ରାଜସ୍ଥାନ ରାଜନୀତି : କଂଗ୍ରେସ ପାଇଁ କାହିଁକି ଏତେ ଜରୁରୀ ସଚିନ୍ ପାଇଲଟ୍ ?

Published By : Prameya-News7 Bureau | July 14, 2020 IST

ଜୟପୁର ୧୪/୦୭ : ରାଜସ୍ତାନର ଅଶୋକ ଗେହଲଟ୍ ସରକାରଙ୍କୁ ଦ୍ଵନ୍ଦରେ ପକାଇଥିବା ଡେପୁଟି ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ୍ ପାଇଲଟ୍ ରାଜ୍ୟ କଂଗ୍ରେସର ବଡ ମୁହଁ | ସଚିନ ପାଇଲଟ ଗୁର୍ଯର ସମ୍ପ୍ରଦାୟର | ସେ ଦଳ ଛାଡିଲେ ଗୁର୍ଯର ସମ୍ପ୍ରଦାୟର ୭ ପ୍ରତିଶତ ଭୋଟ ବ୍ୟାଙ୍କ କଂଗ୍ରେସ ହାତରୁ ବାହାରି ଯାଇପାରେ | ଏହି ଭୋଟ୍ ବ୍ୟାଙ୍କ ୨୦୧୮ ମସିହାରୁ ଏକତରଫା କଂଗ୍ରେସ ସହିତ ଅଛି | ପୂର୍ବ ରାଜସ୍ଥାନରେ ଗୁର୍ଯର ଭୋଟ୍ ବ୍ୟାଙ୍କ ନିର୍ଣ୍ଣାୟକ ସ୍ଥିତିରେ ଅଛି | ୨୦୧୮ ମସିହାରେ ସଚିନ୍ ପାଇଲଟଙ୍କ ଯୋଗୁଁ ଗୁର୍ଯର ସମ୍ପ୍ରଦାୟ କଂଗ୍ରେସକୁ ଏକତରଫା ଭୋଟ୍ ଦେଇଥିଲା |

ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସକୁ ସବୁଠାରୁ ଅଧିକ ଆସନ ପୂର୍ବ ରାଜସ୍ଥାନରୁ ମିଳିଥିଲା | ଏହାପରେ ସଚିନ ପାଇଲଟ ରାଜସ୍ଥାନ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ | ଯଦି ସଚିନ ଦଳ ଛାଡ଼ନ୍ତି ତାହେଲେ ସଂଗଠନର ଏକ ବଡ ଅଂଶ ତାଙ୍କ ସହିତ ଚାଲିଯିବ | ରାଜସ୍ତାନ କଂଗ୍ରେସର ଅନେକ ବଡ ବଡ ଚେହେରା ସଚିନ ପାଇଲଟଙ୍କ ସହିତ ଜଡିତ ଅଛନ୍ତି | ସେମାନଙ୍କ ମଧ୍ୟରୁ ଦୀପେନ୍ଦ୍ର ସିଂହ ଶେଖାୱତ୍ ଗତଥର ଅଶୋକ ଗେହଲଟ ସରକାରରେ ବିଧାନସଭା ଅଧ୍ୟକ୍ଷ ଥିଲେ | ସିକର ଜିଲ୍ଲା ଶ୍ରୀମାଧୋପୁର ବିଧାନସଭା ବିଧାୟକ ଦୀପେନ୍ଦ୍ର ସିଂହ ସୋନିଆ ଗାନ୍ଧୀଙ୍କ ତରଫରୁ ସଂଗଠନରେ ସମନ୍ୱୟ ପାଇଁ ଗଠନ ହୋଇଥିବା ସମିତି ସଦସ୍ୟ ମଧ୍ୟ ଅଛନ୍ତି |

{"id":300266,"width":575,"height":322,"sizeSlug":"large"}

ରାଜସ୍ତାନ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ ଦଳରେ ଜାଟ ସମ୍ପ୍ରଦାୟର ବଡ ଚେହେରା | ପୂର୍ବ ରାଜସ୍ତାନରେ ବିଶ୍ୱେନ୍ଦ୍ର ସିଂହଙ୍କ ଦବଦବା ରହିଛି | ସେ ପ୍ରଦେଶ କଂଗ୍ରେସ ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି | ଦଳର ଆଉ ଜଣେ ବଡ ହସ୍ତୀ ହେଲେ ହେମରାମ ଚୌଧୁରୀ | ସେ କଂଗ୍ରେସର ବରିଷ୍ଠ ବିଧାୟକ | ୮ଥର ବିଧାୟକ ହୋଇଥିବା ହେମରାମ ପଶ୍ଚିମ ରାଜସ୍ତାନରେ ଜାଟ ସମ୍ପ୍ରଦାୟର ବଡ ଚେହେରା |

ଏଥିରୁ ସ୍ପଷ୍ଟ ଯେ ଦଳରେ ଶାସନ ଓ ସଂଗଠନ ମଧ୍ୟରେ ଦୁଇଟି ଗୋଷ୍ଠୀ ସମ୍ନାସାମ୍ନି ଅଛନ୍ତି | ପୂର୍ବରୁ ଏହା ଶୀତଳ ଯୁଦ୍ଧ ଭଳି ଦଳ ମଧ୍ୟରେ ଥିଲା କିନ୍ତୁ ବର୍ତ୍ତମାନ ଏହା ସମସ୍ତଙ୍କ ସାମ୍ନାରେ ଅଛି | ସେଥିପାଇଁ ଏହି ରାଜନୈତିକ ଘଟଣାକ୍ରମରେ ଦଳ ସଚିନ ପାଇଲଟଙ୍କୁ ବାରମ୍ବାର ମନାଇବାରେ ଲାଗିଛି | ଏହିଭଳି ପରିସ୍ଥିତିରେ ଦଳ ତରତର ହୋଇ କୌଣସି ପଦକ୍ଷେପ ନେବାକୁ ଚାହୁଁନି | ଦଳ ଶାନ୍ତିପୂର୍ବକ କୌଣସି ରାସ୍ତା ବାହାର କରିବା ପାଇଁ ଲାଗିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.