ସଚିନଙ୍କ ନାମରେ ଅନେକ ରେକର୍ଡ କିନ୍ତୁ ଅଧିନାୟକ ଭାବେ ଅସଫଳ, ପୂର୍ବତନ କୋଚ୍ ଏବେ କହିଲେ କାରଣ

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ, ୧୯|୦୬:   ଭାରତୀୟ ଦଳର ପୂର୍ବତନ ବୋଲର ଓ କୋଚ୍ ମଦନଲାଲ ସଚିନ ତେନ୍ଦୁଲକରଙ୍କ ନେତୃତ୍ୱକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସଚିନ ଜଣେ ଭଲ ଅଧିନାୟକ ଥିଲେ ବୋଲି ମଦନଲାଲ କହିଛନ୍ତି । ସଚିନ ୧୯୯୬ରୁ ୨୦୦୦ ମଧ୍ୟରେ ୭୩ଟି ଦିନିକିଆ ଓ ୨୫ଟି ଟେଷ୍ଟ ମ୍ୟାଚରେ ଦଳର ନେତୃତ୍ୱ ନେଇଥିଲେ । ତାଙ୍କ ନେତୃତ୍ୱରେ ଦଳ ୨୩ଟି ଦିନିକିଆରେ ବିଜୟ ହାସଲ କରିଥିଲା । ସେହିପରି ୪ଟି ଟେଷ୍ଟ ମ୍ୟାଚରେ ଦଳ ବିଜୟୀ ହୋଇଥିଲା । ମଦନଲାଲ ୧୯୯୬ରୁ ୯୭ ମଧ୍ୟରେ ଭାରତୀୟ ଦଳର କୋଚ୍ ଥିଲେ । ତେବେ ସଚିନ ନିଜ ବ୍ୟାଟିଂକୁ ନେଇ ବେଶୀ ଚିନ୍ତିତ ଥିଲେ ତେଣୁ ଅଧିନାୟକ ଭାବେ ସେତେଟା ସଫଳ ହୋଇନଥିଲେ ବୋଲି ମଦନଲାଲ କହିଛନ୍ତି ।

ସ୍ପୋର୍ଟସକୀଡା ସହ ଫେସବୁକ୍ ଲାଇଭରେ ମଦନଲାଲ କହିଛନ୍ତି ଯେ, ଅନେକ କହୁଛନ୍ତି ସଚିନ ଭଲ ଅଧିନାୟକ ନଥିଲେ । ସେ ଏଥିରେ ସହମତି ପ୍ରକାଶ କରନ୍ତି ନାହିଁ । ସେ ନିଜ ପ୍ରଦର୍ଶନକୁ ଅଧିକ ଫୋକସ କରୁଥିଲେ । ତେଣୁ ଦଳକୁ ସମୟ ଦେଇପାରୁ ନଥିଲେ ।ଜଣେ ଅଧିନାୟକ କେବଳ ନିଜ ପ୍ରଦର୍ଶନକୁ ଗୁରୁତ୍ୱ ଦେଇପାରେ ନାହିଁ । ଦଳର ପ୍ରଦର୍ଶନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ସେ ଖେଳାଳିଙ୍କୁ ଭୁଲ ବାବଦରେ କହିଥାନ୍ତି  ।

ସୂଚନାଯୋଗ୍ୟ, ନବେ ଦଶକରେ ସଚିନ ବିଶ୍ୱର ଅନେକ ବଡ ବଡ ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ନିଜ ନାମରେ ସ୍ଥାପନ କରିଥିଲେ । କିନ୍ତୁ ଅଧିନାୟକ ଭାବେ ତାଙ୍କୁ ସଙ୍ଘର୍ଷ କରିବାକୁ ପଡିଥିଲା । ଅଧିନାୟକ ଭାବେ ସେ ସଫଳ ହୋଇନଥିବା ଅନେକ କ୍ରୀଡା ବିଶେଷଜ୍ଞ କୁହନ୍ତି । ଏପରିକି ତାଙ୍କ ନେତୃତ୍ୱରେ ଦଳର ବିଜୟ ହାର ୩୫.୦୭ ପ୍ରତିଶତ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.