Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ନର୍ସ ନିହାରିକାଙ୍କୁ କାହିଁକି ଓ କେମିତି ମାରିଲା ରାଜା ସୂଚନା ଦେଲେ ଜଗତସିଂହପୁର ଏସ୍‌ପି

21/09/2019 at 5:02 PM

ଜଗତସିଂହପୁର ୨୧।୯: ନର୍ସ ନିହାରିକାଙ୍କର ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ ହୋଇଛି । ପ୍ରେମିକ ରାଜା ହିଁ ନିହାରିକାଙ୍କୁ ଏକୁଟିଆ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଛି । ଘଟଣା ଦିନର ସିସିଟିଭି ଫୁଟେଜ୍‌କୁ ପୋଲିସ ଜବତ କରିଛି । ଏକୁଟିଆ ରାଜା ନିହାରିକାଙ୍କୁ ହତ୍ୟା କରିବା ପରେ ଏକ ପ୍ଲାଷ୍ଟିକ ଅଖାରେ ବାନ୍ଧି, କଳା ରଙ୍ଗର ହୋଣ୍ଡା ସାଇନ୍‌ ମଟର ସାଇକେଲ୍‌ରେ ବିଲୁଆଖାଇ ନଦୀରେ ଫିଙ୍ଗିଥିଲା । ଜଗତସିଂପୁର ଏସ୍‌ପି ଆର୍‌ ପ୍ରକାଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

ପୋଲିସ ସୂଚନା ଅନୁସାରେ ସେପ୍ଟେମ୍ବର ୮ ତାରିଖ ସନ୍ଧ୍ୟା ୭ଟାରୁ ୮ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ନିହାରିକାଙ୍କ ଗଳାଚିପି ହତ୍ୟା କରାଯାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ବେଳେ ରାଜା ମଧ୍ୟ ସମାନ କଥା କହିଥିବା ଏସ୍‌ପି ସୂଚନା ଦେଇଛନ୍ତି । ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ ବିବାହ ପାଇଁ ନିହାରିକା ରାଜି ନହେବା ବୋଲି ଅଭିଯୁକ୍ତ ସୂଚନା ଦେଇଥିବା ପୋଲିସ କହିଛି ।

ମୃତ ନିହାରିକା ଏକ ଘରୋଇ ନର୍ସିଂହୋମରେ ନର୍ସ ଭାବେ କାମ କରୁଥିଲେ । ତାଙ୍କ ଦରମା ୫ ହଜାର ଟଙ୍କା ଥିଲା ।ଅପରପକ୍ଷରେ ଅଭିଯୁକ୍ତ ରାଜା ଓରଫ କିଶୋର ଆଞ୍ଚଲ କୌଣସି କାମ କରୁନଥିଲା । ଫଳରେ ବିବାହ କରିବା ସମ୍ଭବ ନାହିଁ ବୋଲି ନିହାରିକା ଯୁକ୍ତି କରି ଆସୁଥିଲେ । ଅପରପକ୍ଷରେ ବିବାହ ପାଇଁ ନିହାରିକାଙ୍କ ଉପରେ ରାଜା ବାରମ୍ବାର ଚାପ ପକାଉଥିଲା ।

ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବରାବର ଝଗଡା ହେଉଥିଲା । ଶେଷରେ ରାଜାକୁ ସେ ବିବାହ କରିବେ ନାହିଁ ବୋଲି ନିହାରିକା କହିଦେଇଥିଲେ । ଏହାପରେ ନିହାରିକାଙ୍କୁ ଜୀବନରେ ମାରିଦେବା ପାଇଁ ରାଜା ଯୋଜନା ପ୍ରସ୍ତୁତ କରିଥିଲା । ସେଥିପାଇଁ କଟକ ଚାଉଳିଆଗଞ୍ଜରେ ରହୁଥିବା ସୁନୀଲ ସାହୁ ନାମକ ତାର ଜଣେ ସାଙ୍ଗଠାରୁ ସେ ଭଡା ଘରର ଚାବି ମାଗିଆଣିଥିଲା । ସୁନୀଲ ନିଜ ଗାଁ ଜଗତସିଂପୁରର ହାଜିପୁର ଚାଲିଯାଇଥିବାରୁ ଘର ମଧ୍ୟ ଖାଲିଥିଲା ।

ଏହି ମୌକାରେ ୮ ତାରିଖ ଅପରାହ୍ନ ୪ ବେଳେ ଏମ୍‌ଏମ୍‌ ନର୍ସିଂହୋମରୁ ନିହାରିକାଙ୍କୁ ନଇ ରାଜା ଚାଉଳିଆଗଞ୍ଜର ସେହି ଘରେ ପହଞ୍ଚିଥିଲା । ଘଣ୍ଟାଏ ଦୁଇ ଘଣ୍ଟା ରହିବାପରେ ନିହାରିକାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ରାଜା । ଏହାପରେ ଏକ ପ୍ଲାଷ୍ଟିକ ଅଖାରେ ନିହାରିକାଙ୍କ ଶବକୁ ବାନ୍ଧି ନିଜ ଗାଡିରେ ଲଦି ବିଲୁଆଖାଇ ନଦୀ ପଠାକୁ ଯାଇଥିଲା ଓ ଶବକୁ ନଦୀ ଭିତର ଫିଙ୍ଗି ଦେଇଥିଲା । ୧୭ ତାରିଖ ଦିନ ଶବ ଭର୍ତ୍ତି ଅଖାଟି ନଦୀ ପଠାରେ ଲାଗିବାପରେ ପୋଲିସ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲା ।

୮ତାରିଖ ଦିନ ନିହାରିକାଙ୍କୁ ହତ୍ୟା କରିବା ପରେ ରାଜା ନିଜ ଗାଁ ହାଜିପୁରରେ ରହିଥିଲା । ୯ ତାରିଖ ଦିନ ନିହାରିକା ନର୍ସିଂହୋମକୁ ନ ଯିବାରୁ ନର୍ସିଂହୋମ କର୍ତ୍ତୃପକ୍ଷ କଟକ ମଧୁପାଟଣା ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ଏହି ରିପୋର୍ଟରେ ନିହାରିକାଙ୍କୁ ୮ ତାରିଖ ଦିନ ରାଜା ଓରଫ କିଶୋର ଆଞ୍ଚଲ ସାଙ୍ଗରେ ନେଇ ଯାଇଥିବା ଦର୍ଶାଯାଇଥିଲା ।

ସେହିଭଳି ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅନ୍ତର୍ଗତ ଭିଙ୍ଗାରପୁରରେ ରହୁଥିବା ନିହାରିକାଙ୍କର ବାପା ମାଆ ମଧ୍ୟ ମଧୁପାଟଣା ଥାନାରେ ଆଉଏକ ଅଭିଯୋଗ ଦାଖଲ କରିଥିଲେ । ମଧୁପାଟଣା ପୋଲିସ ନିହାରିକାଙ୍କ ଖୋଜଖବର ନେବା ଆରମ୍ଭ କରିବା ପରେ ରାଜା ଭୟଭୀତ ହୋଇ ଫେରାର ହୋଇଯାଇଥିଲା ।

ଗତକାଲି ରାଜା ବିରିଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ତେବେ ରାଜା ଆତ୍ମସମର୍ପଣ କରିବା ପୂର୍ବରୁ ପୋଲିସ ରାଜାର ବନ୍ଧୁ ସୁନୀଲ ସାହୁଠାରୁ ସମଗ୍ର ଘଟଣା ଜାଣିସାରିଥିଲା । କାରଣ ସୁନୀଲକୁ ରାଜା ହତ୍ୟା ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ରାଜା ଗତକାଲି ଆତ୍ମସମର୍ପଣ କରିବା ପରେ ହତ୍ୟାକାଣ୍ଡ କେମିତି ଘଟିଥିଲା ତାହାର ଡେମୋ କରି ଦେଖାଇଥିଲା । ପୋଲିସ ମଧ୍ୟ ରାଜା ଶବକୁ ଅଖାରେ ଭର୍ତ୍ତି କରି ନେଲାବେଳର ସିସିଟିଭି ଫୁଟେଜ ଚାଉଳିଆଗଞ୍ଜ ପୂଜା ମଣ୍ଡପରୁ ଜବତ କରିଥିଲା ।

   Related Posts