ସମୁଦ୍ରର ଜଳ ଲୁଣିଆ କାହିଁକି, ଜାଣିଛନ୍ତି କି ?

Published By : Prameya-News7 Bureau | December 13, 2018 IST

ଆମେ ଶୁଣି ଆସିଛୁ ଜଳ ହିଁ ଜୀବନ। ପୃଥିବୀ ର ୭୨ଭାଗ ଅଂଚଳ ଜଳମଗ୍ନ।  ସେଥିମଧ୍ୟରୁ ୯୭ଭାଗ ପାଣି ଲୁଣିଆ। ଏହି ତଥ୍ୟ ଅନେକେଜାଣିନଥିବେ। ଅଧିକ ପାଣିରେ ଲୁଣ ଥିବାରୁ ଏହା ପାନୀୟ ଉପଯୋଗୀ ହୋଇନଥାଏ । ଆଶ୍ଚର୍ଯ୍ୟର ବିଷୟଏହା ଯେ ପୃଥିବୀରେ ଥିବା ଜଳ ମଧ୍ୟରୁ  ୯୭ ପାଣିକ୍ଷାର ମିଶ୍ରିତ କିମ୍ବା ଲବଣାକ୍ତ । ତେବେ ଏମିତି  କାହିଁକି ହୋଇଥାଏ?

{"id":63291,"width":570,"height":379}

ବିଷେଶ କରି ସମୁଦ୍ରର ପାଣି ଲୁଣିଆ ହୋଇଥାଏ। ଏହାର ପ୍ରଥମ କାରଣଏହା ଯେ, ବର୍ଷା ହେଲେ ପାଣି ମାଟିରେ ପଡି ପଥର ଦେଇ ପ୍ରବାହିତ ହୋଇଥାଏ। ପାଣି ପଥର ଦେଇପ୍ରବାହିତ ହେବାବେଳେ ପଥର ଉପରେ ରହିଥିବା ଲବଣାକ୍ତ ଆସ୍ତରଣ ସଂସ୍ପର୍ଶରେ ଆସିଥାଏ । କେବଳଲବଣାକ୍ତ ଆସ୍ତରଣ ନୁହେଁ, ଏଥିରେ ଅନ୍ୟ ମିନେରାଲ ମଧ୍ୟମିଶି ଥାଏ । ଏହି ସବୁ ପାଣି  ନଦୀରେ ମିଶି ସମୂଦ୍ରରରେ ପଡିଥାଏ । ଫଳରେ ସମୁଦ୍ରରପାଣି ଲୁଣିଆ ହୋଇଥାଏ। ଅନ୍ୟପକ୍ଷରେ ସମୂଦ୍ର ତଳେ ରାସାୟନିକ ବିଘଟନ କାରଣରୁ ଏକ କ୍ଷାରାକ୍ତଆସ୍ତରଣ ବରାବର ସୃଷ୍ଟି ହେଉଥାଏ । ଯାହା ସମୁଦ୍ରପାଣିକୁ ଲୁଣିଆ କରିବାରେ ମୁଖ୍ୟ ଭୂମିକାନେଇଥାଏ । 

{"id":63292,"width":583,"height":328}

ଏହି ଲୁଣିଆ ପାଣି ପିଇବା ପାଇଁ ସିନା ଉପଯୋଗ ହୋଇପାରେନି  , କିନ୍ତୁ ଏହା ମଧ୍ୟ ମଧୁର ଜଳ ସୃଷ୍ଟି କରିବାରେସହାୟକ ହୋଇଥାଏ । ଆକାଶରେ ମେଘ ସୃଷ୍ଟି ହେବାକ୍ଷେତ୍ରରେ ସମୁଦ୍ର ଜଳର ହିଁ ବିଶେଷ ଭୂମିକାରହିଥାଏ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.