ନୂଆଦିଲ୍ଲୀ ୧୬।୦୬: ପୂର୍ବ ଲଦାଖର ଗଲଓ୍ଵାନ ଘାଟିରେ ଚୀନୀ ସୈନିକଙ୍କ ମଧ୍ୟରେ ସଂଘର୍ଷରେ ଭାରତୀୟ ସେନାର ଜଣେ ଅଧିକାରୀ ଓ ଦୁଇ ଯବାନ ସହିଦ ହୋଇଛନ୍ତି। ଏହି ଘଟଣା ନେଇ ଯେଉଁ ପ୍ରାରମ୍ଭିକ ସୂଚନା ଆସୁଛି, ସେହି ଅନୁଯାୟୀ ସୀମାରେ ଗୁଳି ଫୁଟିନାହିଁ। ଚୀନ ସୈନିକ ସଂଘର୍ଷ ବେଳେ ଲାଠି, ବାଡି ଓ ପଥରର ବ୍ୟବହାର କରିଥିଲେ। ଏମିତିରେ ପ୍ରଶ୍ନ ଉଠେ ଯେ, ପରମାଣୁ ଅସ୍ତ୍ର ଶସ୍ତ୍ରରେ ସଂପନ୍ନ ଦୁଇ ଦେଶର ଯବାନ ୧୪୦୦୦ ଫୁଟ୍ ଉଚ୍ଚତାରେ ଲାଠି-ବାଡି ଓ ପଥର ଧରି କାହିଁକି ଲଢିଥାନ୍ତି।
ଭାରତ-ଚୀନ ସୀମାରେ ପ୍ରାୟ ୪୫ ବର୍ଷ ପରେ କୌଣସି ସୈନିକଙ୍କ ପ୍ରାଣହାନୀ ଘଟିଛି। ୧୯୭୫ରେ ଏଲଏସିରେ ଶେଷ ଥର ଚୀନର ଆକ୍ରମଣରେ ଭାରତୀୟ ସୈନିକ ସହିଦ ହୋଇଥିଲେ। ସେହି ସମୟରେ ଅରୁଣାଚଳ ପ୍ରଦେଶରେ ଚୀନ ଅତର୍କିତ ଆକ୍ରମଣ କରିଥିଲା। ଏଥିରେ ୪ ଭାରତୀୟ ସୈନିକ ସହିଦ ହୋଇଥିଲେ। ସେହି ଦିନଠୁ ସୋମବାର ପର୍ଯ୍ୟନ୍ତ ସୀମାରେ ଅନେକ ଥର ସଂଘର୍ଷ ଘଟିଥିଲେ ମଧ୍ୟ କାହାରି ପ୍ରାଣହାନୀ ଘଟିନଥିଲା।
{"id":287260,"sizeSlug":"large"}ଅସ୍ତ୍ର ଶସ୍ତ୍ର ଉଠାଇବେ ନାହିଁ
ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖାରେ ଗୁଳି ବିନିମୟ ଘଟିବା ଏକ ସାଧାରଣ କଥା। ଉଭୟ ପକ୍ଷରୁ ନିତିଦିନ ଯବାନ ପ୍ରାଣ ହରାଉଛନ୍ତି। ମାତ୍ର ଚୀନ ସହିତ ପ୍ରାୟ ୩୫୦୦ କିମି ଲମ୍ବା ବାସ୍ତବିକ ନିୟନ୍ତ୍ରଣ ରେଖାରେ ବଡ ଉତ୍ତେଜନା ପରେ ମଧ୍ୟ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ହାତାହାତି ପର୍ଯ୍ୟନ୍ତ ଘଟଣା ସୀମିତ ରହେ। ସୂତ୍ର ଅନୁଯାୟୀ ଭାରତ ଓ ଚୀନ ନିଷ୍ପତ୍ତି ନେଇଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ମତଭେଦ ଯେତେ ଗମ୍ଭୀର ହେଲେ ମଧ୍ୟ ସୀମାରେ ଯେମିତି ଏହାର ପ୍ରଭାବ ପଡିବ ନାହିଁ। ଦୁଇ ଦେଶ ଏ ପର୍ଯ୍ୟନ୍ତ ପୂରା ଏହାର ପାଳନ କରି ଆସୁଛନ୍ତି।
ଦୁଇ ଦେଶ ଏହା ମଧ୍ୟ ସ୍ଥିର କରିଛନ୍ତି ଯେ, ସୀମାରେ ଆଗୁଆ ଘାଟିରେ ଯେଉଁ ବି ସୈନିକ ମୁତୟନ ହେବେ, ସେମାନଙ୍କ ହାତରେ ହତିଆର ରହିବ ନାହିଁ। ଯଦି ରାଙ୍କ ମୁତାବକ ଅଧିକାରୀଙ୍କ ପାଖରେ ବନ୍ଧୁକ ଥିବ ତେବେ ସେ ଏହାର ମୁହଁକୁ ତଳକୁ ରଖିବେ। ଏହି କାରଣରୁ ଏଲଏସିରେ ଉଭୟ ପକ୍ଷର ସୈନିକ ବିନା ଅସ୍ତ୍ର ଶସ୍ତ୍ରରେ ନିଜ ଅଞ୍ଚଳରୁ ପରସ୍ପରକୁ ତଡିଥାନ୍ତି। ଏଲଏସିରେ ମୁତୟନ ଦୁଇ ପକ୍ଷର ସୈନିକଙ୍କୁ ଏଥିପାଇଁ ସ୍ଵତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆଯାଏ ଯେ, ଯାହା ବି ହେଉ ପଛେ ଅସ୍ତ୍ରର ବ୍ୟବହାର ହେବ ନାହିଁ।
{"id":287261,"sizeSlug":"large"}ଭାରତ ଓ ଚୀନ ମଧ୍ୟରେ ରାଜିନାମା
ଦୁଇ ଦେଶ ମଧ୍ୟରେ କ୍ରମାଗତ ଆଲୋଚନା କାରଣରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ କେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ। ୧୯୯୩ରେ ନରସିମାହ ରାଓଙ୍କ ପ୍ରଧାନମନ୍ତ୍ରୀ ଥିବା ସମୟରେ ମେଣ୍ଟେନାନ୍ସ ଅଫ ପିସ୍ ଆଣ୍ଡ ଟ୍ରାଙ୍କ୍ୟୁଲିଟି ରାଜିନାମା ଉପରେ ଦସ୍ତଖତ ହୋଇଛି। ୧୯୯୧ରେ ତତ୍କାଲୀନ ଚୀନ ପ୍ରଧାନମନ୍ତ୍ରୀ ଲି ପେଙ୍ଗ ଭାରତ ଗସ୍ତରେ ଆସିଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିମାହ ରାଓ ଲିଙ୍କ ସହିତ ଏଲଏସିରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ନେଇ ଆଲୋଚନା କରିଥିଲେ।
ଏହା ପରେ ପ୍ରଧାନମନ୍ତ୍ରୀ ନରସିମାହ ରାଓ ୧୯୯୩ରେ ଚୀନ ଗସ୍ତ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଏଲଏସିରେ ଶାନ୍ତି ସ୍ଥାପନ ଲାଗି ଏକ ରାଜିନାମା ହୋଇଥିଲା। ରାଜିନାମାରେ ୯ଟି ବିନ୍ଦୁ ଉପରେ ଦୁଇ ଦେଶ ମଧ୍ୟରେ ସମ୍ମତି ପ୍ରକାଶ ପାଇଥିଲା। ଯାହାକୁ ଦୁଇ ଦେଶର ସେନା ପାଳନ କରି ଆସୁଛନ୍ତି। ଏଲଏସିରେ ସ୍ଥିତି ଯେତେ ବିଗିଡିଲେ ମଧ୍ୟ ଦୁଇ ଦେଶର ସେନା ଅସ୍ତ୍ର ଶସ୍ତ୍ର ବ୍ୟବହାର କରିନଥାନ୍ତି।
{"id":287262,"sizeSlug":"large"}ଏହା ପରେ ୧୯୯୬ରେ ଦୁଇ ଦେଶ ମଧ୍ୟରେ ବିଶ୍ଵାସ କେମିତି ବଢିବ ତାର ଉପାୟ ନେଇ ମଧ୍ୟ ରାଜିନାମା ହୋଇଛି। ୨୦୦୩ରେ ବାଜପେୟୀ ସରକାର ଓ ୨୦୦୫ରେ ମନମୋହନ ସିଂହ ସରକାରଙ୍କ ସମୟରେ ମଧ୍ୟ ଚୀନ ସହ ରାଜିନାମା ହୋଇଛି। ଏହା ପରେ ୨୦୧୩ରେ ବର୍ଡର ଡିଫେନ୍ସ କର୍ପୋରେସନ ଚୁକ୍ତି ହୋଇଛି। ଡୋକଲାମରେ ଅନେକ ଦିନ ଧରି ଦୁଇ ଦେଶର ସେନା ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଥିଲ। ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚୀନ ଯାତ୍ରାରେ ଏହି ବିବାଦର ଅନ୍ତ ଘଟିଥିଲା।