Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କାହିଁକି ରଣବୀରଙ୍କ ଉପରେ ରାଗିଯାଇ ତାଙ୍କୁ ଜୀବନରୁ ମାରିଦେବାକୁ କହିଥିଲେ ସଲମାନ ?

21/02/2021 at 11:46 AM

ମୁମ୍ବାଇ ୨୧/୦୨ : ବଲିଉଡର ଭାଇଜାନ ସଲମାନ ଖାନଙ୍କ ବନ୍ଧୁତା ଏବଂ ତାଙ୍କ କ୍ରୋଧ ବିଷୟରେ ସମସ୍ତେ ଜାଣନ୍ତି । ଯଦି ସଲମାନ କାହା ପ୍ରତି ଦୟାଳୁ ହୋଇଯାଆନ୍ତି, ତେବେ ସେ ସେହି ବ୍ୟକ୍ତିଙ୍କୁ ଖୁସି କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ଏବଂ ଯଦି ସେ କାହା ଉପରେ ରାଗି ଯାଇଥାନ୍ତି, ତେବେ ସେ ନିଜର କ୍ରୋଧକୁ ଖୋଲାଖୋଲି ଭାବରେ ପ୍ରକାଶ କରଥାନ୍ତି ।  ସଲମାନଙ୍କର ଏହି କ୍ରୋଧର ଶିକାର ଇଣ୍ଡଷ୍ଟ୍ରିର ପାୱାର ହାଉସ୍ ଭାବେ ଜଣାଶୁଣା ଅଭିନେତା ରଣବୀର ସିଂ ମଧ୍ୟ ହୋଇଛନ୍ତି । ଏପରିକି ସେ ରଣବୀରଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ କହିଥିଲେ ।

ବାସ୍ତବରେ, ଏହି କଥା ସଲମାନ ଏବଂ ଅନୁଷ୍କା ଶର୍ମାଙ୍କ ଫିଲ୍ମ ସୁଲତାନ ରିଲିଜ୍ ସମୟର ଥିଲା । ରଣବୀର ସିଂ ଏହି ଫିଲ୍ମ ଦେଖିବା ପାଇଁ ପ୍ୟାରିସର ଏକ ଥିଏଟରକୁ ଯାଇଥିଲେ । ସେହି ସମୟରେ ରଣବୀର ଫିଲ୍ମର ଏକ ଗୀତରେ ପରଦା ସାମ୍ନାରେ ନାଚିବା ଆରମ୍ଭ କରିଥିଲେ । ଏହା ପରେ, ଫିଲ୍ମ ସହ ଜଡିତ ଏକ ଇଭେଣ୍ଟରେ ଯେତେବେଳେ ଗଣମାଧ୍ୟମ ସଲମାନଙ୍କୁ ରଣବୀରଙ୍କ ଡ୍ୟାନ୍ସକୁ ନେଇ ତାଙ୍କର ପ୍ରତିକ୍ରିୟା ବିଷୟରେ ପଚାରିଥିଲେ, ସେତେବେଳେ ସେ ରଣବୀରଙ୍କ ଉପରେ ରାଗିଯାଇ ଏକ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଥିଲେ ।

ଗଣମାଧ୍ୟମ ସାମ୍ନାରେ ନିଜର ଅସନ୍ତୋଷ ବ୍ୟକ୍ତ କରି ସେ ରଣବୀରଙ୍କୁ ଜୀବନରୁ ମାରିଦେବାକୁ ଚାହୁଁଥିବା କହିଥିଲେ । କେବଳ ଏତିକି ନୁହେଁ, ସେ ରଣବୀରଙ୍କ ମୁଣ୍ଡକୁ ଏକ ଚେୟାର ଫିଙ୍ଗିବା ବିଷୟରେ ମଧ୍ୟ କହିଥିଲେ ।

କିଛି ସମୟ ପରେ ପୁଣି ସଲମାନ କହିଥିଲେ ଯେ ଲୋକମାନେ ଏହି ଫିଲ୍ମ ଦେଖୁଥିବା ସମୟରେ ରଣବୀର ସ୍କ୍ରିନ୍ ଆଗରେ ଯାଇ ଡ୍ୟାନ୍ସ କରି ଦର୍ଶକଙ୍କୁ ଡିଷ୍ଚର୍ବ କରୁଥିଲେ । ଏହା ଶୁଣିବା ପରେ ଅନୁଷ୍କା, ସଲମାନଙ୍କ ପାଖରେ ବସି ଟିକେ ନର୍ଭସ ହୋଇ ସଲମାନଙ୍କୁ ଆଶ୍ଚର୍ଯ୍ୟର ସହ  ଚାହିଁଥିଲେ । କିନ୍ତୁ ପରେ ସଲମାନ ହସି ହସି ନିଜର ମନକୁ ବଦଳାଇ ଦେଇଥିଲେ ।

ରଣବୀର ସିଂ ତାଙ୍କର ପ୍ରିୟ ଷ୍ଟାରମାନଙ୍କ ଫିଲ୍ମ ଏବଂ ନିଜର ସମସ୍ତ ଫିଲ୍ମକୁ ଥିଏଟରରେ ଦେଖିବାକୁ ଭଲ ପାଆନ୍ତି ।  କିନ୍ତୁ ଫିଲ୍ମ ମଝିରେ ରଣବୀରଙ୍କର ନାଚିବାକୁ ସଲମାନ ପସନ୍ଦ କରିନଥିଲେ । ସଲମାନ ଏବଂ ରଣବୀରଙ୍କ ବର୍ତ୍ତମାନର କଥା ଯଦି କୁହାଯାଏ  ତେବେ,ଆଜିକାଲି ସଲମାନ ତାଙ୍କ ଫିଲ୍ମ ‘ରାଧେ’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ରଣବୀର ସିଂ ଖୁବ ଶୀଘ୍ର ଫିଲ୍ମ ‘୮୩’ ରେ  ନଜର ଆସିବେ ।

   Related Posts