ଇନିଂସ ଓପନିଂରେ ପ୍ରଥମ ବଲକୁ ସାମ୍ନା କରିବାକୁ ଚାହାଁନ୍ତିନି ସଚିନ, କାହିଁକି ? ଗାଙ୍ଗୁଲି କଲେ ବଡ ଖୁଲାସା

Published By : Prameya-News7 Bureau | July 06, 2020 IST

ମୁମ୍ବାଇ, ୦୬|୦୭:  ଭାରତୀୟ କ୍ରିକେଟ ଦଳରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲିଙ୍କ ଓପନିଂ ଯୋଡି ସବୁଠାରୁ ଶ୍ରେଷ୍ଠ । ଉଭୟ ଷ୍ଟାର ଖେଳାଳି ୧୯୯୬ରୁ ୨୦୦୭ ମଧ୍ୟରେ ଦଲ ପାଇଁ ୧୩୬ଟି ଇନିଂସରେ ଓପନିଂ କରିଛନ୍ତି । ଏହାସହ ୪୯.୩୨ ଆଭରେଜରେ ୬୬୦୯ ରନ୍ କରିଛନ୍ତି । ଏହାପରେ ଦଳ ସଚିନ ଓ ବିରେନ୍ଦ୍ର ସେହ୍ୱାଗ, ଗାଙ୍ଗୁଲି ଓ ସେହ୍ୱାଗଙ୍କୁ ଓପନିଂ ପାଇଁ ଓହ୍ଲାଇଥିଲା । ବର୍ତ୍ତମାନ ସମୟରେ ରୋହିତ ଶର୍ମା ଓ ଶିଖର ଧାଓ୍ୱନଙ୍କ ଯୋଡିକୁ ସଫଳ ବୋଲି କୁହାଯାଉଛି ।

wp:html /wp:html

ଅନେକ ଦିନ ହେବ ଏକ ଗୁଜବ ରହିଛି ଯେ, ସଚିନ ପ୍ରଥମ ବଲ୍ ଫେସ୍ କରିବାକୁ ଗାଙ୍ଗୁଲିଙ୍କୁ କହିଥାନ୍ତି । ମୟଙ୍କ ଅଗ୍ରଓ୍ୱାଲଙ୍କ ସହ ଏକ ଚାଟରେ ଏହି ଘଟଣା କେତେ ସତ୍ୟ ତାହା କହିଛନ୍ତି ଗାଙ୍ଗୁଲି । ଏହା ଗୁଜବ ନା ସତ ତାହା ଉପରୁ ପରଦା ଉଠାଇଛନ୍ତି ଦାଦା । ଯାହାର ସତ୍ୟତା ଅନେକ ଦିନ ପରେ ସାମ୍ନାକୁ ଆସିଛି ।

ଏହି ଚାଟ୍ ସୋରେ ମୟଙ୍କ ଗାଙ୍ଗୁଲିଙ୍କୁ ସଚିନ କଣ ପ୍ରଥମ ବଲ ଫେସ୍ କରିବାକୁ ବାଧ୍ୟ କରନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ଗାଙ୍ଗୁଲି କହିଥିଲେ, ସବୁବେଳେ ସେ କୁହନ୍ତି । ମୁଁ ସବୁବେଳେ ପ୍ରଥମ ବଲର ସାମ୍ନା କରେ । ଯଦି ସଚିନଙ୍କ ଫର୍ମ ଭଲ ଥାଏ ସେ ନନ୍ ଷ୍ଟ୍ରାଇକର୍ ଏଣ୍ଡରେ ରହିଥାନ୍ତି । ସେ କ୍ରିଜକୁ ଆସି ପ୍ରଥମେ ନନ୍ ଷ୍ଟ୍ରାଇକର୍ ଏଣ୍ଡକୁ ଚାଲିଯାନ୍ତି । ଯେପରି ଟିଭିରେ ଆସିପାରିବେ । ଏହା ଥରେ ଦୁଇଥର ଘଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.