ଭୁଲରେ ବି ଘରେ ପୂଜା ସମୟରେ ଧୂପକାଠି ଜଳାନ୍ତୁ ନାହିଁ : ହୋଇଥାଏ ଅଶୁଭ

Published By : Prameya-News7 Bureau | June 16, 2019 IST

ନୂଆଦିଲ୍ଲୀ ୧୬/୬: ହିନ୍ଦୁ ଧର୍ମରେ ସକାଳେ ଏବଂ ସନ୍ଧ୍ୟାରେ ଘରେ ଦୀପ ଜଳାଇ ପୂଜା କରିବାର ବିଶେଷ ମହତ୍ତ୍ବ ରହିଛି। ଏହା ସହିତ ପୂଜା ପାଠକୁ ନେଇ ଅନେକ ନିୟମ ରହିଛି ଯେଉଁ ନିୟମଗୁଡ଼ିକୁ ଧ୍ୟାନରେ ରଖି ପୂଜା,ପାଠ,କର୍ମ କାଣ୍ଡ କରାଯାଇଥାଏ। କିନ୍ତୁ ଅନେକ ଥର ଅଜାଣତରେ ଆମ ଦ୍ବାରା ପୂଜା ପାଠରେ ସାଧାରଣ ଭୁଲ୍ ହୋଇଯାଇଥାଏ ଯାହାର ଫଳଆମ ପୂରା ବଂଶକୁ ଭୋଗିବାକୁ ପଡ଼ିଥାଏ। ଏହି ସାଧାରଣ ଭୁଲ୍ ଯୋଗୁଁ ପୂରା ପରିବାରର ବଂଶ ବୃଦ୍ଧି ରୋକିଯାଇଥାଏ।
ଆଜି ଆମେ ଜାଣିବା ଘରେ ପୂଜା ପାଠରେ ହେଉଥିବା ସାଧାରଣ ଭୁଲ୍ ବିଷୟରେ ଯାହାର ଭୟଙ୍କର ପରେ ପୂରା ପରିବାରକୁ ଭୋଗିବାକୁ ପଡ଼ିଥାଏ। ଆମ ମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ପୂଜାପାଠ ସମୟରେ ମନ୍ଦିରରେ ସୁଗନ୍ଧିତ ଧୂପକାଠି ଜଳାଇଥାଆନ୍ତି। କିନ୍ତୁ ବୋଧହୁଏ ଆପଣଙ୍କୁ ଜଣାନଥିବ ଯେ ଏହି ଧୂପକାଠି କାରଣରୁ ଶୁଭ ଫଳ ଅଶୁଭ ଫଳରେ ବଦଳି ଯାଇଥାଏ ଯାହା ଦ୍ବାରା ପୂରା ବଂଶ ନଷ୍ଟ ହୋଇଯାଇଥାଏ। ପୂଜାପାଠ ସମୟରେ ଧୂପକାଠିର ପ୍ରୟୋଗ କରିବା ଅନୁଚିତ୍। ଶାସ୍ତ୍ରରେ ଧୂପକାଠିକୁ ପୂଜାପାଠ ସମୟରେ ଜଳାଇବା ନିଷେଧ କୁହାଯାଇଛି।
ଧୂପକାଠିର ଯେଉଁ ଷ୍ଟିକ୍ ରହିଥାଏ ତାହା ବାଉଁଶରେ ହୋଇଥାଏ। ହିନ୍ଦୁ ଧର୍ମରେ ବାଉଁଶକୁ ଜଳାଇବା ଶୁଭ ହୋଇନଥାଏ। ବାଉଁଶର ପ୍ରୟୋଗ ହିନ୍ଦୁ ଧର୍ମରେ ଚିତାକୁ ଶ୍ମଶାନ ଯାଏଁ ନେଇଯିବା ପାଇଁ କରାଯାଏ। କିନ୍ତୁ ଏହାର ପ୍ରୟୋଗ ସେଠାରେ ଦାହ ସଂସ୍କାର ପାଇଁ ମଧ୍ୟ କରାଯାଇଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.