ଶୋଇବା ସମୟରେ ତକିଆ ତଳେ ରସୁଣ କାହିଁକି ରଖାଯାଏ, ଜାଣନ୍ତୁ

Published By : Prameya-News7 Bureau | August 03, 2019 IST

ପ୍ରତ୍ୟେକ ଭାରତୀୟଙ୍କ ଘରେ ବହୁତ ସହଜରେ ରସୁଣ ମିଳି ଯାଇଥାଏ। ରସୁଣ ଖାଦ୍ୟକୁ ସ୍ବାଦିଷ୍ଟ କରିବାରେ ଯେତିକି ସହଯୋଗ କରେ ଶରୀର ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ। ତକିଆ ତଳେ ରସୁଣ ରଖି ଶୋଇବା କଥା ପୂର୍ବରୁ ଆପଣ ଜାଣିଥିବେ। ତକିଆ ତଳେ ରସୁଣ ରଖିଲେ ଶରୀରକୁ କେଉଁ ପ୍ରକାର ଉପଶମ ମିଳିଥାଏ। ଆସନ୍ତୁ ଜାଣିବା

କର୍ମମୟ ଜୀବନ ଭିତରେ କାର୍ଯ୍ୟସାରି ଘରୁ ଫେରିଲେ ରାତିରେ ଠିକ୍‌ଭାବେ ନିଦ ହୋଇନଥାଏ। ତେଣୁ ରାତିରେ ଶୋଇବା ବେଳେ ତକିଆ ତଳେ ରସୁଣ ରଖି ଶୋଇଲେ ନିଦ ଆସିଥାଏ। ରାତିରେ  ନିଦ ଠିକ୍ ଭାବେ ନହେବା ଏକ ରୋଗ। ଏହି କାରଣରୁ ଶରୀରକୁ ବିଭିନ୍ନ ରୋଗ ମାଡ଼ି ବସିଥାଏ।

ରାତିରେ ଶୋଇବା ପରେ ବିଭିନ୍ନ ପ୍ରକାର ଦୁଃସ୍ବପ୍ନ ଓ ବିଭ୍ରାନ୍ତିକର କଥା ମନକୁ ଆସିଥାଏ। ତେବେ ରାତିରେ ରସୁଣ ତକିଆ ତଳେ ରଖି ଶୋଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇବେ।ତେବେ ପ୍ରେମ କରୁଥିବା ବ୍ୟକ୍ତି ରାତିରେ ନିଜ ପ୍ରେମ ସଂପର୍କକୁ ନେଇ ରାତିସାରା ଶୋଇପାରନ୍ତି ନାହିଁ। ତେଣୁ ଏହି କ୍ଷେତ୍ରରେ ସେହି ବ୍ୟକ୍ତି ରାତିରେ ତକିଆ ତଳେ ରସୁଣ ରଖି ଶୋଇବା ଦ୍ବାରା ସୁଖ ନିଦ୍ରା ହୋଇଥାଏ।

ଦାନ୍ତରେ ଯନ୍ତ୍ରଣା ହେଉଥିଲେ ରସୁଣ ଖାଇବା ଦ୍ବାରା ଭଲ ହୋଇଯାଇଥାଏ। ରସୁଣ ଖାଇବା ଦ୍ବାରା ଶରୀରକୁ ଉପଶମ ମିଳିଥାଏ। ତେଣୁ ପ୍ର୍ର୍ରତ୍ୟେକ ଦିନ ସକାଳୁ ରସୁଣ ଖାଇବା ଆବଶ୍ୟକ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.