‘ରିୟାଙ୍କ ଭଳି ଆର୍ଯ୍ୟନଙ୍କର ବି ବଢୁ ରିମାଣ୍ଡ ଅବଧି’... ଦାବି କଲେ ଅତିରିକ୍ତ ସଲିସିଟର ଜେନେରାଲ

Published By : Prameya-News7 Bureau | October 08, 2021 IST

ନୂଆଦିଲ୍ଲୀ ୦୮/୧୦: ଡ୍ରଗ୍ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ନାମ ଆସିବା ପରଠାରୁ ସବୁଆଡେ ତାଙ୍କର ଆଲୋଚନା ହେଉଛି। ଗତକାଲି ଆର୍ଯ୍ୟନଙ୍କ ହେପାଜତକୁ ଆଉ ୧୪ ଦିନ ବୃଦ୍ଧି କରାଯାଇଛି। ଏହି ପରିପ୍ରେକ୍ଷୀରେ କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି କ୍ଷେତ୍ରର ବଡ ମାଛକୁ ଫାନ୍ଦରେ ପକାଇବାକୁ ହେଲେ ଆର୍ଯ୍ୟନ ଖାନଙ୍କୁ ଆଉ କିଛି ଦିନ ଜେଲରେ ରଖିବାକୁ ପଡ଼ିବ। କୁହାଯାଉଛି ଆର୍ଯ୍ୟ ଖାନଙ୍କ ଜାମିନ ଶୁଣାଣି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ନାମ ମଧ୍ୟ ନିଆଯାଇଛି।

ସୂଚନା ଅନୁଯାୟୀ, ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂ ଏନସିବି ପକ୍ଷରୁ ହାଜର ହୋଇଥିଲେ ଏବଂ ଆର୍ଯ୍ୟନ ଖାନଙ୍କ ବିରୋଧରେ କଥାବାର୍ତ୍ତା କରି ତାଙ୍କୁ ଗିରଫ କରାଯିବା ଉଚିତ ବୋଲି କହିଥିଲେ। ବାର୍ ବେଞ୍ଚର ଏକ ରିପୋର୍ଟକୁ ସେ ଦର୍ଶାଇଥିଲେ ଯେ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ASG କିପରି ଜାମିନ ବିହୀନ ବୋଲି କହିଥିଲା। ଏଭଳି ଅଭିଯୋଗରେ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି କହିଥିଲେ।

ଅତିରିକ୍ତ ସଲିସିଟର ଜେନେରାଲ ଅନିଲ ସିଂଙ୍କ ଅଭିଯୋଗର ଜବାବରେ ଆର୍ଯ୍ୟନ ଖାନଙ୍କ ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ ମାନସିନ୍ଦେ କହିଥିଲେ ଯେ ଆର୍ଯ୍ୟଙ୍କ ଫୋନ ବ୍ୟତୀତ ସେ ଆପତ୍ତିଜନକ କିଛି ପାଇ ନାହାଁନ୍ତ। ତାଙ୍କ ବନ୍ଧୁଙ୍କୁ ଗିରଫ କରାଯାଇଥିଲା କାରଣ ତାଙ୍କ ନିକଟରୁ ଆପତ୍ତିଜନକ ଜିନିଷପତ୍ର ଜବତ କରାଯାଇଥିଲା। ଏହି ତଥ୍ୟ ଆଧାରରେ ଆର୍ଯ୍ୟନ ଖାନଙ୍କୁ ଜାମିନ ଦିଆଯିବା ଉଚିତ ବୋଲି ମନସିନ୍ଦେ କହିଥିଲେ। ପୁରୁଣା ଶୁଣାଣି ସମୟରେ ଏହି ଆଲୋଚନା ହୋଇଛି କିନ୍ତୁ ଗତକାଲି ମଧ୍ୟ ଆର୍ଯ୍ୟନ୍ ଖାନ୍ ଜାମିନ ପାଇପାରିନାହାଁନ୍ତି ଏବଂ ତାଙ୍କୁ ୧୪ ଦିନ ହେପାଜତକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.