାହିଁକି ଭାଙ୍ଗି ଦିଆଯାଇଥିଲା… ପଢ଼ନ୍ତୁ ପୂରା ଖବର

ନୂଆଦିଲ୍ଲୀ୮/୧୧: ଆଜିକୁ ୩୦ ବର୍ଷ ତଳେ ଆଜିର ଦିନ ( ନଭେମ୍ବର ୯ ତାରିଖ)ରେ ବର୍ଲିନ ପାଚେରୀ ଭାଙ୍ଗି ଦିଆଯାଇଥିଲା। ବର୍ଲିନର ଏହି ପାଚେରୀ ବଡ଼ ସମସ୍ୟା ମୁଖ୍ୟ କାରଣ ପାଲଟି ଥିଲା। ତେବେ ଶୀତଳ ଯୁଦ୍ଧ ସମୟରେ ପୂର୍ବ ୟୁରୋପର କମ୍ୟୁନିଷ୍ଟ୍ ପଶ୍ଚିମ ୟୁରୋପରେ ପ୍ରବେଶ ପାଇଁ ନିଷେଧ ଥିଲା। ଦୀର୍ଘ ୨୮ ବର୍ଷ ପର୍ଯ୍ୟନ୍ତ ଏହି ପାଚେରୀ ବର୍ଲିନ ସହରକୁ ଦୁଇ ଭାଗରେ ବିଭକ୍ତ କରିଥିଲା  ବର୍ଲିନରେ କାହିଁକି ପାଚେରୀ ଭଙ୍ଗା ଗଲା ଆସନ୍ତୁ ଜାଣିବା

ସୂଚନା ଅନୁସାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମାପ୍ତି ପରେ ବର୍ଲିନ  ସହରରେ ଏକ ଅଜବ ପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ଅର୍ଥାତ ସେହି ସମୟରେ ୟୁରୋପ ଦୁଇ ଭାଗରେ ବିଭକ୍ତ ହୋଇଥିଲା। ପ୍ରଥମଟି ହେଲା ପୂର୍ବ କମ୍ୟୁନିଷ୍ଟ ଓ ଦ୍ବିତୀୟଟି ହେଲା ପଶ୍ଚିମ ପୁଞ୍ଜିବାଦୀ।   ଜର୍ମାନକୁ ମଧ୍ୟ ଏହା ଦୁଇ ଭାଗରେ ବିଭକ୍ତ କରିଥିଲା । ଇଷ୍ଚ ଜର୍ମାନ ଓ ଓ୍ୱେଷ୍ଟ ଜର୍ମାନ ।

୧୯୮୯ ମସିହା ନଭେମ୍ବର ୯ ତାରିଖରେ ଏହି ପାଚେରୀ ଭଙ୍ଗା ହୋଇଥିଲା। ବର୍ଲିନର ଗୋଟିଏ ପାଖରେ ସେବାୟତ ସଂଘ କବଜା କରିଥିବା ବେଳେ ଅନ୍ୟପାଖଟି ପଶ୍ଚିମ ଜର୍ମାନ, ଆମେରିକା ଫ୍ରାନ୍ସ ଓ ଇଂଲଣ୍ଡ କବଜାରେ ରହିଥିଲା।

 ଆମେରିକା ଓ ଋଷ୍‌ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିଲା । ଧୀରେ ଧୀରେ ପୂର୍ବ ଜର୍ମାନର ଅବସ୍ଥା ବିଗିଡିବାକୁ ଲାଗିଥିଲା । ଅନେକ ଲୋକ ଗଣତନ୍ତ୍ର ଥିବା ପଶ୍ଚିମ ଜର୍ମାନକୁ ଚାଲିଯାଇଥିଲେ । ଏହାପରେ ଦୁଇ ଦେଶର ସହମତି କ୍ରମେ ବର୍ଲିନ ପାଚେରୀକୁ  ଭାଙ୍ଗି ଦିଆଯାଇଥିଲା । ପୂର୍ବ ଜର୍ମାନ ଓ ପଶ୍ଚିମ ଜର୍ମାନ ମିଶି ଗୋଟିଏ ଦେଶ ହୋଇଯାଇଥିଲେ ।  

211 Views

   ସମ୍ବନ୍ଧିତ ଖବର