Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଟୁଟିକୋରିନ କପର ପ୍ଲାଣ୍ଟ ମାମଲା: ସୁପ୍ରିମକୋର୍ଟ କହିଲେ ଦେଶର ଆବଶ୍ୟକତାରେ କାରଖାନାର ଅକ୍ସିଜେନ୍ ପ୍ଲାଣ୍ଟରୁ କାହିଁକି ଉତ୍ପାଦନ କରୁନାହାନ୍ତି ତାମିଲନାଡୁ ସରକାର ?

23/04/2021 at 8:18 PM

ନୂଆଦିଲ୍ଲୀ ୨୩।୪: ସୁପ୍ରିମକୋର୍ଟ ଶୁକ୍ରବାର ବେଦାନ୍ତର ଟୁଟିକୋରିନ୍‌ ଷ୍ଟରଲାଇଟ୍‌ କପର କାରଖାନା ମାମଲାର ଶୁଣାଣି କରିଛନ୍ତି। ଏଥିରେ ତାମିଲନାଡୁ ସରକାରଙ୍କ ମନବୃତ୍ତିକୁ ନେଇ କୋର୍ଟ ଅସନ୍ତୋଷ ପ୍ରକାଶ କଛନ୍ତି। କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ଲୋକେ ଅକ୍ସିଜେନ୍‌ ଅଭାବରୁ ପୋକମାଛି ପରି ମରୁଛନ୍ତି। ତାମିଲନାଡୁ ସରକାର କାରଖାନା ଅଧିଗ୍ରହଣ କରି କାହିଁକି ଅକ୍ସିଜେନ୍‌ ଉତ୍ପାଦନ କରୁ ନାହାନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ପ୍ରଦୂଷଣ ଜନିତ କାରଣରୁ ତାମିଲନାଡୁ ଟୁଟିକୋରିନସ୍ଥିତ କାରଖାନାଟି ଗତ ୨୦୧୮ ମସିହାରୁ ବନ୍ଦ ପଡିଛି।

ପ୍ରଧାନବିଚାରପତି ଜଷ୍ଟିସ୍‌ ଏସ୍.ଏ. ବୋବଡେଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟଙ୍କ ବେଞ୍ଚ  କାରଖାନାର ଅକ୍ସିଜେନ ପ୍ଲାଣ୍ଟକୁ ବେଦାନ୍ତ ଚଳାଉ ଅଥବା ଅନ୍ୟ କେହି ଏଥିରୁ କିଛି ଯାଏ ବା ଆସେନି ବୋଲି କହିଛନ୍ତି। ତେବେ ସାଧନ ଥିବା ସତ୍ତ୍ୱେ କାହିଁକି ଅକ୍ସିଜେନ୍‌ ଉତ୍ପାଦନ ହେଉନି ତାହା ହିଁ ଏବେକାର ବଡ଼ ପ୍ରଶ୍ନ ବୋଲି କହିଛନ୍ତି। ଏଣୁ ଏଠାରୁ ଅକ୍ସିଜେନ୍‌ ଉତ୍ପାଦନ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି ବେଞ୍ଚ କହିଛନ୍ତି।  ଏଥିପାଇଁ ଯାହାକୁ ବି ହେଲେ ଜବାବ ଦେବାକୁ ପଡିବ ବୋଲି ବେଞ୍ଚର ଅନ୍ୟ ଦୁଇ ସଦସ୍ୟ ଜଷ୍ଟିସ୍‌ ଏଲ୍.ଏନ.ରାଓ ଏବଂ ଜଷ୍ଟିସ୍‌ ଏସ୍‌.ଆର.ଭଟ୍ଟ କହିଛନ୍ତି।

ବେଦାନ୍ତ ଟୁଟିକୋରିନ୍‌ ସ୍ଥିତ ତାଙ୍କର ଷ୍ଟରଲାଇଟ୍‌ କପର କାରଖାନା ଖୋଲିବା ଲାଗି ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ଏଥିରେ କାରଖାନା ଖୋଲିବାକୁ ଅନୁମତି ମିଳିଲେ ଏହାର ଅକ୍ସିଜେନ୍‌ ପ୍ଲାଣ୍ଟରୁ ଦୈନିକ ହଜାର ହଜାର ଟନ୍‌ ଅକ୍ସିଜେନ୍‌ ଉତ୍ପାଦନ କରି କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି  ମାଗଣାରେ ମଧ୍ୟ ଉପଲବ୍ଧ କରିପାରିବ ବୋଲି ପ୍ରତିଶ୍ରୁତି ଦେଇଛି। ଗୁରୁବାର ଆବେଦନକୁ ବେଞ୍ଚ ଶୁଣାଣି ଲାଗି ଗ୍ରହଣ କରି ଦେଶରେ ଉପୁଜିଥିବା ପରିସ୍ଥିତିକୁ ଜାତୀୟ ଜରୁରିକାଳ ଭଳି ବିବେଚନା କରିଥିଲେ ଓ ଏହାର ଶୁକ୍ରବାର ଶୁଣାଣି ହେବ ବୋଲି ଘୋଷଣା କରିଥିଲେ।

ସେହି ଅନୁସାରେ ଶୁକ୍ରବାର ଶୁଣାଣି ହୋଇଥିବା ବେଳେ ତାମିଲନାଡୁ ସରକାରଙ୍କ ଓକିଲ ସି.ଏସ୍‌. ବୈଦ୍ୟନାଥ ମାମଲାକୁ ଆଇନଶୃଙ୍ଖଳା ସହ ସମ୍ପୃକ୍ତ କରିଥିଲେ। ଅତୀତରେ ଏଠାରେ ଗୁଳିକାଣ୍ଡ ହୋଇ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏଠାରେ ଏବେବି ଅବିଶ୍ୱାସର ପରିବେଶ ଥିବା ସେ କୋର୍ଟଙ୍କୁ କହିଛନ୍ତି। ଶୁକ୍ରବାର ସକାଳେ ଜିଲ୍ଲାପାଳ କାରଖାନା ଅଞ୍ଚଳ ପରିଦର୍ଶନ କରିଥିବା ସେ କୋର୍ଟଙ୍କୁ ସୂଚିତ କରିଥିବା ବେଳେ ଲୋକଙ୍କ ସହ କରିଥିବା ଆଲୋଚନା ନେଇ କୋର୍ଟଙ୍କୁ ଜଣାଇଥିଲେ। ତେବେ ଗୁରୁବାର ମାମଲାକୁ ବିଚାର ଲାଗି ଗ୍ରହଣ କରାଯିବାବେଳେ ଏନେଇ କାହିଁକି ନିରବ ଥିଲେ ବୋଲି ବେଞ୍ଚ ପଚାରିବାରୁ ଆଗାମୀ ତାରିଖରେ ଆଫିଡେଭିଟରେ ଏହା ଫାଇଲ କରାଯିବ ବୋଲି ଓକିଲ କହିଥିଲେ।

ଆଇନଶୃଙ୍ଖଳା କଥା ଶୁଣି କୋହଳ ପଡିଲେ କୋର୍ଟ
ବେଦାନ୍ତ ପିଟିସନ ପଛରେ ଆଇନଶୃଙ୍ଖଳା କାରଣ ଜାଣିବା ପରେ କୋର୍ଟ କୋହଳ ହୋଇଯାଇଥିଲେ। ତେବେ ସରକାରଙ୍କ ପକ୍ଷରୁ ସୋଲିସିଟର ଜେନେରାଲ ଉପୁଜିଥିବା ପରିସ୍ଥିତିରେ ଏହା ଏକ କାରଣ ହୋଇ ନପାରେ ବୋଲି କହିଥିଲେ। ଏଥିରେ କୋର୍ଟ କରୋନା ଯୋଗୁ ଅକ୍ସିଜେନ୍‌ ଅଭାବରେ ଲୋକେ ମରୁଥିବା ବେଳେ ଆଇନଶୃଙ୍ଖଳାର ଦ୍ୱାହୀ ଦେଇ ଉତ୍ପାଦନ ଲାଗି ରାଜ୍ୟ ସରକାର ମନା କରିପାରିବେନି ବୋଲି ବେଞ୍ଚ କହିଛନ୍ତି।

ବେଞ୍ଚଙ୍କ କଥାରେ ସହମତ ହେଲେ ପୀଡ଼ିତଙ୍କ ଓକିଲ
କୋର୍ଟରେ ପ୍ରଭାବିତ ପରିବାରଙ୍କ ପକ୍ଷରୁ ଉପସ୍ଥିତ ଓକିଲ କୋଲିନ ଗଞ୍ଜାଲଭିସ୍‌ ରାଜ୍ୟ ସରକାର ଚାହିଁଲେ ୟୁନିଟ୍‌ ଅଧିଗ୍ରହଣ କରି ଏଥିରୁ ଅକ୍ସିଜେନ ଉତ୍ପାଦନ କରିପାରିବେ । ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ସେ ବେଞ୍ଚଙ୍କୁ  ଆଶ୍ୱସ୍ତ କରିଥିଲେ। ଏଥିରେ ତାମିଲନାଡୁ ପାଖରେ ଯଦି ବଳକା ଅକ୍ସିଜେନ ଅଛି ତେବେ ଦେଶକୁ ଏହାର ଆବଶ୍ୟକତା ବେଳେ ସରକାର କାହିଁକି ଉତ୍ପାଦନ କରୁ ନାହାନ୍ତି ବୋଲି ପଚାରିଥିଲେ। ଦେଶର ଜାତୀୟ ସମ୍ପତ୍ତି ଉପରେ ସବୁ ନାଗରିକଙ୍କ ସମାନ ଅଧିକାର ରହିଛି। ଏଣୁ ତାମିଲନାଡୁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବେଞ୍ଚ କହିଛନ୍ତି।  ତେବେ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ଆଲୋଚନା କରୁ ବୋଲି କହିଛନ୍ତି ସରକାରୀ ଓକିଲ ବୈଦ୍ୟନାଥନ ।

   Related Posts