କେଉଁଥିପାଇଁ ସୋନାକ୍ଷୀ ସିହ୍ନାଙ୍କ ବଙ୍ଗଳାର ନାଁ ରଖାଯାଇଛି ରାମାୟଣ ?

Published By : Prameya-News7 Bureau | June 21, 2020 IST

ମୁମ୍ବାଇ ୨୧/୦୬ : ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କୁ ଗତ କିଛି ଦିନ ହେଲା ଲଗାତାର ସୋସିଆଲ ମିଡ଼ିଆରେ ଟ୍ରୋଲ କରାଯାଉଛି | ସେଥିପାଇଁ ସେ ଶନିବାର ଦିନ ଟ୍ୱିଟର ଛାଡିବା ପାଇଁ ଘୋଷଣା କରିଥିଲେ ଏବଂ ନିଜ ଟ୍ୱିଟର ଆକାଉଣ୍ଟ ଡିଲିଟ କରିଥିଲେ | ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ପରେ ସୋସିଆଲ ମିଡ଼ିଆରେ ନେପୋଟିଜିମ ପ୍ରସଙ୍ଗ ସରଗରମ ରହିଛି | ସୁଶାନ୍ତ ସିଂହଙ୍କ ପ୍ରଶଂସକଙ୍କ ସମେତ ଅନ୍ୟ ସୋସିଆଲ ମିଡ଼ିଆ ୟୁଜର୍ସ ନେପୋଟିଜିମ ପ୍ରସଙ୍ଗରେ ଅନେକ ତାରକାଙ୍କୁ ଟ୍ରୋଲ କରୁଛନ୍ତି | ସୋନାକ୍ଷୀ ଟ୍ୱିଟର ଆକାଉଣ୍ଟ ଡିଲିଟ କରିଥିଲେ ସୁଦ୍ଧା ଇନ୍ସଟାଗ୍ରାମରେ ଆକ୍ଟିଭ ଅଛନ୍ତି | ଲକଡାଉନରେ ସେ ଘରେ ଅଛନ୍ତି ଏବଂ ନିଜ ଘରର ଫଟୋ ସେୟାର କରୁଛନ୍ତି |

{"id":289405,"sizeSlug":"large"}

ଶତ୍ରୁଘ୍ନ ସିହ୍ନା ଓ ପୁନମ ସିହ୍ନାଙ୍କ ଝିଅ ସୋନାକ୍ଷୀ ସିହ୍ନା ନିଜ ବାପା ମାଙ୍କ ସହିତ ହିଁ ରୁହନ୍ତି | ଶତ୍ରୁଘ୍ନ ସିହ୍ନାଙ୍କ ଘର ମୁମ୍ବାଇ ଜୁହୁ ଠାରେ ଅବସ୍ଥିତ | ଘରେ ଅନେକ ଆପାର୍ଟମେଣ୍ଟ ତିଆରି ହୋଇଛି | ସୋନାକ୍ଷୀଙ୍କ ଛଡା ଶତ୍ରୁଘ୍ନଙ୍କ ଦୁଇ ଜାଅଁଳା ପୁଅ ମଧ୍ୟ ଅଛନ୍ତି | ଦୁଇ ଜାଅଁଳା ପୁଅଙ୍କ ଲବ କୁଶ | ସୋନାକ୍ଷୀଙ୍କ ବଙ୍ଗଳାର ନାଁ ରାମାୟଣ | ଶତ୍ରୁଘ୍ନ ସିହ୍ନାଙ୍କ ଭାଇମାନଙ୍କ ନାଁ କ୍ରମଶଃ: ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ | ଶତ୍ରୁଘ୍ନଙ୍କ ଦୁଇ ପୁଅ ନାଁ ମଧ୍ୟ ଲବ କୁଶ | ସେଥିପାଇଁ ତାଙ୍କ ଘର ନାଁ ରଖାଯାଇଛି ରାମାୟଣ |

{"id":289402,"sizeSlug":"large"}

ସୋନାକ୍ଷୀଙ୍କ ଘର ଏକଦମ ସିମ୍ପଲ ଏବଂ ଏଥନିକ | ଘରର ଚଟ୍ଟାନ କାଠରେ ତିଆରି | ଘରର ଅଧିକାଂଶ କାନ୍ଥରେ ଧଳା ରଙ୍ଗ ଲଗାଯାଇଛି | ସୋନାକ୍ଷୀ ସୁଟିଂ ପାଇଁ ଅଧିକ ସମୟ ବାହାରେ ରହିଲେ ନିଜ ଘରକୁ ବହୁତ ମିସ କରନ୍ତି | ସୋନାକ୍ଷୀ ଫିଲ୍ମକୁ ଆସିବା ପୂର୍ବରୁ ବହୁତ ମୋଟା ଥିଲେ | କିନ୍ତୁ କଠିନ ପରିଶ୍ରମ ଓ ବ୍ୟାୟାମ କରି ସେ ନିଜ ଓଜନ କମ କରିଛନ୍ତି | ୱାର୍କ ଆଉଟ ବର୍ତ୍ତମାନ ତାଙ୍କ ଜୀବନର ଏକ ମହତ୍ଵପୂର୍ଣ୍ଣ କାମ | ଲକଡାଉନ ସମୟରେ ସେ ଘରେ ହିଁ ୱାର୍କ ଆଉଟ କରି ନିଜକୁ ଫିଟ ରଖିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.