ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କୁ ରକ୍ଷା କରିଥିଲେ କିନ୍ତୁ ଅଭିମନ୍ୟୁଙ୍କୁ କାହିଁକି ରକ୍ଷା କଲେନାହିଁ ; ଜାଣନ୍ତୁ

Published By : Prameya-News7 Bureau | June 04, 2019 IST

ଭୁବନେଶ୍ୱର ୪/୬ : ଯେବେ ଯେବେ ଧରାପୃଷ୍ଠରେ ପାପର ସାମ୍ରାଜ୍ୟ ବିସ୍ତାର କରେ ଭଗବାନ ବିଷ୍ଣୁ କୌଣସି ନା କୌଣସି ରୂପରେ ଜନ୍ମ ନେଇ ପାପର ଅନ୍ତ କରିଛନ୍ତି । ଦ୍ୱାପର ଯୁଗରେ ଅଧର୍ମ ଯେତେବେଳେ ଚରମ ସୀମାରେ ପହଞ୍ଚିଥିଲା ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣଙ୍କ ରୂପରେ ଜନ୍ମ ନେଇଥିଲେ । ମହାଭାରତ ଯୁଦ୍ଧରେ ଭଗବାନ ଶ୍ରୀକୃଷ୍ଣ ପାଣ୍ଡବଙ୍କୁ ରକ୍ଷା କରିଥିଲେ । କିନ୍ତୁ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁଙ୍କ ପ୍ରାଣ ରକ୍ଷା କରିନଥିଲେ ଶ୍ରୀକୃଷ୍ଣ ।

{"id":119605}

ମହାଭାରତ ଯୁଦ୍ଧରେ ଭାଗ ନେଇଥିବା ସମସ୍ତେ କୌଣସି ନା କୌଣସି ଦେବୀ ଦେବତା କିମ୍ବା ଗନ୍ଧର୍ବଙ୍କ ଅବତାର ଥିଲେ । ସବୁ ଦେବତାଙ୍କ ଭଳି ଚନ୍ଦ୍ରଦେବଙ୍କୁ ମଧ୍ୟ ନିଜ ପୁତ୍ର ବର୍ଚ୍ଚାଙ୍କୁ ପୃଥିବୀପୃଷ୍ଠାକୁ ଅବତରିତ କରିବା ପାଇଁ କୁହାଯାଇଥିଲା । କିନ୍ତୁ ସେ ଅସ୍ବୀକାର କରିଥିଲେ । କାରଣ ସେ ନିଜ ପୁତ୍ରର ବିୟୋଗ ଚାହୁଁନଥିଲେ । କିନ୍ତୁ ଭଗବାନ ବ୍ରହ୍ମା କହିବା ପରେ ସେ ରାଜି ହୋଇଯାଇଥିଲେ ଏବଂ ନିଜ ପୁତ୍ରକୁ ଅବତରିତ କରିଥିଲେ । 

{"id":119606}

କିନ୍ତୁ ଚନ୍ଦ୍ରଦେବ ବ୍ରହ୍ମାଙ୍କ ସମକ୍ଷରେ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ଯେ, ସେ ଅଧିକ ସମୟ ପର୍ଯ୍ୟନ୍ତ ନିଜ ପୁତ୍ର ବିୟୋଗ ସହ୍ୟ କରିପାରିବେନାହିଁ । ସେଥିପାଇଁ ତାଙ୍କ ପୁତ୍ର ଜନ୍ମ ଅର୍ଜୁନଙ୍କ ପୁତ୍ର ରୂପରେ ହେବ ବୋଲି ସେ ସର୍ତ୍ତ ରଖିଥିଲେ । ମହାଭାରତ ଯୁଦ୍ଧରେ ବୀରତ୍ୱର ସହ ଲଢ଼ି ଅଭିମନ୍ୟୁ ଵୀରଗତି ପ୍ରାପ୍ତ ହେବେ ।  

{"id":119608}

ଯାହାଫଳରେ ସେ ନିଜ ପୁତ୍ରକୁ ଫେରିପାରିବେ । ଭଗବାନ ବ୍ରହ୍ମା ଚନ୍ଦ୍ରଦେବଙ୍କ ସର୍ତ୍ତରେ ରାଜି ହୋଇଯାଇଥିଲେ । ଏହି ସର୍ତ୍ତ ଯୋଗୁଁ ଭଗବାନ ଶ୍ରୀକୃଷ୍ଣ ଅଭିମନ୍ୟୁଙ୍କ ପ୍ରାଣ ରକ୍ଷା କରିନଥିଲେ ।

{"id":119607}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.