ଶେଷ ଓଭରରେ କାହିଁକି ବୋଲିଂ କଲେ ଜାଡେଜା ? ଜବାବ ଦେଲେ ଧୋନୀ

Published By : Prameya-News7 Bureau | October 18, 2020 IST

ଦୁବାଇ, ୧୮୧୦:  ଆଇପିଏଲର ୩୪ ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ ଦିଲ୍ଲୀ କ୍ୟାପିଟାଲଠାରୁ ୫ ଓ୍ୱିକେଟରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ଶିଖର ଧାଓ୍ୱନ ୫୮ ବଲରୁ ୧୦୧ ରନ୍ କରିଥିଲେ । ତେବେ ଏହି ମ୍ୟାଚର ଶେଷ ଓଭରର ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବୀନ୍ଦ୍ର ଜାଡେଜାଙ୍କୁ ବୋଲିଂ ଦେଇଥିଲେ । ତେବେ ଧୋନୀ କଣ ପାଇଁ ଶେଷ ଓଭରରେ ସ୍ପିନରଙ୍କୁ ବୋଲିଂ ଭାର ଦେଲେ ସେନେଇ ନିଜେ କହିଛନ୍ତି ।

ଧୋନୀ କହିଛନ୍ତି ଯେ, ବ୍ରାଭୋ ଫିଟ୍ ନଥିଲେ । ସେ ଆହତ ହୋଇଥିଲେ । ତାଙ୍କ ପାଖରେ ଜାଡେଜା କିମ୍ବା କର୍ଣ୍ଣ ଶର୍ମାଙ୍କ ବିକଳ୍ପ ଥିଲା । ସେ ଜାଡେଜାଙ୍କୁ ବାଛିଥିଲେ । ଶିଖର ଧାଓ୍ୱନ ଭଲ ବ୍ୟାଟିଂ କରିଥିଲେ । କିନ୍ତୁ ସେ ଅନେକ ଥର ଜୀବନଦାନ ପାଇଛନ୍ତି । ଅନେକ କ୍ୟାଚ୍ ଡ୍ରପ୍ ହୋଇଛି ।

{"id":346516,"sizeSlug":"large"}

ଶେଷ ଓଭରରେ ଦିଲ୍ଲୀକୁ ବିଜୟ ପାଇଁ ୧୭ ରନ୍ ଦରକାର ଥିଲା । ଏହି ଓଭରରେ ଅକ୍ସର ପଟେଲ ପ୍ରଥମ ଦୁଇଟି ଲଗାତର ଛକା ଲଗାଇଥିଲେ । ଏହାପରେ ପଞ୍ଚମ ବଲରେ ମଧ୍ୟ ଅକ୍ସର ଜାଡେଜାଙ୍କ ବଲରେ ଛକା ମାରି ଦଳକୁ ବିଜେତା କରାଇଥିଲେ ।

ଧୋନୀ ଆହୁରି କହିଛନ୍ତି ଯେ, ଏହି ପିଚରେ ଖେଳିବା ସହଜ । ତେଣୁ ଅଧିକ କଠିନ ହୋଇଗଲା । ଆଉ ୧୦ ରନ୍ କରିଥିଲେ ମ୍ୟାଚର ସ୍ଥିତି ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.