ଖାସ ଏଥିପାଇଁ ଚନ୍ଦନ ଗଛରେ ଗୁଡେଇ ହୋଇ ରହିଥାନ୍ତି ସାପ, ଆସନ୍ତୁ ଜଣିବା

Published By : Prameya-News7 Bureau | May 29, 2019 IST

କୁହାଯାଏ ଚନ୍ଦନ ଗଛ ବିଷାକ୍ତ ସାପଙ୍କର ଘର। ଗଛରେ ସାପ ଗୁଡେଇ ହୋଇ ରହିବା କଥା ଲୋକେ କୁହନ୍ତି। ହୁଏତ କେଉଁଠାରେ ଦେଖାଯାଇନି ତେବେ ଲୋକଙ୍କ କହିବାକଥା ବି ପ୍ରାୟତଃ ସତ। କେବଳ ଚନ୍ଦନ ନୁହେଁ ରଜନୀ ଗନ୍ଧା ଓ ଅନ୍ୟ ସୁଗନ୍ଧିତ ବୃକ୍ଷ ଲତା ନିକଟରେ ମଧ୍ୟ ପ୍ରାୟ ସାପ ଦେଖାଯାଆନ୍ତି। ତେବେ ଏପରି କାହିଁକି ଆସନ୍ତୁ ଜାଣିବା।

{"id":117373}

ସାପ ଏକଶୀତଳ ପ୍ରୀୟ ପ୍ରାଣୀ। ଏଣୁମାଟି ତଳେ ବିଳରେ, ବିଲ କଡ ହିଡରେ ସାପ ରହିବାକୁ ପସନ୍ଦ କରନ୍ତି । ସେହି ଅନୁସାରେ ଚନ୍ଦନ ଏକ ଶୀତଳତମ ବୃକ୍ଷ।ଏଣୁ ସାପମାନେ ଚନ୍ଦନ ଗଛ ଓ ଆଖପାଖରେ ରହିବା ସ୍ବଭାବିକ କଥା। ଏଣୁ ଚନ୍ଦନ ଗଛ ଥିବା ଅଞ୍ଚଳରେ ଆତଯାତ କରିବା ବେଳେ ସର୍ବଦା ସରିସୃପଙ୍କ ପାଇଁ ସାବଧାନତା ବର୍ତ୍ତିବା ବାଞ୍ଛନୀୟ।

{"id":117374}

କେବଳ ଚନ୍ଦନ ଗଛ ନୁହେଁ ସାପମାନଙ୍କର ଆଘ୍ରାଣ ଶକ୍ତି ମଧ୍ୟ ଖୁବ୍ ତୀବ୍ର।ସେମାନେ ବାସ୍ନା ହେଉଥିବା ବୃକ୍ଷଲତା ନିକଟକୁ ଆକର୍ଷିତ ହୋଇଥାନ୍ତି । ଏଣୁ ଚନ୍ଦନ ଗଛରେ ମଳୟ ଲାଗିବାପରେ ସେଠାରେ ସାପଙ୍କ ଅବସ୍ଥାନ ବଢିବାରେ ଲାଗେ। ଚନ୍ଦନ ଗଛ ବ୍ୟତୀତ ରଜାନୀ ଗନ୍ଧା, ହୀନା,ଜୁଇ, ଜାଈ ଓ ମାଳତି ଲଟା ଆଖପାଖରେ ବି ସାପମାନେ ପ୍ରାୟଦେଖା ଯାଆନ୍ତି ।

wp:gallery {"ids":[117375]} /wp:gallery

ତେବେ ଚନ୍ଦନ ଗଛ ଓ ସାପ ସମ୍ପର୍କ ସାଧାରଣ ମଣିଷକୁ ଜୀବନରେ ଶିକ୍ଷା ମଧ୍ୟ ମିଳିଥାଏ। ଚନ୍ଦନ ଗଛରେ ସର୍ପ ଗୁଡେଇ ହୋଇ ରହୁଥିଲେ ହେଁ ଚନ୍ଦନ ନିଜର ମୌଳିକତା ହରାଇ ବିଷାକ୍ତ ହୋଇନଥାଏ। ଏଣୁ ସାଧାରଣ ଜୀବନରେ ଆମେ ଏପରି ଲୋକଙ୍କ ସହ ବସାଉଠା କରୁଛେ ଯେଉଁମାନଙ୍କର ଗୁଣ ମଧ୍ୟ ସର୍ପ ପରି। ତେବେ ସେମାନଙ୍କ  ଅବଗୁଣକୁ ଆମ ଜୀବନରେ ସାମିଲ କରିବା ଉଚିତ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.