ଧୋନିଙ୍କ ଜନ୍ମଦିନ ଅବସରରେ କାହିଁକି ଅନୁପସ୍ଥିତ ଥିଲା ପୁରା ଟିମ : ଗାୟବ ଥିଲେ କୋହଲି, ରୋହିତଙ୍କ ଭଳି ଖେଳାଳି
7/07/2019 at 2:34 PM

ଲର୍ଡସ ୭/୭ : ଆଜି ଭାରତୀୟ କ୍ରିକେଟ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ୩୮ତମ ଜନ୍ମଦିନ । ଧୋନି ଇଂଲଣ୍ଡରେ ନିଜର ଜନ୍ମଦିନ ପାଳନ କରିଛନ୍ତି । ଧୋନିଙ୍କ ପାଇଁ ଏହି ଜନ୍ମଦିନ ବହୁତ ଖାସ୍ । କାରଣ ଭାରତ ଶ୍ରୀଲଙ୍କାକୁ ସହଜରେ ୭ ୱିକେଟରେ ପରାସ୍ତ କରି ୧ ନମ୍ବର ଟିମ ଭାବେ ସେମିଫାଇନାଲରେ ନିଜର ସ୍ଥିତି ବଜାୟ ରଖିଛି ।

ଏହି ମ୍ୟାଚରେ ଧୋନିଙ୍କୁ ବ୍ୟାଟିଂ କରିବାକୁ ମଉକା ମିଳିନଥିଲା । କିନ୍ତୁ ୱିକେଟ କିପର ଭାବେ ସେ ନିଜ ଦାୟିତ୍ୱ ସଠିକ ଭାବେ ତୁଲାଇଛନ୍ତି । ସେ ଶ୍ରୀଲଙ୍କାର ୩ଟି ବ୍ୟାଟ୍ସମ୍ୟାନଙ୍କର କ୍ୟାଚ ଧରିଥିଲେ । ମ୍ୟାଚ ପରେ ସେ ହୋଟେଲରେ ପରିବାର ସହ ଜନ୍ମଦିନ ପାଳନ କରିଥିଲେ । ଧୋନିଙ୍କ ଜନ୍ମଦିନ ଅବସରରେ ପତ୍ନୀ ସାକ୍ଷୀ, ଝିଅ ଜିଭା ଏବଂ ଅନ୍ୟ କିଛି ନିକଟ ସମ୍ପର୍କୀୟ ଉପସ୍ଥିତ ଥିଲେ । ଟିମ ଇଣ୍ଡିଆ ତରଫରୁ କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା ଏବଂ ଋଷଭ ପନ୍ଥ ଧୋନିଙ୍କ ଜନ୍ମଦିନ ପାର୍ଟିରେ ସାମିଲ ଥିଲେ । ଅନ୍ୟ କେଉଁ ଖେଳାଳି ଧୋନିଙ୍କ ଜନ୍ମଦିନ ଅବସରରେ ତାଙ୍କ ସହ ଉପସ୍ଥିତ ନଥିଲେ ।

ଟିମ ଇଣ୍ଡିଆର ଅନ୍ୟ ଖେଳାଳି କେକ୍ କାଟିବା ସମୟରେ ଉପସ୍ଥିତ ନଥିଲେ । ବିଳମ୍ବିତ ରାତି ପାଇଁ ଏବଂ ପରଦିନ ସକାଳୁ ସେମିଫାଇନାଲ ଭେନ୍ୟୁକୁ ଯିବା ପ୍ରସ୍ତୁତି କାରଣରୁ ଟିମ ଇଣ୍ଡିଆର ଅନ୍ୟ ଖେଳାଳି ଧୋନିଙ୍କ ଜନ୍ମଦିନ ଅବସରରେ ଉପସ୍ଥିତ ହୋଇପାରିନଥିଲେ ।

ଶ୍ରୀଲଙ୍କା ମ୍ୟାଚରେ ଶତକ କରିଥିବା ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଜୁଲାଇ ୭ ତାରିଖ ଧୋନିଙ୍କ ଜନ୍ମଦିନ ଯାତ୍ରା ଦିନ । ତେବେ ଟିମ ମଞ୍ଚେଷ୍ଟର ଯିବ ନା ୱାର୍ମିଙ୍ଗହାମ ଯିବ ତାହା ସେ ପର୍ଯ୍ୟନ୍ତ ସେମାନେ ଜାଣିନାହାନ୍ତି । ଯାତ୍ରା ସମୟରେ ବସରେ କେକ କଟାଯିବ ବୋଲି କହିଥିଲେ ରୋହିତ ଶର୍ମା ।

ଯେତେବେଳେ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀରେ ନିଜ ମତାମତ ରଖୁଥିଲେ ସେତେବେଳେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ଚାଲିଥିଲା । ଏହାପରେ ସେମିଫାଇନାଲ ଟିମ୍ ଲାଇନଅପ ପ୍ରସ୍ତୁତ ହୋଇଥିଲା । ଭାରତ ମଞ୍ଚେଷ୍ଟରରେ ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ଖେଳିବା ନିଷ୍ପତ୍ତି ନିଆଯାଇଛି ।

ବିରାଟ କୋହଲି, ରୋହିତ ଶର୍ମା, କୁଲଦୀପ ଯାଦବ, ଯଶପ୍ରୀତ ବୁମରାହା, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲଙ୍କ ଭଳି ବଡ ବଡ ଖେଳାଳି ଧୋନିଙ୍କ ଜନ୍ମଦିନରେ ସାମିଲ ହୋଇନଥିଲେ । ଏହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଟିମ ଇଣ୍ଡିଆ ଯାତ୍ରା ସମୟରେ ବସରେ ବିସିସିଆଇଙ୍କ ତରଫରୁ ଧୋନିଙ୍କ କେକ କଟାଯିବ ବୋଲି ଶୁଣିବାକୁ ମିଳିଛି ।