Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

କାହିଁକି ରାଜସ୍ଥାନଠୁ ହାରିଲା ପଞ୍ଜାବ ? ଏହା ହେଉଛି ତିନୋଟି ବଡ କାରଣ

28/09/2020 at 11:55 AM

ଦୁବାଇ, ୨୮|୦୯  ଆଇପିଏଲ-୨୦୨୦ରେ ଦର୍ଶକମାନେ ଷ୍ଟାଡିୟମ ଯାଇ ମ୍ୟାଚ୍ ଦେଖିବାର ସୁଯୋଗ ପାଉ ନାହାଁନ୍ତି । କିନ୍ତୁ ଟିଭିରେ ଭରପୁର ମଜା ଉଠାଉଛନ୍ତି ।  ସେପ୍ଟେମ୍ବର ୨୭ ଅର୍ଥାତ ରବିବାର ଦର୍ଶକମାନେ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାର ସୁଯୋଗ ପାଇଥିଲେ । ଏହି ମ୍ୟାଚରେ ଛକା ଓ ଚଉକା ବର୍ଷା ହୋଇଥିଲା । ଶାରଜାହ କ୍ରିକେଟ୍ ଷ୍ଟାଡିୟମରେ କିଙ୍ଗସ୍ ଏକାଦଶ ପଞ୍ଜାବକୁ  ରାଜସ୍ଥାନ ରୟାଲ୍ସ ୪ ଓ୍ୱିକେଟରେ ପରାସ୍ତ କରିଛି । ଏହାସହ ସବୁଠାରୁ ବଡ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଥିଲା ।

ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୨୨୩ ରନ୍‌ର ମଜବୁତ ସ୍କୋର ଛିଡା କରିଥିଲା । କିନ୍ତୁ ରାଜସ୍ଥାନର ବ୍ୟାଟସମ୍ୟାନ୍ ଏହି ଲକ୍ଷ୍ୟକୁ ହାସଲ କରିନେଇଥିଲେ । ଆସନ୍ତୁ ନଜର ପକାଇବା ତିନୋଟି ବଡ କାରଣ ଉପରେ ଯେଉଁଥିପାଇଁ ପଞ୍ଜାବକୁ ପରାଜୟର ସ୍ୱାଦ ଚାଖିବାକୁ ପଡିଥିଲା ।

ସଞ୍ଜୁ ସାମସନଙ୍କ ଦମଦାର୍ ବ୍ୟାଟିଂ

ରାଜସ୍ଥାନ ତରଫରୁ ତିନି ନମ୍ବର ସ୍ଥାନରେ କ୍ରିଜକୁ ଆସିଥିବା ସଞ୍ଜୁ ସାମସନ ଆକର୍ଷଣୀୟ ପାଳି ଖେଳିଥିଲେ । ସେ ୨୦୦ରୁ ଅଧିକ ଷ୍ଟ୍ରାଇକ ରେଟରେ ୮୫ ରନ୍ କରିଥିଲେ । ଫଳରେ ପଞ୍ଜାବ ଉପରେ ଚାପ ପଡିଥିଲା । ଏହି ଦମଦାର ଇନିଂସରେ ସେ ୪ ଚଉକା ଓ ୭ ଛକା ମାରିଥିଲେ । ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କୃତ କରାଯାଇଥିଲା ।

ସାମସନ୍ ଓ ଷ୍ଟିଭ୍ ସ୍ମିଥଙ୍କ ପାର୍ଟନରସିପ୍

ଜୋସ୍ ବଟଲର ୧୯ ରନ୍ କରି ଆଉଟ ହୋଇଥିଲେ । ସେହି ସମୟରେ ପଞ୍ଜାବ ପାଖରେ ସୁଯୋଗ ଥିଲା । କିନ୍ତୁ ଏପରି ହେଲା ନାହିଁ । ଅନେକ ଦିନ ପରେ ଓପନିଂ କରିବାକୁ ଆସିଥିବା ଷ୍ଟିଭ୍ ସ୍ମିଥ୍ ଆକର୍ଷଣୀୟ ଅର୍ଧଶତକ ଅର୍ଜନ କରିଥିଲେ । ୫୦ ରନର ପାଳିରେ ସେ ୭ଟି ଚଉକା ଓ ତିନୋଟି ଛକା ଲଗାଇଥିଲେ । ସେହି ସମୟରେ ସାମସନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରୁଥିଲେ । ଦ୍ୱିତୀୟ ଓ୍ୱିକେଟରେ ଉଭୟଙ୍କ ମଧ୍ୟରେ ୮୦ ରନ୍‌ର ପାର୍ଟନରସିପ୍ ହୋଇଥିଲା । ଏଠାରେ ହିଁ ପଞ୍ଜାବ ପାଇଁ ଅଡୁଆ ବଢିଥିଲା ।

କାଟରେଲଙ୍କ ଗୋଟିଏ ଓବରରୁ ୩୦ ରନ୍

ପଞ୍ଜାବ ଅଧିନାୟକ କେଏଲ ରାହୁଲ ସେଲ୍ଡନ କାଟରେଲଙ୍କୁ ୧୮ତମ ଓଭର ବୋଲିଂ ପାଇଁ ଦେଇଥିଲେ ।ଏହି ଓଭରରେ ରାଜସ୍ଥାନ ପକ୍ଷରୁ ବ୍ୟାଟିଂ କରୁଥିଲେ ରାହୁଲ ତେବାତିଆ । ସେ ବହୁତ ଧିମା ବ୍ୟାଟିଂ କରୁଥିଲେ ।ହଠାତ୍ ସେ ଛକା ମାରିବା ଆରମ୍ଭ କରିଦେଇଥିଲେ । ଏହି ଓଭରରେ ସେ ୫ଟି ବିଶାଳ ଛକା ମାରିବା ସହ ୩୦ ରନ୍ ସଂଗ୍ରହ କରିଥିଲେ । ଏହା ହିଁ ପଞ୍ଜାବ ପରାଜୟର ବଡ କାରଣ ବୋଲି କୁହାଯାଏ ।

   Related Posts