ଅସମାହିତ ପ୍ରଶ୍ନ-ନର୍ସ ନିହାରିକାଙ୍କୁ କାହିଁକି ମାରିଲା ରାଜା? କାହିଁକି ବୟଫ୍ରେଣ୍ଡ ସାଜିଲା ହତ୍ୟାକାରୀ?

Published By : Prameya-News7 Bureau | September 22, 2019 IST

କଟକ ୨୨।୦୯- ନର୍ସ ନିହାରିକା ଙ୍କୁ ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଲ ଓରଫ ରାଜା ହିଁ ହତ୍ୟା କରିଥିବା ଦର୍ଶାଇ ପୋଲିସ ରାଜା କୁ ଗିରଫ କରିଛି…ହେଲେ ଏବେ ବି ବହୁ ଘଟଣା ରହସ୍ୟାବୃତ୍ତ ହୋଇ ରହିଛି…. ବଡ ପ୍ରଶ୍ନ ହେଉଛି କାନ୍ଥ ଏପାଖେ ରାଜା ଏତେ ବଡ ହତ୍ୟାକାଣ୍ଡ ଘଟାଉଥିଲେ ବି ପାଖ ପଡୋଶୀ କିଛି ବି ସୁରାକ ପାଇଲେ ନାହିଁ କେମିତି…ପାରିପାର୍ଶ୍ୱିକ ପରିସ୍ଥିତି ଓ ପୋଲିସ୍ ପାଖରୁ ମିଳୁଥିବା କିଛି ସୂଚନା ହତ୍ୟାକାଣ୍ଡ ଓ ଏହାର କାରଣକୁ ନେଇ ଅନେକ ପ୍ରଶ୍ନ ଛିଡା କରିଛି…

ନର୍ସ ନିହାରିକା ହତ୍ୟା କାଣ୍ଡରେ ପ୍ରେମିକ ରାଜାକୁ ଗିରଫ କରିଛି ପୋଲିସ….ହେଲେ ଏସ୍ ପି ପ୍ରେସ୍ ମିଟ୍ ରେ ନିହାରିକା ହତ୍ୟାକାଣ୍ଡକୁ ନେଇ ଯେଉଁ ତଥ୍ୟ ରଖିଲେ, ତାକୁ ନେଇ ଅନେକ ପ୍ରସ୍ନ ଉଠୁଛି…

.ପ୍ରଶ୍ନ ନଂ୧-ରାଜା ନିହାରିକା ଙ୍କୁ ଆଣିଥିବା ଚାଉଳିଆଗଞ ଘରେ ଏତେ କାଣ୍ଡ ଘଟାଇଲେ, ହେଲେ କାନ୍ଥା ଆରପାଖରେ ରହୁଥିବା ପଡୋଶୀ କିଭଳି ଏହାର ସୁରାକ ବି  ପାଇଲେ ନାହିଁ…

{"id":161163}

.ପ୍ରଶ୍ନ ୨ ଯେଉଁ ଘରେ ରାଜା ହତ୍ୟା କଲେ ସେହି ଘରର କାଚ ଝରକା ଦେଇ ଆରପଟ ରୁମ୍ କୁ ସହଜରେ ଦେଖି ହୁଏ..ମାତ୍ର ଘଟଣା ଦିନ ଏହି ଝରକା ଉପରେ କାହିଁ କି ପଡିଥିଲା ଗାମୁଛା…

{"id":161164}

.ପ୍ରଶ୍ନ ୩- ରାଜା ହତ୍ୟା କରିବା ପୂର୍ବ ନିହାରିକା ଙ୍କ କୌଣସି ନିଶା ଓୌଷଧ ଖୁଆଇ ଏଭଳି ସମସ୍ତ କାଣ୍ଡ ଘଟାଇ ନାହାନ୍ତି ତ

{"id":161165}

ପ୍ରଶ୍ନ୪- ପୋଲିସ କହିବା ଅନୁସାରେ ରାଜା ଯଦି ତଣ୍ଟି ଚିପି ହତ୍ୟା କଲେ ନିହାରିକା କୌଣସି ପ୍ରକାର ଚିତ୍କାର କଲେ ନାହିଁ କେମିତି…

{"id":161167}

ପ୍ରଶ୍ନ ୫. ନିହାରିକା ମୃତ ଦେହ ମିଳିବା ପରେ ତାଙ୍କ ମୁହଁ ରେ କୌଣସି ମାଂସ ନଥିବା ବେଳେ ଶରୀର ଅନ୍ୟ ଅଂଶରେ ମାଂସ ଠିକ ରହିଥିଲା.. ତେଣୁ ମୁହଁ କୁ ବିକୃତ କରିବା ପାଇଁ କୌଣସି ପ୍ରକାର ପ୍ରୟାସ ହୋଇଥିଲା କି…

{"id":161168}

ପ୍ରଶ୍ନ ୬—ହତ୍ୟାକାଣ୍ଡରେ ରାଜା ଏକୁଟିଆ ସମ୍ପୃକ୍ତ ନାଁ ତାଙ୍କ ସହ ଅନ୍ୟ କିଛି ଯୁବକ ଥିଲେ…

{"id":161169}

.ଏମିତି ଅନେକ ପ୍ରଶ୍ନର ଉତ୍ତର ପୋଲିସ୍ ସ୍ପଷ୍ଟ କରି ନାହିଁ…ସେପଟେ ପୋଲିସ୍ ନିକଟରୁ ମିଳିଥିବା କିଛି ତଥ୍ୟ ଅନୁସାରେ ରୁମ୍ ଭିତରେ ନିହାରିକା ଓ ରାଜା ଙ୍କ ଭିତରେ କୌଣସି କାରଣରୁ ଠେଲା ପେଲା ବେଳେ ନିହାରିକା ବେହୋସ୍ ହେଇଯାଇଥିଲେ..ନିହାରିକାଙ୍କ ମୁହଁରେ ପାଣି ଛିଞ୍ଚି ତାଙ୍କୁ ହୋସ୍ କୁ ଆଣିବାକୁ ଚେଷ୍ଟା କରିଥିଲେ ରାଜା..ମାତ୍ର ନିହାରିକାଙ୍କ ହୋସ୍ ନଫେରିବାରୁ ତାଙ୍କୁ ମୃତ ଭାବି ରାଜା ଉପାୟଶୂନ୍ୟ ହୋଇ ମୃତ ଦେହକୁ ନଦୀରେ ଫୋପାଡି ଦେଇ ପ୍ରମାଣନଷ୍ଟ କରିବାକୁ ଚେଷ୍ଟା କରିଥିଲେ…

ରାଜା କଟକ ଚାଉଳିଆଗଞ ସ୍ଥିତ ନିଜ ସାଙ୍କ ସୁନୀଲ ସାହୁ ଙ୍କ ଘରେ ନିହାରି କାଙ୍କୁ ହତ୍ୟା କରିଥିବା ବେଳେ ପୂର୍ବରୁ ସେହି ଘରକୁ  ନିହାରିକା, ରାଜାଙ୍କ ସହି ଯିବା ଆସିବା କରିବା କେବେ ଦେଖି ନାହାନ୍ତି ବୋଲି ପଡୋଶୀ କହିଛନ୍ତି…ହତ୍ୟା କାଣ୍ଡ ପରେ ସୁନୀଲ ଙ୍କ ଭଉଣୀ ପ୍ରଥମେ ଘରର ଚାବି ଖୋଲି ଥିଲେ… ତେବେ ଚାବି ଖୋଲିବା ପରେ ଘର ଅସଜଡା ଥିବା ବେଳେ ଏକ କାନ ଫୁଲ ପାଇଥିଲେ..ଖଟ ଉପରେ ପଡିଥିବା ବେଡସିଟ୍ ଗାଏବ୍ ଥିଲା… ଏହା ପରେ ୯ ତାରିଖରେ ସୁନୀଲ ଙ୍କ ଭଉଣୀ ଙ୍କ ସନ୍ଦେହ ହେବାରୁ ସେ ଏନେଇ ସୁନୀଲ ଙ୍କୁ କହିବା ପରେ ପୋଲିସ ଏଠାକୁ ଆସିଥିଲା…ଏହା ପରେ ପଡୋଶୀ ଏଭଳି ଘଟଣା ଘଟିଥିବା ଜାଣିବାକୁ ପାଇଲେ ବୋଲି କହିଛନ୍ତି…

ନିହାରିକା ହତ୍ୟା କାଣ୍ଡ ଘଟଣାରେ ପୋଲସ୍କୁ ଅନେକ ତଥ୍ୟ ମିଳିଛି…କିଛି ତଥ୍ୟ କୌଣସି କାରଣରୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ନକରିବାକୁ ହୁଏତ ପୋଲିସ୍ ଉଚିତ୍ ମନେ କରିଥିବ..ଏବେ ଭିସେରା ରିପୋର୍ଟ ଆସିଲେ ବାସ୍ତବରେ ନିହାରିକାଙ୍କୁ କିଭଳି ହତ୍ୟା କରାଯାଇଛି ତାହା ଅଧିକ ଷ୍ପଷ୍ଟ ହୋଇପାରିବ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.