ଭାରତରେ କାହିଁକି ବ୍ୟାନ୍ ହେଲାନାହିଁ PUBG ଓ ଭିଡିଓ କଲିଙ୍ଗ୍ ଆପ୍ Zoom ? ଜାଣନ୍ତୁ କ'ଣ କାରଣ

Published By : Prameya-News7 Bureau | June 30, 2020 IST

ନୂଆଦିଲ୍ଲୀ ୩୦/୦୬ : ଭାରତ ସରକାର ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ କରିଛନ୍ତି | ବ୍ୟାନ୍ ହୋଇଥିବା ଆପ୍ ମଧ୍ୟରେ ଅନେକ ଆପ୍ ଅଛି ଯାହା ଭାରତୀୟ ୟୁଜର୍ସଙ୍କ ଲୋକପ୍ରିୟ ଆପ | ତଥାପି ସରକାରଙ୍କ ଏହି ନିଷ୍ପତ୍ତିରେ ଭାରତୀୟ ବହୁତ ଖୁସି ଅଛନ୍ତି | କିନ୍ତୁ ଏହା ଭିତରେ ଏକ ଅଜବ କଥା ସାମ୍ନାକୁ ଆସିଛି | ଟ୍ୱିଟରରେ ବ୍ୟାନ୍ ହୋଇଥିବା ଆପ୍ ସହ PUBG ଓ Zoom ଆପ୍ ମଧ୍ୟ ଟ୍ରେଣ୍ଡ ହେଉଛି | ଟ୍ୱିଟରରେ ଲୋକଙ୍କ ପ୍ରଶ୍ନ, ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ ହେବାପରେ PUBG ଓ Zoom ଆପକୁ କାହିଁକି ଛାଡି ଦିଆଯାଇଛି ? ଏହି ଦୁଇ ଆପକୁ କାହିଁକି ବ୍ୟାନ୍ କରାଯାଇନି ?

{"id":293765,"sizeSlug":"large"}

ଜାଣନ୍ତୁ ସରକାର ଏହି ଦୁଇଟି ଆପକୁ କାହିଁକି ବ୍ୟାନ୍ କରିନାହାନ୍ତି |

PUBG ଚାଇନିଜ୍ ନୁହେଁ ବରଂ ଦକ୍ଷିଣ କୋରିଆର ଅନଲାଇନ୍ ଭିଡିଓ ଗେମ୍ | ଏହାକୁ ବ୍ଲୁ ହ୍ୱେଲର ସହାୟକ କମ୍ପାନୀ ବେଟଲଗ୍ରାଉଣ୍ଡ ତିଆରି କରିଛି | ଏହି ଗେମକୁ ପ୍ରଥମେ Brendan ତିଆରି କରିଥିଲେ ଯାହା ୨୦୦୦ ମସିହାର ଜାପାନୀ ଫିଲ୍ମ Battle Royal ଦ୍ୱାରା ପ୍ରଭାବିତ | ଆରମ୍ଭରୁ ଚୀନ ସରକାର ଏହି ଗେମକୁ ଚୀନରେ ଖେଳିବାକୁ ମନା କରିଦେଇଥିଲେ | କିନ୍ତୁ ପରେ ଏକ ଲୋକପ୍ରିୟ ଭିଡିଓ ଗେମ ପବ୍ଲିସରଙ୍କ ଜରିଆରେ ଏହାକୁ ଚୀନରେ ପେସ୍ କରାଯାଇଥିଲା | ବଦଳରେ ଚାଇନା କମ୍ପାନୀ Tencent କୁ PUBG କୁ ଭାଗିଦାରୀ ଦେବାକୁ ପଡିଥିଲା | ଏହାପରେ PUBG କୁ ଚୀନ ସରକାରଙ୍କ ତରଫରୁ ଅନୁମତି ମିଳିଥିଲା | ସମ୍ଭବତଃ ସେଥିପାଇଁ ଲୋକେ PUBG କୁ ଚାଇନା ଗେମ୍ ବୋଲି କହିଥାନ୍ତି |

{"id":293767,"sizeSlug":"large"}

ଠିକ ସେହିଭଳି Zoom ଆପ୍ ଆମେରିକୀୟ କମ୍ପାନୀ ଯାହାର ମୁଖ୍ୟ କାର୍ଯ୍ୟାଳୟ କାଲିଫର୍ନିଆ San Jose ରେ ରହିଛି | କମ୍ପାନୀର ଏକ ବଡ ୱାର୍କଫୋର୍ସ ଚୀନରେ କାମ କରେ | ଯାହା ଉପରେ କିଛି ଦିନ ପୂର୍ବରୁ ସର୍ଭିଲାନ୍ସ ଓ ସେନ୍ସରସିପକୁ ପ୍ରଶ୍ନ କରାଯାଇଥିଲା | କମ୍ପାନୀର ସିଇଓ ଏରିକ ୟୁଆନ କିଛି ଦିନ ପୂର୍ବରୁ ସ୍ପଷ୍ଟ କରିଥିଲେ ଯେ Zoom ଚାଇନିଜ ନୁହେଁ ଆମେରିକା କମ୍ପାନୀ ଏବଂ ଚୀନ ସରକାରଙ୍କ ସହିତ କମ୍ପାନୀର କୌଣସି ଲିଙ୍କ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.