Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଇଂଲଣ୍ଡ ଗସ୍ତରୁ କାହିଁକି ବାଦ୍‌ ପଡିଲେ ଭୁବନେଶ୍ୱର କୁମାର, ସାମ୍ନାକୁ ଆସୁଛି ଏଭଳି ତଥ୍ୟ…

12/05/2021 at 9:32 AM

ମୁମ୍ବାଇ ୧୨।୦୫: କିଛି ଦିନ ତଳେ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ଚାମ୍ପିଆନ୍‌ସିପ୍‌ ପାଇଁ ଟିମ୍‌ ଇଣ୍ଡିଆର ୨୦ଜଣିଆ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ବାଦ୍‌ ଦିଆଯାଇଛି । ଯାହାକୁ ନେଇ କ୍ରୀଡା ମହଲରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ୨୦ଜଣିଆ ସଦସ୍ୟ ଟିମ୍‌ରୁ ଭୁବନେଶ୍ୱର କଣ ପାଇଁ ବାଦ୍‌ ପଡିଲେ, ତାକୁ ନେଇ ଅନେକ କଳ୍ପନାଜଳ୍ପନା ଜାରି ରହିଛି । ଏସବୁ ଭିତରେ ଭୁବନେଶ୍ୱର କୁମାର ଟିମ୍‌ ବାଦ୍‌ ପଡିବାର କାରଣ ସାମ୍ନାକୁ ଆସିଛି । ଯାହାକୁ ଆପଣ ଶୁଣିଲେ ଚକିତ ହେବେ ।

ତେବେ ମିଳିଥିବା ସୁତ୍ରଅନୁସାରେ, ଭୁବନେଶ୍ୱର କୁମାର ଲଗାତର କିଛି ଦିନ ହେଲା ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ଯାହାକି ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ବିଶେଷକରି ଇଂଲଣ୍ଡରେ ୫ମ୍ୟାଚ୍‌ ବିଶିଷ୍ଟ ସିରିଜି ଖେଳା ହେବାକୁ ଯାଉଛି । ଯାହାକି ଏକ ଲମ୍ବା ଯାତ୍ରା । ତେଣୁ ଭୁବନେଶ୍ୱର କୁମାର ଏବେ ଅନ୍‌ଫିଟ୍‌ ଅଛନ୍ତି । ଏହାସହିତ ଅନେକ ଦିନ ହେବ ସେ ଟେଷ୍ଟ କ୍ରିକେଟ୍‌ ଠାରୁ ଦୂରେଇ ରହିଛନ୍ତି । ତେଣୁ ଏଭଳି ସମୟରେ ତାଙ୍କୁ ଟିମ୍‌ରେ ଚୟନ କରିବା ଉଚିତ୍‌ ନୁହେଁ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର କୁମାର ଲଗାତର ଭାବେ ଏକ ଭଲ ପ୍ରଦର୍ଶନ କରିଚାଲିଥିଲେ । ଖାସ୍‌ କରି ଅଷ୍ଟ୍ରେଲିଆ ଗସ୍ତରେ ଉନ୍ନତମାନର ପ୍ରଦର୍ଶନ କରିଥିଲା । ୨୦୧୮  ଜାନୁଆରୀ ମାସ ଠାରୁ ସେ କୌଣସି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିନାହାନ୍ତି । ଶେଷ ଥର ପାଇଁ ୨୦୧୮ରେ ଜୋହାନସବର୍ଗରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ଏହାପରେ ଆଉ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିନାହାନ୍ତି ।  କେବଳ ସୀମିତ ଓଭର କ୍ରିକେଟରେ ଖେଳା ଜାରି ରଖିଥିଲେ । କିନ୍ତୁ ଏବେ ଆହତ ସମସ୍ୟା ତାଙ୍କ ପାଇଁ ପ୍ରମୁଖ୍ୟ କାରଣ ପାଲଟିଛି ।

   Related Posts